ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ମିଲର୍ସ ଙ୍କ ଠୁଁ ଚାନ୍ଦ ସଂଗ୍ରହ: ତେବେ କଟନି ଛଟନି ବନ୍ଦ ହେବ କେମିତି !!

ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ମିଲର୍ସ ଙ୍କ ଠୁଁ ଚାନ୍ଦ ସଂଗ୍ରହ: ତେବେ କଟନି ଛଟନି ବନ୍ଦ ହେବ କେମିତି !!

ବରଗଡ,୯ ୵ ୧୨ // ଗତ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଓଡିଶାର ଚାଷୀ ମାନଙ୍କୁ ଦେଇଥିବାର ପ୍ରତିଶୃତି ଅନୁଯାୟୀ ପ୍ରତି ଧାନ କ୍ବିଣ୍ଟାଲ ପିଛା ୮ ଶହ ଟଙ୍କା ଇନପୁଟ ସବସିଡି ପ୍ରଦାନ କରିବା ପର୍ବ ଗତକାଲି ବରଗଡ ଜିଲ୍ଲା ସୋହେଲା ବ୍ଲକ ଇଛାପାଲି ଠାରେ ଅନୁଷ୍ଠିତ ହୋଇ ଯାଇଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ସୁଇଜ ଦବାଇ ଏବେ ପର୍ଯ୍ୟନ୍ତ ଧାନ ବିକି ଥିବା ଚାଷୀ ମାନଙ୍କ ଏକାଉଣ୍ଟ କୁ ବୋନସ ଟଙ୍କା ପଠାଇଥିଲେ । ୨୦୧୫ ମସିହା ଯେଉଁ ପଡିଆରେ ପ୍ରତିଧାନ କ୍ବିଣ୍ଟାଲ ପିଛା ୧ ଶହ ଟଙ୍କା ବୋନସ ଦେବା ପାଇଁ ଘୋଷଣା କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାର ଚାଷୀ ମାନଙ୍କୁ ପ୍ରତାରିତ କରିଥିବାର ଚର୍ଚ୍ଚା ଚାଳିଥିଲା ସେହି ପଡିଆରୁ ଓଡିଶାର ଚାଷୀ ମାନଙ୍କୁ ୮ ଶହ ଟଙ୍କା ବୋନସ ପ୍ରଦାନ କରି ସରକାର ନିର୍ବାଚନ ସମୟର ପ୍ରତିଶୃତି ପାଳନ କରିବା ସହ ଏକ ନୁଆଁ ଇତିହାସ ରଚିଲେ ବୋଲି ଆଲୋଚନା ଚାଳିଛି । ବରଗଡ ଜିଲ୍ଲା ସୋହେଲା ବ୍ଲକ ଇଛପାଲି ଠାରେ ମୁଖ୍ୟମନ୍ତ୍ରୀ,ଉପ ମୁଖ୍ୟମନ୍ତ୍ରୀ,ଖାଦ୍ଯ ଯୋଗାଣ ବିଭାଗ ମନ୍ତ୍ରୀ, ରାଜସ୍ବ ବିଭାଗ ମନ୍ତ୍ରୀ,ସାଂସଦ,ସମସ୍ତ ବିଧାୟକ,ସରକାରୀ ଅଧିକାରୀ ମାନଙ୍କ ଉପସ୍ଥିତରେ ଏହା ଏକ ବଡଧରଣର ସରକାରୀ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଭୁବନେଶ୍ଵର ରୁ ଯୋଗାଣ ବିଭାଗର ବଡ ଅଧିକାରୀ, ଆରଡିସି,ଆଇଜି,ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ଅଧିକାରୀ ଗତ କିଛି ଦିନ ତଳେ ବ୍ଯାପକ ପ୍ରସ୍ତୁତି କରିଥିଲେ । ପ୍ରତି ଗ୍ରାମ ପଞ୍ଚାୟତ ରୁ ଚାଷୀ ମାନଙ୍କୁ ଇଛାପାଲି ସମାବେଶ କୁ ଆଣିବା ପାଇଁ ବସ,ଗାଡି,ମୋଟର ବ୍ଯବସ୍ଥା ସହ ଜଳଖିଆ ମିଲ୍ଲ ଖାଇବାର ସମସ୍ତ ପ୍ରକାର ବ୍ଯବସ୍ଥା ସରକାରୀ ପାଣ୍ଠିରେ କରା ଯାଇଥିଲା । ସଭାମଞ୍ଚ,ଅତିଥି ମାନଙ୍କ ଖାଇବା ଖର୍ଚ୍ଚ ମଧ୍ଯ ସରକାରୀ ଟଙ୍କାରେ ହୋଇଥିଲା । ତେବେ ଏବେ ପ୍ରଶ୍ନ ଉଠୁଛି ମୋହନ ମାଝୀ ମୁଖ୍ୟମନ୍ତ୍ରୀଙ୍କ ଏହି ସଭା ପାଇଁ ବରଗଡ ଜିଲ୍ଲାର ପ୍ରତ୍ଯେକ ମିଲର୍ସ ମାନଙ୍କ ଠାରୁ ୫ ଲକ୍ଷ ଲେଖାଁଏ ମୋଟ ୧ କୋଟି ଟଙ୍କା ଚାନ୍ଦା ସଂଗ୍ରହ ପଛରେ କିଏ ଖଳ ନାୟକ ? ଜିଲ୍ଲାର କେତେକ ମିଲର୍ସ ଭିତରେ ଏ କଥାକୁ ନେଇ ବ୍ଯାପକ ଚର୍ଚ୍ଚା ଆଲୋଚନା ଚାଳିଛି । ଯଦି ମିଲର୍ସ ସଭା ପାଇଁ ୫ ଲକ୍ଷ ଟଙ୍କାର ଚାନ୍ଦା ଦେବ ତେବେ ଚାଷୀଙ୍କ ଧାନର କଟନି ଛଟନି ବନ୍ଦ ହେବ ତ ? ସଭାରେ ଯଦିଓ ମୁଖ୍ୟମନ୍ତ୍ରୀଙ୍କ ନିଜେ କଟନି ଛଟନି ଚାଳିବ ନାହିଁ ବୋଲି ଘୋଷଣା କଲେ ଅଧିକାଂଶ ମଣ୍ତିରେ ୨ ୵ ୩ କେଜି ଧାନ କଟନି ଛଟନି ନ ହେଲେ ମଣ୍ତିରୁ ଧାନ ମିଲର୍ସ ଉଠାଉ ନଥିବାର ଅଭିଯୋଗ ମଧ୍ଯ ଝାରବନ୍ଧ ଡଭା ମଣ୍ତିରୁ ଆସିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଦଳର ସେପରି ଖଳ ନାୟକ ମାନଙ୍କୁ ଯଦି ସାବାଡ କରି ନ ପରିବେ ତେବେ ବିଜୁ ଜନତା ଦଳର ସମଦଶା ଓଡିଶାରେ ଭାରତୀୟ ଜନତା ପାର୍ଟି ଭୋଗିବ ବୋଲି ମଧ୍ଯ କେହି କେହି ଚର୍ଚ୍ଚା କରୁଛନ୍ତି । ଆଗକୁ ଆଉ ଗୋଟିଏ ବଡ ଘୋଟାଲାର ସୁରାକ ମଧ୍ଯ ସାମ୍ନାକୁ ଆସୁଛି ତାହା ପ୍ରତି ମଧ୍ଯ ମୁଖ୍ୟମନ୍ତ୍ରୀ ସତର୍କ ହେବା ଉଚିତ । ଏବେ ଏକ କ୍ବିଣ୍ଟାଲ ଧାନ ମିଙ୍ଗ ପାଇଁ ୨୦ ଟଙ୍କା ମିଲର୍ସ ମାନେ ସରକାରଙ୍କ ଠାରୁ ପାଉଥିବା ବେଳେ ଓଡିଶା ସରକାର ଏହାକୁ ବଢାଇ ପ୍ରତି କ୍ବିଣ୍ଟାଲରେ ଅଧିକ ଆଉ ୮୦ ଟଙ୍କା ବୋନସ ଦେବା ବିଷୟରେ ଭିତରି ବୁଝମଣା ଚାଳିଥିବା ଓ ଏଥି ପାଇଁ ମିଲର୍ସ ମାନଙ୍କ ଭିତରେ ସରକାରୀ ତୋଫା ୧୦ କୋଟି ଟଙ୍କା ଦେବା ପାଇଁ ବ୍ଯବସ୍ଥା ଚାଳିଥିବା ଭିତରି ସୂଚନା ମିଳୁଛି ।

ନିରୋଜ କୁମାର ପାଣୀ ଙ୍କ ରିପୋର୍ଟ୍ 

Related posts

ଜନଜାତିୟ ଗୌରବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

କଟକ ଜିଲ୍ଲା ଇପିଏଫ ପେନସନର୍ସ ସଂଘ କାର୍ଯ୍ୟକାରୀ କମିଟି ବୈଠକ 

Sunil Chandra Nayak

ପିତା ମାତା ପାଇଁ ସେବା ଅନୁଷ୍ଠାନ ଜୁନାଗଡ଼ ତରଫରୁ ସ୍ମଶାନ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!