ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪  ପଞ୍ଚମ ଦିନ ସଂକଳ୍ପ ର ନାଟକ ଏମିତି ବି ହୁଏ ଓ ଆମେ ନାଟୁଆ ର ନାଟକ ଅନ୍ୟ ଆକାଶ ମଞ୍ଚସ୍ଥ 

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ 

ପଞ୍ଚମ ଦିନ ସଂକଳ୍ପ ର ନାଟକ ଏମିତି ବି ହୁଏ ଓ ଆମେ ନାଟୁଆ ର ନାଟକ ଅନ୍ୟ ଆକାଶ ମଞ୍ଚସ୍ଥ 

ରାଉରକେଲା: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ର ପଞ୍ଚମ ଦିବସରେ ଦୁଇଟି ନାଟକ ମଞ୍ଚସ୍ଥ ହୋଇଯାଇଛି। ପ୍ରଥମ ଟି ସଂକଳ୍ପ ର ନାଟକ ଏମିତି ବି ହୁଏ ଓ ଦ୍ବିତୀୟ ଟି ଆମେ ନାଟୁଆ ର ନାଟକ ଅନ୍ୟ ଆକାଶ ମଞ୍ଚସ୍ଥ ହୋଇଯାଇଛି। ଶୁଭଶ୍ରୀ ଦାଶ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଆରଏସପି ର ପ୍ରାକ୍ତନ ନିର୍ବାହୀ ନିର୍ଦ୍ଦେଶକ ଇଂ ଭାରତ ଭୂଷଣ ମହାନ୍ତି ଯୋଗ ଦେଇଥିବା ବେଳେ ଶିକ୍ଷାବିତ ଯତିନ ନାୟକ ମୁଖ୍ୟ ଅତିଥି ଓ ଆରଏସପି ର ପ୍ରାକ୍ତନ ମହାପ୍ରବନ୍ଧକ ଇଂ ଅଭୟ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଅନ୍ୟ ବିଶିଷ୍ଟ ଅତିଥି ଙ୍କ ମଧ୍ୟରେ ନଳିନୀ ପ୍ରଭା ପଟ୍ଟନାୟକ, କୃପାସିନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଶରତ ଦାସ ସଭାପତିତ୍ବ ଅଭିଭାଷଣ ଓ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ସୁରେନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ବକ୍ତବ୍ୟ ରେ କହିଲେ ଯେ, ନାଟକ କେବଳ ମନୋରଂଜନ ର ମାଧ୍ୟମ ନୁହେଁ l ଏହା ଅନେକ ସାମାଜିକ ପରିବର୍ତ୍ତନ ନିମନ୍ତେ ବାର୍ତ୍ତା ଦେବାସହ ସମାଜରେ ସଚେତନତା ସୃଷ୍ଟି କରୁଛି l  

ସଂକଳ୍ପ ର ନାଟକ ଏମିତି ବି ହୁଏ ର ନାଟ୍ୟକାର ପ୍ରଭାକର ପାତ୍ର ଓ ନିର୍ଦ୍ଦେଶକ କୁଞ୍ଜନ ଲାଲ ବୋଷ ତଥା ସହ ନିର୍ଦ୍ଦେଶକ ପ୍ରକାଶ ସାହାଣୀ ଙ୍କ ନିର୍ଦ୍ଦେଶିତ ଏହି ନାଟକର କାହାଣୀ ହେଲା ପେଟ ପୁରିବା ପାଇଁ ସବୁ ନାଟ। ଏଥିପାଇଁ ମଣିଷ ବିଭିନ୍ନ ପନ୍ଥା ଅବଲମ୍ବନ କରେ,କିଏ ସତ ତ କିଏ ଅସତ,କିଏ ଠିକ ପଥ ତ କିଏ ଭୁଲ ପଥ ଆପଣେଇ ଥାଏ। ପେଟର ନାଟ ପାଇଁ କିଏ କରେ ଚୋରୀ,କିଏ କରେ ଦାଦାଗିରି,ଆଉ ମାରେ ପିଠିରେ ଛୁରୀ।କିଏ କରେ ଅପରାଧ ଆଉ କିଏ ହୁଏ ଅପରାଧୀ,ବଡ ବିଚିତ୍ର ଏ ନାଟ, ଏହିଭଳି କାହାଣୀକୁ ନେଇ ନାଟକଟି ଗତିଶୀଳ ହୋଇଛି। ଏଥିରେ ପ୍ରବୀର କୁମାର ମିଶ୍ର, ବାସୁଦେବ ଷଡ଼ଙ୍ଗୀ, ପ୍ରିୟରଞ୍ଜନ ରାଉତ, ରମେଶ ଚନ୍ଦ୍ର ସେଠୀ, ସଞ୍ଜୟ କୁମାର ମହାନ୍ତି, ଦିବ୍ୟେନ୍ଦୁ କୁଣ୍ଡୁ, ହେମନ୍ତ ବେହେରା, ଗଣପତି ରଣା, ପ୍ରମିଳା ଜେନା ଭାଗ୍ୟଶ୍ରୀ ପଣ୍ଡା ପ୍ରମୁଖ ଅଭିନୟ କରିଥିବା ବେଳେ ଗୀତ ରଚନାରେ ଯୁବଜାନୀ ବେଜ, ସଂଗୀତ ରେ ଗୁଲାବ ଶର୍ମା ଓ ପ୍ରମୋଦ ସାହୁ,କଣ୍ଠ ଓ ସ୍ବର ରେ ଶକ୍ତି ପ୍ରସାଦ ମିଶ୍ର,ମଞ୍ଚ ପରିଚାଳନା ରେ ଅମୂଲ୍ୟ ବିଶୋଇ, ପ୍ରବୀର ଜେନା,ମଞ୍ଚ ପରିଚାଳନା ରେ ଦିପ୍ତି ରଞ୍ଜନ ବାରିକ,ମମତାଞ୍ଜଳି ଦାସ, ବଟକୃଷ୍ଣ ଶତପଥୀ, ରଞ୍ଜିତ ବେହେରା,ଦିପ୍ତି ରଞ୍ଜନ ପାଣିଗ୍ରାହୀ,ପରିଚାଳକ ଭାବେ ଅକ୍ଷୟ କୁମାର ଧଳ, ବ୍ୟବସ୍ଥାପକ ଭାବେ ଡ଼ଃ କିଶୋରୀ ଦାଶ ଓ ସରୋଜ ଚନ୍ଦ୍ର କବି ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ। ସେହିପରି ଦ୍ବିତୀୟ ରେ ଆମେ ନାଟୁଆ ର ନାଟ୍ୟକାର ଡ଼ଃ ରତ୍ନାକର ଚଇନି ଓ ନିର୍ଦ୍ଦେଶକ ଗଙ୍ଗାଧର ଜେନା ଙ୍କ ନିର୍ଦ୍ଦେଶିତ ନାଟକ ଅନ୍ୟ ଆକାଶ ମଞ୍ଚସ୍ଥ ହୋଇଥିଲା। ନାଟକଟି ଏହିପରି, ସଂସାର ରେ ମଣିଷ ପରିସ୍ଥିତିର ଦାସ। ସେ ତାକୁ ନେଇ କେଉଁଠି କେତେବେଳେ ପହଞ୍ଚାଇ ଦେବ ମଣିଷ ତାହା ଜାଣି ନଥାଏ। ସ୍ନେହ, ପ୍ରେମ, ଭଲପାଇବା କୁ ନେଇ ମଣିଷ ସଂସାର ବାନ୍ଧେ । ଭାବନାରେ ଅନେକ ସ୍ବପ୍ନ ଦେଖେ । ତେବେ ସବୁ ସ୍ବପ୍ନ କଣ ସତ ହୁଏ ? ତେବେ ଭଗ୍ନ ମନକୁ ବୁଝାଇ ପୁଣି ଥରେ ସାହାରା ଦେଇଥିବା ମଣିଷ କୁ ନେଇ ସଂସାର କରିବାର ସ୍ବପ୍ନ ଦେଖେ। ତେବେ କ’ଣ ହୁଏ ତାର ଅବସ୍ଥା ? କଳ୍ପିତ ଇନ୍ଦ୍ରଧନୁ ରେ ସେ କଣ ଭରିପାରେ ରଙ୍ଗ ? ଏହି ଭଳି କାହାଣୀକୁ ନେଇ ଗତିଶୀଳ ହୋଇଛି ନାଟକ ଅନ୍ୟ ଆକାଶ । ଏହି ନାଟକରେ ପ୍ରତ୍ୟୁଷ କୁମାର ପାଢୀ, ଅଭିଳାଷ ସାହୁ, ଲକ୍ଷ୍ମୀପ୍ରିୟା ସାହୁ ଓ ଗଙ୍ଗାଧର ଜେନା ଅଭିନୟ କରିଥିବା ବେଳେ ସଂଗୀତ ରେ ପ୍ରବୀର ଜେନା ଓ ମଞ୍ଚ ପରିଚାଳନା ରେ ଯୁବଜାନି ବେଜ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଦୀପ ନାୟକ, ସରୋଜ ଶଙ୍ଖୁଆ, ଅକ୍ଷୟ ଧଳ, ରାଜକୁମାର ମହାନ୍ତି, ରମେଶ ମହାନ୍ତି ,ପ୍ରଜ୍ଞାନନ୍ଦ ମହାନ୍ତି,ସୁଦେଶ ନାୟକ, କୈଳାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ମଞ୍ଚ ପରିଚାଳନା ରେ କଲ୍ୟାଣୀ ଦାସ ଓ ସନ୍ଧ୍ୟା ପଟ୍ଟନାୟକ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରୋଟାରୀ କ୍ଳବ୍ ଆୟୋଜିତ କନ୍ଯା ଅନମୋଲ ସେ ରଥକୁ ରାଇରଙ୍ଗପୁରରେ ସ୍ବାଗତ ଏବଂ ଅଙ୍ଗଦାନ ଚୁକ୍ତି କରିଥିବା ୪ ଜଣଙ୍କୁ ସମ୍ବର୍ଦ୍ଧିତ 

masiha

ସର୍ବଭାରତୀୟ ସ୍ତରରେ ବିପିୟୁଟି ସ୍ମାର୍ଟ ଇଣ୍ଡିଆ ହାକାଥନ୍-୨୦୨୫ ଗ୍ରାଣ୍ଡ ଫାଇନାଲ ନୋଡାଲ୍ ସେଣ୍ଟର ଭାବରେ ମନୋନୀତ

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର 

masiha

Leave a Comment

error: Content is protected !!