ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଭୂମି କୁ ଷ୍ଟଡି ଟୁର୍ ରେ ପହଞ୍ଚିଲେ ପଶ୍ଚିମବଙ୍ଗ ର ତିନଟି କଲେଜର ଛାତ୍ରଛାତ୍ରୀ

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଭୂମି କୁ ଷ୍ଟଡି ଟୁର୍ ରେ ପହଞ୍ଚିଲେ ପଶ୍ଚିମବଙ୍ଗ ର ତିନଟି କଲେଜର ଛାତ୍ରଛାତ୍ରୀ

 ମୟୂରଭଞ୍ଜ- ୧୦/୧୨/୨୪; ସାନ୍ତାଳୀ ଭାଷା ଅଲଚିକି ଲିପି ର ସ୍ରଷ୍ଟା ଗୁରୁଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଭୂମି ତଥା ପୈତୃକ ଗ୍ରାମ ଦାଣ୍ଡବୋଷ ସ୍ଥିତ ବାସଗୃହ କୁ ପଶ୍ଚିମବଙ୍ଗ ବାଙ୍କୁଡା ଜିଲ୍ଲା ର ତିନଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଷ୍ଟଡି ଟୁର (ଅଧ୍ୟୟନ ଯାତ୍ରା) ରେ ପହଞ୍ଚି ଥିଲେ।

         ପଶ୍ଚିମବଙ୍ଗ ବାଙ୍କୁଡା ଜିଲ୍ଲା ର ତିନୋଟି ମହାବିଦ୍ୟାଳୟ ଯଥା ସାଲତୋଡା ନେତାଜୀ ସେଣ୍ଟିନାରୀ ମହାବିଦ୍ୟାଳୟ, ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଏବଂ ଖାତଳା ଆଦିବାସୀ ମହାବିଦ୍ୟାଳୟ ରୁ ପାଖାପାଖି ଦୁଇ ଶହ (୨୦୦) ଛାତ୍ରଛାତ୍ରୀ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ସହ ପହଞ୍ଚିଥିଲେ। ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ହେରିଟେଜ ଟ୍ରଷ୍ଟ, ଦାଣ୍ଡବୋଷ ର ଅଧ୍ୟକ୍ଷ ତଥା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଚୁନିୟନ ରଘୁନ୍ ମୁର୍ମୁ, ଟ୍ରଷ୍ଟ ର ପ୍ରବନ୍ଧକ ଲକ୍ଷ୍ମଣ ମାର୍ଣ୍ଡି, ସଂପାଦକ ମଦନ ମୋହନ ସୋରେନ୍, ବାବାତିଲକା ପାଠାଗାର ପ୍ରତିଷ୍ଠାତା ସଂପାଦକ ରାମଦାସ ମୁର୍ମୁ, ବାବା ତିଲକା ପାଠାଗାର ସଭାପତି ରାମଚନ୍ଦ୍ର ହେମ୍ବ୍ରମ, ଗୁମଦାଇ ହାଁସଦାଃ, ପରମେଶ୍ବର ହାଁସଦାଃ, ଟ୍ରଷ୍ଟ ର ସଦସ୍ୟ ମାଝ ମୁର୍ମୁ, ଦୁଃଖିରାମ ମୁର୍ମୁ ଏବଂ ବାବାଜୀ ମୋହନ ହାଁସଦାଃ ପ୍ରମୁଖ ସେମାନଙ୍କୁ ସ୍ବାଗତ କରିବା ସହିତ ପାଛୋଟି ନେଇଥିଲେ। ଏଠାର ପହଞ୍ଚିଥିବା ଛାତ୍ରଛାତ୍ରୀ’ଙ୍କୁ ଗୁରୁବାବା ଓ ଗୁରୁମାଆଙ୍କ ସମାଧି ସ୍ଥଳ ଓ ଧ୍ୟାନରେ ବସୁଥିବା କୁଟିର, କାପି ଡୁଙ୍ଗୁରୀ, ଡାଣ୍ଡ ବୁରୁ ଇତ୍ୟାଦି ଦର୍ଶନ କରାଇଥିଲେ। ଛାତ୍ରଛାତ୍ରୀ ଓ ଗୁରଜନ ମାନେ ସମାଧି ସ୍ଥଳରେ ମୁଣ୍ଡିଆ ମାରି ପ୍ରଣାମ ଜଣାଇ ଆଶିର୍ବାଦ ନେଇଥିଲେ। ଏଠାରେ ଛାତ୍ରଛାତ୍ରୀ’ଙ୍କୁ ଟ୍ରଷ୍ଟ ର ସଦସ୍ୟ ଓ ବିଶିଷ୍ଠ ବ୍ୟକ୍ତି ମାନେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବିଷୟରେ ବିଭିନ୍ନ ସୂଚନା ପ୍ରଦାନ କରିବା ସହିତ ତାଙ୍କ ସମ୍ବନ୍ଧରେ ରହିଥିବା ବିଭିନ୍ନ କିମ୍ବଦନ୍ତି ବିଷୟରେ ଅବଗତ କରାଇଥିଲେ। ଏହାପରେ ଦାଣ୍ଡବୋଷ ଉଚ୍ଚବିଦ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଛାତ୍ରଛାତ୍ରୀ’ଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ହେରିଟେଜ୍ ଟ୍ରଷ୍ଟ ପକ୍ଷରୁ ଉପସ୍ଥିତ ଥିବା ସଦସ୍ୟ ଓ ଅତିଥୀ ଗଣ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ଏବଂ ଅଲଚିକି ଲିପି ଦ୍ବାରା କିପରି ସାନ୍ତାଳୀ ଭାଷା ଓ ସଂସ୍କୃତି ସମ୍ବୃଦ୍ଧ ହୋଇ ପାରିଛି ତଥା ବିଭିନ୍ନ ପ୍ରାନ୍ତ ତଥା ଦେଶ ବିଦେଶ ରେ ବସବାସ କରୁଥିବା ସାନ୍ତାଳୀ ଜନଜାତୀଙ୍କୁ ଏକତ୍ରୀତ କରିପାରିଛି ତାହା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଶିଶ୍ୟ ପଶ୍ଚିମବଙ୍ଗ ବାଙ୍କୁଡା ଜିଲ୍ଲା ଅନ୍ତର୍ଗତ ସୁସୁନିଆ ହିଲ୍ ବାସିନ୍ଦା ନବୀନ ବେଶ୍ରାଙ୍କୁ ଅଲଚିକି ଲିପିର ପ୍ରଚାର ପ୍ରସାରରେ ବିଶିଷ୍ଠ ଭୂମିକା ଗ୍ରହଣ କରିଥିବାରୁ ଟ୍ରଷ୍ଟ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ତାଙ୍କ ସହିତ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରୁ ପହଞ୍ଚିଥିବା ଦୁର୍ଗା ମୁର୍ମୁ ଉପସ୍ଥିତ ରହିଥିଲେ। ଟ୍ରଷ୍ଟ ର ଅଡିଓ, ଭିଡିଓ ପରିଚାଳନା ନିର୍ଦ୍ଦେଶିକା ସଲମା ମୁର୍ମୁ ମଞ୍ଚ ପରିଚାଳନା କରିଥିବାବେଳେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଚୁନିୟନ ରଘୁନ ମୁର୍ମୁଙ୍କ ସହ ଧର୍ମିଣୀ ତଥା ଟ୍ରଷ୍ଟ ର ସହକାରୀ କୋଷାଧ୍ୟକ୍ଷା ସସ୍ମିତା ମୁର୍ମୁୁ, ନୀଳମଣୀ ମୁର୍ମୁ, ଭବେନ୍ଦ୍ର ମାର୍ଣ୍ଡି ଏବଂ ଡୁଗୁ ସୋରେନ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଷଷ୍ଠ ଦିନରେ ପହଞ୍ଚିଲା ଧାରଣା , ସମର୍ଥନ ଦେଇ ଧାରଣାରେ ବସିଲେ ମାରୱାଡି ଯୁବାମଞ୍ଚ ଓ ସିନିୟର ସିଟିଜେନ ଫୋରମ

masiha

ଆଜି ଦ୍ଵିତୀୟ ଦିନରେ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନେ ସମୂହ ଛୁଟିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନବରଙ୍ଗପୁର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମରକୋଟ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା  

ଟ୍ରାକ୍ଟର ଦୁର୍ଘଟଣା ରେ ଏନ୍ ଏ ସି ଡ୍ରାଇଭର୍ ମୃତ

Sunil Chandra Nayak

Leave a Comment

error: Content is protected !!