ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁମହିଷାଣୀ ଅଂଚଳର ଧର୍ମପରାୟଣ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ ପଟ୍ଟନାୟକଙ୍କ ମହାପ୍ରୟାଣ 

ଗୋରୁମହିଷାଣୀ ଅଂଚଳର ଧର୍ମପରାୟଣ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ ପଟ୍ଟନାୟକଙ୍କ ମହାପ୍ରୟାଣ 

ରାଇରଙ୍ଗପୁର – ‌ ‌‌ ‌ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଗୋରୁମହିଷାଣୀ ଅଞ୍ଚଳର ଧର୍ମପରାୟଣ , ଏବଂ ଗମ୍ଭାରିଆ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ପଟ୍ଟାୟକ(୮୪ )ଙ୍କ ଗୋରୁମହିଷାଣୀ ନିକଟସ୍ଥ ସାନ ମଉଦା ଗ୍ରାମର ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ଗୋରୁମହିଷାଣୀ ଅଂଚଳର ଜଣେ ଜଣାଶୁଣା,ଧର୍ମପରାୟଣ , ମିଷ୍ଟଭାଷୀ , ଛାତ୍ର ବତ୍ସଳ, ,ପରୋପକାରୀ,ଆଧ୍ଯାତ୍ମବାଦୀ,ଦରଦୀ ମଣିଷ ଓ ବରିଷ୍ଠ ନାଗରିକ ଥିଲେ । |ତୁରମଙ୍ଗା ଉଚ୍ଚ ବିଦ୍ୟାଳୟରୁ ଶିକ୍ଷକତା ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ଗୋରୁମହିଷାଣୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟଭାର ଗ୍ରହଣ କରି । ପରବର୍ତ୍ତୀ ସମୟରେ ସ୍ବର୍ଗତ ପଟ୍ଟନାୟକ ବାଇଗଣବଡିଆ ଉଚ୍ଚ ବିଦ୍ୟାଳୟ ଓ ଗମ୍ଭାରିଆ ଉଚ୍ଚ ବିଦ୍ୟାଳୟରେ ସଫଳତାର ସହିତ ପ୍ରଧାନ ଶିକ୍ଷକ ଦାଇତ୍ଵ ନିର୍ବାହ କରି ୨୦୦୦ମସିହାରେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅବସର ଗ୍ରହଣ ପରେ ଗୋରୁମହିଷାଣୀ ଅଂଚଳର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହିତ ଜଡିତ ଥିଲେ ।ଗୋରୁମହିଷାଣୀ ଗାୟତ୍ରୀ ପରିବାରର ସକ୍ରିୟ ସଦସ୍ୟ ଭାବେ ବେଶ ପରିଚିତ ଥିଲେ । ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ତୁରନ୍ତ ତାଙ୍କ ନାତି ସିତୁ ପଟ୍ଟନାୟକ ଡାକ୍ତରଙ୍କୁ ପରାମର୍ଶ ନେଇଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ବର୍ଗତ ପଟ୍ଟନାୟକଙ୍କ ସ୍ତ୍ରୀ ଅବସପ୍ରାପ୍ତ ପ୍ରଧାନ ଶିଷୟିତ୍ରୀ ଦୀପ୍ତି ପଟ୍ଟନାୟକ ବଡପୁତ୍ର ସଞ୍ଜୀବ ପଟ୍ଟନାୟକ ସୀମାନ୍ତ କଲେଜରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ, ତାଙ୍କର ମଧ୍ୟମ ପୁତ୍ର ସ୍ବର୍ଗତ ଜିତୁ ପଟ୍ଟନାୟକ ଜଣେ ସମାଜସେବୀ, ଶିକ୍ଷାବିତ୍ ତଥା ଯାମଦା +୨ କଲେଜର ଅଧ୍ୟକ୍ଷ ଥିଲେ ,କନିଷ୍ଠ ପୁତ୍ର ସେଭେନ ନିଉଜ ଏବଂ ଦର୍ଶନ ଦୈନିକ ଖବର କାଗଜର ସାମ୍ବାଦିକ ସୁଜିତ୍ ପଟ୍ଟନାୟକ, ନାତି ସୀତୁ ପଟ୍ଟନାୟକ ଓ ଲିତୁ ପଟ୍ଟନାୟକ ସମାଜସେବୀ ଭାବେ ଅଞ୍ଚଳରେ ବେଶ ପରିଚିତ । ତାଙ୍କର ଦେହାନ୍ତ ସମୟରେ ତାଙ୍କ ଧର୍ମପତ୍ନୀ ଦୀପା,ପୁଅ, ବୋହୂ,ନାତିନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ଖବର ପାଇ ଗୋରୁମହିଷାଣୀ ଆଖପାଖ ଅଞ୍ଚଳରେ ଶୋକରେ ଛାୟା ଖେଳି ଯାଇଥିଲା । ଖବର ପାଇ ଜ୍ଞାତି ପରିଜନ, ବନ୍ଧୁବାନ୍ଧବ,ଶୁଭେଛୁ,ଆତ୍ମୀୟ, ବୁଦ୍ଧିଜୀବୀ , ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ ସହ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ ।ଗ୍ରାମ୍ଯ ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଅଛି।ବଡ଼ପୁଅ ସଂଜୀବ ମୁଖାଗ୍ନୀ ଦେଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଫେବୃଆରୀ ୨ରୁ ରାୟଗଡ଼ାରେ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହେବ 

Sunil Chandra Nayak

ଆଇନଜୀବୀ ସଂଘ ପକ୍ଷରୁ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ପାଳିତ 

masiha

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

masiha

Leave a Comment

error: Content is protected !!