ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଷତି ପୂରଣ ଦାବିରେ କୁମ୍ଭାରୀପୁଟ ଗ୍ରାମ ନିକଟରେ ରାସ୍ତା ଅବରୋଧ, ଅଟକିଛି ବହୁ ଯାନ

କ୍ଷତି ପୂରଣ ଦାବିରେ କୁମ୍ଭାରୀପୁଟ ଗ୍ରାମ ନିକଟରେ ରାସ୍ତା ଅବରୋଧ, ଅଟକିଛି ବହୁ ଯାନ

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର କୁମ୍ଭାରୀପୁଟ ଗ୍ରାମ ନିକଟ ଆମ୍ବତୋଟା ଠାରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମବାସୀ କ୍ଷତି ପୂରଣ ଦାବି କରି ରାସ୍ତା ଅବରୋଧ କରିଥିବା ଦିନ ୧୧ଟା ସମୟରେ ଦେଖିବାକୁ ମିଳିଛି। ସୂଚନା ଯେ ଗତକାଲି ରାତିରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁଟ୍ରାବେଡ଼ା ପଞ୍ଚାୟତ ଅନ୍ତର୍ଗତ ଗୁଲୁମିଗୁଡ଼ା ଗ୍ରାମର ଜଣେ ଭିନ୍ନକ୍ଷମ ଯୁବକ ହୁଲୁକାଙ୍କ ଟ୍ରକ୍ ଧକ୍କାରେ ମୃତ୍ୟୁ ଘଟିଥିଲା। କୁମ୍ଭାରିପୁଟ- କୁଟ୍ରାବେଡା ରାସ୍ତାର ମହାଗୁଡା ନିକଟସ୍ଥ ଏକ ନୂତନ କଲଭର୍ଟର ବାଇପାସ ରାସ୍ତାରେ ହୁଲୁକାଙ୍କୁ ଟ୍ରକ ଧକ୍କା ଦେଇ ଚାଲିଯିବା ବେଳେ କୁଟ୍ରାବେଡା ଗ୍ରାମବାସୀ ଟ୍ରକ୍‌କୁ ଅଟାକଇଥିଲେ। ଆଜି ପୂର୍ବାହ୍ନରୁ ରାସ୍ତା ଅବରୋଧ କରିଛନ୍ତି ପରିବାର ଲୋକଙ୍କ ସହ ଗ୍ରାମବାସୀ। ଏ ପର୍ଯ୍ୟନ୍ତ ଟ୍ରକ ମାଲିକ ଘଟଣା ସ୍ଥଳରେ ପହଞ୍ଚି ନଥିବା ସୂଚନା ମିଳିଛି।

ସଂଜୀବ କୁମାର ବଙ୍ଗାରି ଙ୍କ୍ ରିପୋର୍ଟ୍

Related posts

କୌଶିକ ବାବା ଡ଼ିଗ୍ରୀ କଲେଜରେ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

masiha

ବନସୁରଭି ପ୍ରକାଶନ ପକ୍ଷରୁ ସାରସ୍ବତ ସମାରୋହ: ପ୍ରତିଭା ସମ୍ବର୍ଦ୍ଧନା ଓ କବିତା ପାଠୋତ୍ସବ

masiha

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା ଅଭିଯାନ 

Sunil Chandra Nayak

Leave a Comment

error: Content is protected !!