ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୁଜୀ ପଦ୍ମନାଭ ତ୍ରିପାଠୀଙ୍କ ବିୟୋଗରେ ଯୋଡ଼ା ସହରରେ ଶୋକର ଛାୟା

ଗୁରୁଜୀ ପଦ୍ମନାଭ ତ୍ରିପାଠୀଙ୍କ ବିୟୋଗରେ ଯୋଡ଼ା ସହରରେ ଶୋକର ଛାୟା

ଯୋଡ଼ା:-ଯୋଡ଼ା ପୌରପାଳିକା ଅନ୍ତର୍ଗତ ବାନେଇକଳା ଅଞ୍ଚଳର ଶାସ୍ତ୍ରୀନଗର ନିବାସୀ ଗୁରୁଜୀ ପଦ୍ମନାଭ ତ୍ରିପାଠୀଙ୍କ ବିୟୋଗରେ ସମଗ୍ର ଯୋଡ଼ା ସହରରେ ଶୋକର ଛାୟା ଖେଳିଥିବାର ଦେଖିବାକୁ ମିଳେ। ଘଟଣାରୁ ପ୍ରକାଶ ଯାହା, ଶନିବାର ଦିନ ସକାଳ ସମୟରେ ଛାତ୍ର’ଛାତ୍ରୀଙ୍କୁ ପାଠ ପଢ଼ାଉଥିବା ସାରି, ପରିସ୍ରା କରିବାକୁ ବାର୍ଥରୁମ ଯାଇଥିଲେ।ହେଲେ ବାର୍ଥରୁମରୁ ଫେରିବାକୁ ବିଳମ୍ବ ହୋଇବାରୁ ପରିବାର ଲୋକ ଡାକିଥିଲେ ମଧ୍ୟ ସେ କୌଣସି ଉତ୍ତର ନଦେବାରୁ, କବାଟ ଖୋଲିବାରୁ ଗୁରୁଜୀ ତଳେ ପଡିବା ଦେଖିବାରୁ, ଘର ଲୋକ ଏବଂ ସାହୀ ବାସିନ୍ଦା ତୁରନ୍ତ ମେଡିକାଲ ନେଇ ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଗୁରୁଜୀ ପଦ୍ମନାଭ ସହରରେ ଜଣିଏ ପ୍ରତିଷ୍ଠିତ ଶିକ୍ଷକ ଭାବରେ କ୍ଷାତିର ଅଧିକାରୀ ଥିବା ସହ ଅତ୍ୟନ୍ତ ସରଳ ବିଶ୍ୱାସୀ ଓ ସାଧାରଣ ବ୍ୟକ୍ତିତ୍ୱର ମଣିଷ ଥିଲେ।ତେବେ ମୃତ୍ୟୁ ସମୟରେ ତାଙ୍କୁ 52 ବର୍ଷ ହୋଇଥିବା ବେଳେ ଶାସ୍ତ୍ରୀନଗର ନିକଟ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସତ୍କାର ବନ୍ଧୁ ପରିଜନ ଓ ସାହୀ ଲୋକଙ୍କ ସାହାଯ୍ୟ ସହଯୋଗରେ ସମାପନ ହୋଇଛି।

ଦେଵୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଦିବ୍ୟଜୀବନ ସଙ୍ଘ ଖାତିଗୁଡା ଶାଖାର ବାର୍ଷିକ ଉତ୍ସବ

masiha

କୁସୁମିତ ବ୍ଳକ! ଵଡହାତନାଵେଡା ପଞ୍ଚାୟତର ରାଇପଡା ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି 

Sunil Chandra Nayak

ନଗର ଚିକିତ୍ସାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

Leave a Comment

error: Content is protected !!