ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପାଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ୟାରିଆର କାଉନସେଲି

ଗୋପାଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ୟାରିଆର କାଉନସେଲି

ଭବାନୀପାଟଣା ତା. ୦୯.୧୨.୨୦୨୪ : କଳାହାଣ୍ଡି ଫୋରମଫର ସୋସିଆଲ ଟ୍ରାନ୍ସଫରେସନ ତରଫରୁ ଗୋପାଳପୁର ଉଚ୍ଚ ବିଦ୍ୟାଳୟରେ ଏକ କ୍ୟାରିଅର କାଉନସେଲିଂ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଶମ ଶ୍ରେଣୀ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନିଜର ଦକ୍ଷତା ଆଗ୍ରହ ଅନୁସାରେ ନିଜର ବୃତ୍ତି କରିବାକୁ ପରାମର୍ଶ ଦିଆଯାଇଥିଲା । ବକ୍ତାମାନେ ପୁଙ୍ଖାନୁପୁଙ୍ଖ ଭାବରେ ଶିକ୍ଷାଗତ ଯୋଗ୍ୟତା ତଥା ନିଜର ରୁଚି ଓ ଦକ୍ଷତା ଅନୁସାରେ ଚୟନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ବୃତିଗତ ଶିକ୍ଷା ଚୟନ ପାଇଁ ବର୍ତ୍ତମାନ ହିଁ ତୁମର ପ୍ରକୃଷ୍ଟ ସମୟ ବୋଲି ପରାମର୍ଶ ଦେଇଥିଲେ। ଫୋରମର ସଭାପତି ପ୍ରେମାନନ୍ଦ ବାଗ , ଅବସର ପ୍ରାପ୍ତ ଜେଲ ଅଧିକ୍ଷକଙ୍କ ନେତୃତ୍ବରେ ଏହି କାର୍ଯ୍ୟାକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟାକ୍ରମରେ ଅତିରିକ୍ତ କମିଶନର ବନ୍ଦୋବସ୍ତ ବିଭାଗ ଅଗସ୍ତି ପ୍ରଧାନ, ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଗୋରା ମହାନନ୍ଦ, ସହାୟକ ଅଡିଟର ଜେନେରାଳ କୋଅପେରେଟିଭ ବିଭାଗ ଚୈତନ୍ୟ ବେମାଲ ଛାତ୍ରଛାତ୍ରୀମାନଙ୍କୁ ଠିକ ସମୟରେ ଠିକ ନିଷ୍ପତି ନେବାପାଇଁ ତଥା ଭଲଭାବରେ ପାଠ ପଢି ସମାଜରେ ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହେବାପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ ନାଏକ କାର୍ଯ୍ୟାକ୍ରମରେ ସଭାପତିତ୍ଵ କରିଥିଲେ ଏବଂ ଏଥିରେ ସହଯୋଗ କରିଥିଲେ।

( ମ ନି ସ )

Related posts

ପେହଲଗାଓ  ଗଣ ହତ୍ୟା ବିରୁଦ୍ଧ ରେ ହିନ୍ଦୁ ଏକତା ମଞ୍ଚ ପାଟଣାଗଡ଼ ତରଫରୁ ଏକ ବିଶାଲ ରେଲି ଶୋଭାଯାତ୍ରା

masiha

ନବରଙ୍ଗପୁର ଜିଲ୍ଲାରେ ‘”ପି ଏମ କିସାନ ” ଯୋଜନା ରେ କୃଷକ ମାନଙ୍କୁ ୨୧ ତମ ସହାୟତା ପ୍ରଦାନ 

Sunil Chandra Nayak

NSS ଦିବସ ୨୦୨୪ ପାଳନ

masiha

Leave a Comment

error: Content is protected !!