ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ . ଷଷ୍ଠ ଦିନ ରଙ୍ଗମଞ୍ଚ ର ନାଟକ ଜୀବନ ଯେମିତି ମଞ୍ଚସ୍ଥ …..

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ 

ଷଷ୍ଠ ଦିନ ରଙ୍ଗମଞ୍ଚ ର ନାଟକ ଜୀବନ ଯେମିତି ମଞ୍ଚସ୍ଥ …..

ରାଉରକେଲା: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ର ଷଷ୍ଠ ଦିବସରେ ରଙ୍ଗମଞ୍ଚ ର ନାଟକ ଜୀବନ ଯେମିତି ମଞ୍ଚସ୍ଥ ହୋଇଯାଇଛି। ଝିଲିମା ମହାନ୍ତି ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବିଶିଷ୍ଟ ଶ୍ରମିକନେତା ବିଷ୍ଣୁ ଚରଣ ମହାନ୍ତି ଯୋଗ ଦେଇଥିବା ବେଳେ ଶ୍ରମିକନେତା ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଅନ୍ୟ ବିଶିଷ୍ଟ ଅତିଥି ଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର ପଟ୍ଟନାୟକ, ଶର୍ମିଷ୍ଠା କବିଶତପଥୀ, ଆନନ୍ଦ ଚନ୍ଦ୍ର ମହାନ୍ତି 

ପ୍ରମୁଖ ଉପସ୍ଥିତ ଥିଲେ। ଏକତ୍ର ପକ୍ଷରୁ ଭାସ୍କର ଚନ୍ଦ୍ର ମହାପାତ୍ର ସ୍ବାଗତ ଅଭିଭାଷଣ ଓ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ରାଜକୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ନାଟକ ସମାଜର ସମସ୍ତ କଥା ପରିପ୍ରକାଶ କରିବା ସହିତ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସୂଚେଇ ଥାଏ। କଳା କୁ ଗୁରୁତ୍ବ ଦେଲେ ରାଜ୍ୟ ର ସର୍ବାଙ୍ଗିନ ଉନ୍ନତି ହେବ ବୋଲି ମତ ପ୍ରକାଶ କରିଥିଲେ।   

ରଙ୍ଗମଞ୍ଚ ର ନାଟକ ଜୀବନ ଯେମିତି ର ନାଟ୍ୟକାର ଡ଼ଃ ପଞ୍ଚାନନ ପାତ୍ର ଓ କୈଳାଶ ପାଣିଗ୍ରାହୀ ଙ୍କ ନିର୍ଦ୍ଦେଶିତ ଏହି ନାଟକର କାହାଣୀ ହେଲା ଜଣେ ମଣିଷ ଅନ୍ୟ ଜଣେ ମଣିଷକୁ ବୁଝିପାରିଲେ ପରିବାର ତିଷ୍ଠି ରହେ । ସମାଜ ବଞ୍ଚିରହେ। କିନ୍ତୁ ବେଳେ ବେଳେ ଜୀବନରୁ ଛନ୍ଦ ହଜିଯାଏ, ଫଳରେ ଭୁଷୁଡି ପଡେ ସମ୍ପର୍କର ସେତୁ । ପୁଣି ଥରେ ଜୀବନର ଛନ୍ଦ ଫେରିଲା ବେଳକୁ ଅନେକ କିଛି ନଷ୍ଟ ଭ୍ରଷ୍ଟ ହୋଇଯାଇଥାଏ । ହଜି ଯାଇଥାଏ ବୟସ। ସେତେବେଳକୁ ଅନୁତାପ ଛଡା ଆଉ କିଛି ନଥାଏ,ଏହିଭଳି କାହାଣୀକୁ ନେଇ ନାଟକଟି ଗତିଶୀଳ ହୋଇଛି। ଏଥିରେ ସର୍ବଶ୍ରୀ ସୁଦେଶ ନାୟକ, ଉମାଶଙ୍କର ପଣ୍ଡା, ସରୋଜ ଶଙ୍ଖୁଆ, ସୈାମ୍ୟରଞ୍ଜନ ଲେଙ୍କା,ଦେବଜିତ ପଟ୍ଟନାୟକ, ସୈାମ୍ୟା ସୁଚରିତା ଓ କୈଳାଶ ପାଣିଗ୍ରାହୀ ପ୍ରମୁଖ ଅଭିନୟ କରିଥିବା ବେଳେ ସଂଗୀତ ରେ ଅମୂଲ୍ୟ ବିଶୋଇ,ମଞ୍ଚ ପରିଚାଳନା ଲକ୍ଷ୍ମୀ କାନ୍ତ ପଟ୍ଟନାୟକ,ରୂପସଜ୍ଜାରେ ହରିହର ବଳ,ଆଲୋକ ରେ ସାଗର ସ୍ଵରୁପ ସ୍ବାଇଁ ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଦୀପ ନାୟକ, ଅକ୍ଷୟ ଧଳ, ଡ଼ଃ ସମର ମୁଦାଲି, ରମେଶ ମହାନ୍ତି ,ପ୍ରଜ୍ଞାନନ୍ଦ ମହାନ୍ତି,ଡ଼ଃ କୃପାସିନ୍ଧୁ ନାୟକ, ବିଜୟ ପାତ୍ର, ପ୍ରବୀର ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ମଞ୍ଚ କାର୍ଯ୍ୟକ୍ରମ ରେ କଲ୍ୟାଣୀ ଦାସ ଓ ସନ୍ଧ୍ୟା ପଟ୍ଟନାୟକ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

Rayagada Division Observes Constitution Day at DRM Camp Office

Sunil Chandra Nayak

ଜେଏସଡ଼ବ୍ଲୁ ସ୍କାମର ଭାଇରାଲ ଦୃଶ୍ୟ ନୂଆ ନିର୍ଦ୍ଧେଶକଙ୍କୁ ଘାରିବ”ଅଣଓଡ଼ିଆ ନିର୍ଦ୍ଧେଶକ ବିଦା,ଏବେ ଦୁଇ ଅଯୋଗ୍ୟ ସ୍କ୍ୱାଡ଼

masiha

ଯୋଜନ ଦୂରରେ ଖାଦ୍ୟ ସୁରକ୍ଷା ଯୋଜନା, ଅସହାୟ ବିଶ୍ବ ମାଝୀ କୁ ସହାୟତା କେବେ? 

Leave a Comment

error: Content is protected !!