ବାର୍ଷିକ କ୍ରୀଡାଉତ୍ସବ’ର ଶୁଭାରମ୍ଭ
ରାୟଗଡ଼ା ତା – ୦୬.୧୨.୨୦୨୪ ତାରିଖ ସକାଳ ୯.୦୦ ଘଣ୍ଟା ସମୟରେ ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ/ ରାୟଗଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ବାର୍ଷିକ କ୍ରୀଡାଉତ୍ସବ’ର ଉଦ୍ଘାଟନୀ ସମାରୋହ ଆରମ୍ଭ ହୋଇଯାଇଛି । ଗତ ୦୫-୧୨-୨୦୨୪ ତାରିଖ ଅପରାହ୍ନ ୪.୦୦ ଘଣ୍ଟା ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା,
ଅଧ୍ୟାପକ ଅଧ୍ୟାପିକା,କ୍ରୀଡ଼ା ଶିକ୍ଷକ ସହ ଛାତ୍ରଛାତ୍ରୀମାନେ ଏକ ବିଶାଳ ଶୋଭାଯାତ୍ରା କରି ମା ମାଝୀଗୌରୀ ମନ୍ଦିର କୁ ଯାଇ ପୂଜାର୍ଚ୍ଚନା ସହ କରି କ୍ରୀଡ଼ା ମଶାଲ ଧରି ଆସିଲେ । କ୍ରୀଡ଼ା ମଶାଲ ଧରି ବିଘ୍ନେସ ପାପାଲା,ବଳରାମ ଦୋରା, ଜଗୁଲୁ ପଲକିଆ ସହ ଅନ୍ୟ ଛାତ୍ରଛାତ୍ରୀମାନେ ମହା ଶୋଭାଯାତ୍ରାରେ ମା ମଝି ଗୌରୀ ମନ୍ଦିରରୁ ମହାବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ କ୍ରୀଡ଼ା ଶିକ୍ଷକ ଶ୍ରୀ ଆଶିଷ ପୂଜାରୀ କୁ ଦେଲେ ଏବଂ ସେ କ୍ରୀଡ଼ା ସଂଗଠନର ଉପସଭାପତି ଶ୍ରୀ ଏ .ଶ୍ରୀନିବାସ ଙ୍କୁ ଦେଇ ଥିଲେ । ଏ .ଶ୍ରୀନିବାସ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ମଶାଲ ଦେଇଥିଲେ ଏବଂ ଅଧ୍ୟକ୍ଷା ମୁଖ୍ୟ ଅତିଥି ଅତିରିକ୍ତ ଏସ.ପି ଶ୍ରୀ ବିଷ୍ଣୁପ୍ରସାଦ ପାତ୍ରଙ୍କୁ ମଶାଲ ଦେଇ ମହାବିଦ୍ୟାଳୟରେ ସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଅତିରିକ୍ତ ଏସ.ପି ଶ୍ରୀ ବିଷ୍ଣୁପ୍ରସାଦ ପାତ୍ର ମୁଖ୍ୟ ଅଭିଭାଷଣ ଦେଇ କ୍ରୀଡ଼ା ର ମହତ୍ତ୍ଵ ବିଷୟର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ତା – ୦୬-୧୨-୨୦୨୪ ତାରିଖ ସକାଳ ୯.୦୦ ଘଣ୍ଟା ସମୟରେ ଉଦ୍ଘାଟନୀ ସମାରୋହର ମୁଖ୍ୟ ଅତିଥି ଭାବରେ ରାୟଗଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ଦ୍ଵାରା କ୍ରୀଡ଼ା ପତାକା ଉତ୍ତୋଳନ କରାଯାଇ ଶପଥ ପାଠ କରାଯାଇଥିଲା । ମୁଖ୍ୟ ଅତିଥି ସମସ୍ତ ପ୍ରତିଯୋଗୀ ମାନଙ୍କୁ କ୍ରୀଡ଼ା ପାଇଁ ଉତ୍ସାହିତ କରି ସମସ୍ତଙ୍କୁ ଖେଳ ରେ ଅଂଶଗ୍ରହଣ କରିବା ପାଇଁ କହିଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ବବିଲତା ସରାଫ ମୁଖ୍ୟ ଅଭିଭାଷଣ ଦେଇ ଖେଳ ର ଉପଯୋଗୀତା ବିଷୟର କହି ଛାତ୍ରଛାତ୍ରୀ ମନକୁ ଉତ୍ସାହିତ କରି ଖେଳରେ ଅଂଶ ଗ୍ରହଣ ପାଇଁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ। ହିନ୍ଦୀ ବିଭାଗୀୟ ମୁଖ୍ୟ ଡଃ. ଭଗବାନ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ସକାଳ ୧୦.୦୦ ଘଣ୍ଟା ସମୟରେ କ୍ରୀଡ଼ା ଆରମ୍ଭ ହୋଇଥିଲା ।ପ୍ରଥମେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ/ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ୧୦୦ ମିଟର,୨୦୦ ମିଟର ଦୌଡ ପ୍ରତିଯୋଗୀତା, ସର୍ଟ ପୁଟ, ଡିସ୍ କସ୍ ଥ୍ରୋ,ଉଚ୍ଚ ଡିଆଁ,ଲମ୍ବା ଡିଆଁ ଇତ୍ୟାଦି ପ୍ରତିଯୋଗିତା ହୋଇଯାଇଛି।
ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍

