ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟ ରଞ୍ଜନ ସ୍ୱାଇଁ ଙ୍କ ଜଣାଣ କାଳିଆ

କାଳିଆ

କିଛି ମାଗୁନାହିଁ ତୋତେରେ କାଳିଆ

ବଡଦାଣ୍ଡେ ଛିଡା ହୋଇ

ତୋ ବଡ ଦାଣ୍ଡରେ ଚାଲିଗଲେ ଥରେ

ଦୁଃଖ ବୋଲି କିଛି ନାହିଁ

କିଛି ମାଗୁନାହିଁ…………….୧

 

ନୟନ ଦେଖୁଛି କେତେଯେ ଭକତ

ଆସୁଛନ୍ତି ଦେଖାକରି

ଧାଡି ଧାଡି ହୋଇ ଚାଲନ୍ତି ଭକତେ

ତୋ ନାମକୁ ଜପ କରି

ଭକତିରେ ଭରା ସବୁରି ହୃଦୟ 

ତୋ ସେବା କରିବା ପାଇଁ

କିଛି ମାଗୁନାହିଁ…………….୨

 

ଯାହାର ସାଥିରେ ଭାବର ବନ୍ଧନ

କିକଥା ମାଗିଵି ଯାଇ

ଭକତି ଭାବରେ ବାନ୍ଧିଦେବି ତୋତେ

ଚିରକାଳ ଥିବୁ ରହି

ଏତିକି ମାଗୁଣି ତୋ ପାଦ କମଳେ

ସେବକ ମୁଁ ତୋର ପାଇଁ

କିଛି ମାଗୁନାହିଁ ତୋତେରେ କାଳିଆ

ବଡଦାଣ୍ଡେ ଛିଡା ହୋଇ…………୩

 

 ସତ୍ୟ ରଞ୍ଜନ ସ୍ୱାଇଁ 

ଅବଦଲପୁର, ଯାଜପୁର

 

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଯାହାକୁ ଯେଉଁ ଥାନ

Sunil Chandra Nayak

ଉର୍ଲାଦନୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧୀୟ ବଗିଚା : ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଉଦାହରଣ

Sunil Chandra Nayak

ପିଅନଙ୍କ ହାତରେ ବିଇଓ ଅଫିସର ଭାଗ୍ୟ !

Sunil Chandra Nayak

Leave a Comment

error: Content is protected !!