ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ାବୁଗାଁରେ ଧାନ ମଣ୍ଡି ଉଦଘାଟିତ 

ଡ଼ାବୁଗାଁରେ ଧାନ ମଣ୍ଡି ଉଦଘାଟିତ 

ଡାବୁଗାଁ, ୧୦/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକର ସଦରମହକୁମାସ୍ଥିତ ହାଟପଦା ଠାରେ ଚଳିତ ବର୍ଷର ଖରିଫ ଧାନ ମଣ୍ଡି ମଙ୍ଗଳବାର ଉଦଘାଟିତ ହୋଇଯାଇଛି l ଏଥିରେ ଅତିଥି ଭାବେ ବ୍ଲକ ଅଧକ୍ଷା ବିଣା ମାଝୀ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ତହସିଲଦାର ହରିଓମ୍ ଭୋଇ, ବିଡିଓ ଶରତ ମାଝୀ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଡ଼ାବୁଗାଁ ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଡ଼ାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ଜିଲାପରିଷଦ ସଭ୍ୟ ଗୁପ୍ତ ବିଶୋଇ, ବାବିଜେନା, ଜୟନ୍ତ କୁମାର ପାତ୍ର, ମିଲର ଜି. ଭେଙ୍କଟ ରାଓ ,ଜି. ଗୋପାଳକ୍ରିଷ୍ଣା ରାଓ, ଜି. ବାବୁଲି ରାଓ, ରାଜେଶ ଅଗ୍ରୱାଲ, ଡାବୁଗାଁ ଲ୍ୟାମ୍ପ୍ସ ଏମଡି ହରିବନ୍ଧୁ ମିର୍ଗାନ, ବ୍ଲକ କୃଷକ ମହାସଂଘ ସଭାପତି ସତ୍ୟରଞ୍ଜନ ପାତ୍ର, ଆର ଏମ ସି ସୁପରଭାଇଜର ଓ ଅଳ୍ପ କିଛି ଚାଷୀ ମାନେ ଉପସ୍ଥିତ ଥିଲେ । ଡ଼ାବୁଗାଁ ମଣ୍ଡିରେ ମଙ୍ଗଳବାର ଓ ବୁଧବାର ଦିନ ଓ ଜୁନାପାଣି ମଣ୍ଡିରେ ଶୁକ୍ରବାର ଓ ଶନିବାର ଦିନ ଧାନ କ୍ରୟ କରାଯିବ । ସେହିପରି ଧାନ କ୍ୟୁଣ୍ଟାଲ ପିଛା ୨୩୦୦ଟଙ୍କା ରେ କ୍ରୟ କରାଯିବ । ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ସହ ପ୍ରତି କ୍ଵିଣ୍ଟାଲ ପିଛା ପ୍ରୋତ୍ସାହନ ରାଶି ୮୦୦ ଟଙ୍କା ସହ ଚାଷୀ ୧ କ୍ୟୁଣ୍ଟାଲ ପିଛା ମୋଟ ୩୧୦୦ ଟଙ୍କା ଦେବା ନିମନ୍ତେ ଧାର୍ଯ୍ୟ କରାଯାଇଛି । ଚାଷୀ ଙ୍କ ନିକଟରେ ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକନ ଚାଷୀଙ୍କ ମୋବାଇଲରେ ଅନ ଲାଇନ ରେ ଆସିଥିବା ସୂଚନା ମିଳିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାସନ୍ତୀ ପାଠାଗାରର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ବାର୍ଷିକୋତ୍ସବ 

masiha

ତୃତୀୟ ଚିତ୍ତରଞ୍ଜନ ଟ୍ରଫି ଉଦଯାପିତ, ମୁଣ୍ଡମରାଇ ଚାମ୍ପିଅନ

masiha

ପ୍ରକାଶ ପାଇଲା କ୍ଷୁଦ୍ରଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସୁକାନ୍ତି

masiha

Leave a Comment

error: Content is protected !!