ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଣାର୍କ ମହୋତ୍ସବ: ବାଲୁକା କଳାରେ ‘ମାଣବସା’

କୋଣାର୍କ ମହୋତ୍ସବ: ବାଲୁକା କଳାରେ ‘ମାଣବସା’

କର୍ଲାମୁଣ୍ଡା: କୋଣାର୍କ ବେଳାଭୂମିରେ ଚାଲୁଥିବା ଆର୍ନ୍ତଜାତିକ ବେଳାଭୂମି ମହୋତ୍ସବର ଅନ୍ତିମ ଦିବସରେ ମାର୍ଗଶିର ମାସ “ମାଣବସା” ଶୀର୍ଷକ ବାଲୁକା କଳା ନିର୍ମାଣ କରାଯାଇଥିଲା l ଏଥିରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଗ୍ରା.ପ. ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମର ଆନ୍ତର୍ଜାତିକ ଯୁବ ବାଳୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ ଓ ସାଥୀମାନେ ସୁନ୍ଦର ଭାବରେ ବାଲୁକା କଳା ମାଧ୍ୟ୍ୟମରେ “ମାଣବସା” (ମାଁ ଲକ୍ଷ୍ମୀ ପୂଜା) କୁ ନେଇ ନିର୍ମାଣ କରିଥିଲେ l ଏଥିରେ ମାଁ ଲକ୍ଷ୍ମୀ, ହାତୀ, ଝୋଟି, ସୁସଜ୍ଜିତ ଝାଟି ମାଟି ଘରେ ଜଣେ ମହିଳା ପୂଜା କରିବା, ଲକ୍ଷ୍ମୀଙ୍କ ବାହନ ବେଚା ସମେତ ଜାତିଗତ ଭେଦଭାବକୁ ଦୂର କରିବା ନେଇ ଚଣ୍ଡାଳ ଓ ବ୍ରାହ୍ମଣଙ୍କ ପ୍ରତିକୃତି ନିର୍ମାଣ କରି “ଚଣ୍ଡାଳୁ ବ୍ରାହ୍ମଣ ଖୁଆଖୁଇ ହେବେ” ବାର୍ତ୍ତା ଦେଇଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ମଧୁସୂଦନ ଦାସ ଓଡ଼ିଆ ସମାଜ ତଥା ଓଡ଼ିଶାର ଗର୍ବ ଓ ଗୌରବ

Sunil Chandra Nayak

ସିଆରିଆ ଗ୍ରାମରେ ତ୍ରୟୋଦଶ ବାର୍ଷିକ -୨୦୨୬ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞର ତୃତୀୟ ଦିନରେ ଶିବଧନୁ ଭଗ୍ନ ଓ ସୀତା ବିବାହ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ପକ୍ଷରୁ ବିଶ୍ଵ ପରିବେଶ ଦିବସ, ୨୦୨୫ ପାଳନ 

masiha

Leave a Comment

error: Content is protected !!