ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲମପୁର – ସରକାରୀ ନିୟମ ବାଟ ଓଗାଲିବାରେ ଲାଗିଛି , ମଣ୍ଡିରୁ ଧାନ ଉଠାଣ ହୋଇ ପାରୁ ନାହିଁ ,ବିଷମ ସମସ୍ୟାରେ ଚାଷୀ 

କଲମପୁର – ସରକାରୀ ନିୟମ ବାଟ ଓଗାଲିବାରେ ଲାଗିଛି , ମଣ୍ଡିରୁ ଧାନ ଉଠାଣ ହୋଇ ପାରୁ ନାହିଁ ,ବିଷମ ସମସ୍ୟାରେ ଚାଷୀ 

କଲମପୁର -୮/୧୨(ମସିହା ) କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳର କୌଣସି ମଣ୍ଡିରୁ ଧାନ ଉଠାଣ ହୋଇ ପାରି ନାହିଁ,ନିଜ କଷ୍ଟ ଉପାର୍ଜିତ ଧାନ ବିକ୍ରୟ ପାଇଁ ଚାଷୀ ଅନେଇ ବସିଥିବା ବେଳେ ସରକାରୀ ନିୟମ ବାଟ ଓଗାଲିବାରେ ଲାଗିଛି, ଅନ୍ୟପଟେ ପ୍ରକୃତି ଧାଉ ସାଜିଛି, ତେବେ ଯିବେ ତୋ ଚାଷୀ ଯିବେ କୁଆଡେ,ଏମିତି ଏକ ବିଷମ ସମସ୍ୟା ଦେଇ ଗତି କରିବାରେ ଲାଗିଛି ଚାଷୀ, ନିର୍ବାଚନ ପୂର୍ବରୁ ଘୋଷଣା କଲେ ଆମେ ଚାଷୀଙ୍କ ଧାନ ୩୧ଶହ କରିବୁ, ଏବେ କହୁଛନ୍ତି ଶୁଖା ଧାନ ସଫା ଧାନ ତେବେ ଯାଇ ୩୧ଶହ କରିବୁ, ତେବେ ସଫା ଧାନ ଓ ଶୁଖା ଧାନ ପାଇଁ ପ୍ରତିକୁଳ ସ୍ଥିତି ରହିଲେ ତୋ ଚାଷୀ କରିବେ, ଏନେଇ କାହାରି ପାଖରୁ ଉତ୍ତର ମିଲି ପାରୁନାହିଁ, କିଛି ଦିନ ହେବ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଏହି ଅଞ୍ଚଳରେ ଲାଗି ରହିଛି, କେହି କେହି ପାକଳ ହେବାରୁ ଧାନ କାଟି ବିଳରେ ଶୁଖିବାକୁ ଛାଡିଦେଇ ଥିବା ବେଳେ ସେହି ଧାନ ତକ ବର୍ଷାରେ ଭିଜି ଯିବା ଫଳରେ ତାହା ପୁଣି ଶୁଖାଇ ଧାନ ବାହାର କରିବା ସମ୍ଭବ ହେଉନାହିଁ, ଏପଟେ ସରକାରୀ କଟକଣା ଓ ସେ ପଟେ ପ୍ରକୃତିର ଦାଉ, ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେବାରେ ଲାଗିଛି, ବିଗତ ଦିନରେ ଧାନ କିଣାବିକା ଏହି ସମୟରେ ପ୍ରାୟତଃ ଅର୍ଦ୍ଧାଧିକ ସରିଥିବା ନଜିର ରହିଥିବା ବେଳେ ଚଳିତ ବର୍ଷ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି, ଏହି ଅଞ୍ଚଳରେ କୋୖଣସି ମଣ୍ଡିରେ ଏପର୍ଯ୍ୟନ୍ତ ଧାନ କ୍ରୟ ହୋଇ ପାରିନାହିଁ, ଚାଷୀ ପ୍ରକୃତି ଆଗରେ କେମିତି ଶୁଖା ଧାନ ପ୍ରସ୍ତୁତ କରିବ ତାହାହିଁ ବଡପ୍ରଶ୍ନ, ବାହାବା ନେବାକୁ ବା ନିଜ ସ୍ଵାର୍ଥ ହାସଲ କରିବାକୁ ପ୍ରତିଶୃତି ଦେଇ ଶାସକ ସାଜିଥିବା ଲୋକେ ଚାଷୀଙ୍କ ଏଭଳି ବିଷମ ସମସ୍ୟା ସମୟରେ କି ପଦକ୍ଷେପ ନେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ, କିନ୍ତୁ ଚାଷୀ ଟୋକନ ପାଇ ମଧ୍ୟ ଧାନ ବିକ୍ରୟ କରି ପାରୁ ନାହିଁ ,ବାଟ ଓଗାଲିଛି ସରକାରୀ ନିୟମ ତାହା ହିଁ ଚାଷୀ ଆତ୍ମହତ୍ୟାର କାରଣ ନ ହେଉ।

ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ନିମ୍ନମାନର କାମ ବର୍ଷାରେ ଭୁଷୁଡ଼ି ପଡ଼ିଲା ରାସ୍ତାର ସୁରକ୍ଷା ବାଡ଼, ତଦନ୍ତ ପାଇଁ ଦାବି

୧୧ ତମ ଦିନରେ ଵାମନଘାଟୀ ଉପଖଣ୍ଡର ରାଜସ୍ବ ଅମଲାଙ୍କ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ପିଣ୍ଡାରେ ଧାରଣା ଜାରି; ସମର୍ଥନ ଦେଲେ ରାଇରଙ୍ଗପୁର ଓକିଲ ସଂଘ ସଭାପତି

Sunil Chandra Nayak

ଇନ୍ଦ୍ରାବତୀ ନଦୀ ର ଉତ୍ପତ୍ତିସ୍ତଳୀ:ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନିତ ହେବା ସତ୍ତ୍ୱେ ଅବହେଳିତ

Sunil Chandra Nayak

Leave a Comment

error: Content is protected !!