ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀଙ୍କୁ ଆଳୁ ବିହନ ବଣ୍ଟନ 

ଚାଷୀଙ୍କୁ ଆଳୁ ବିହନ ବଣ୍ଟନ 

ଡାବୁଗାଁ, ୮/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ନର୍ସରୀ ପରିସରରେ ଉଦ୍ୟାନ ବିଭାଗ ତରଫରୁ ଚାଷୀ ମାନଙ୍କୁ ଆଳୁ ବିହନ ବଣ୍ଟନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ କହିଥିଲେ ଯେ ଲୋକଙ୍କ ର ଆଳୁ ହେଉଛି ଏକ ମୁଖ୍ୟ ପାରିବା ଯାହାକି ବର୍ତ୍ତମାନ ବଜାରରେ ଆଳୁର ମୂଲ୍ୟ ବୃଦ୍ଧି ଘଟିଛି | ଆଳୁ ପାଇଁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛୁ | ଗରିବ ଚାଷୀ ଆଳୁ କିଣି ଖାଇବା କଷ୍ଟ ହେଉଛି ତେଣୁ ସରକାରଙ୍କ ତରଫରୁ କିଲୋ ପିଛା ୨୦ ଟଙ୍କା ଦରରେ ଚାଷୀ ଆଳୁ ବିହନ ବିଭାଗ ଠାରୁ ନେଇ ଚାଷ କରି ନିଜର ଖାଇବା ପାଇଁ ରଖିବା ସହ ବଳକା ଆଳୁ ବିକ୍ରି କରିବ | ଏହାପରେ ସରକାର ଙ୍କ ତରଫରୁ ଚାଷୀ ଙ୍କୁ କିଲୋ ପିଛା ୧୦ ଟଙ୍କା ପରେ ଫେରସ୍ତ ପାଇବେ | ତେଣୁ ଚାଷୀ ଆଳୁ ବିହନ ନେଇ ଚାଷ କରିବାକୁ ପରାମର୍ଶ ଦେଇଥିଲେ | ପରେ ଚାଷୀ ମାନଙ୍କୁ ଆଳୁ ବିହନ ବଣ୍ଟନ କରଯାଇଥିଲା | ଡାବୁଗାଁ ବ୍ଲକକୁ ୫୫ ହେକ୍ଟର ଜମିରେ ଚାଷ ପାଇଁ ୩୦୦ ଜଣ ଚାଷୀ ଙ୍କୁ ଆଳୁ ବଣ୍ଟନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବ ଏବଳକ୍କ ଅଧ୍ୟକ୍ଷା ବୀଣା ମାଝି, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଭାଜପା ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର, ମନୋରମା ନାୟକ, ଡାବୁଗାଁ ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ଉଦ୍ୟାନ ସଂମ୍ପ୍ରସାରଣ କର୍ମଚାରୀ ଜଳେନ୍ଦ୍ର ଅମନାତ୍ୟ ଓ ଚାଷୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଗୋଲେଇ ଛକରେ ବ୍ୟାଙ୍କ ଅଫ୍ ବରୋଦା ଶାଖା ଶୁଭ ଉଦଘାଟିତ

Sunil Chandra Nayak

କୋମନା କୁ ଏନ୍ ଏ ସି ମାନ୍ୟତାଦାବୀ ରେ କୋମନା ବନ୍ଦ ପାଳିତ

masiha

ଛତାମ ମିଶନ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!