ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାମଦା ରେ ଭାଲୁ ଆକ୍ରମଣ ରେ ମହିଳା ଗୁରୁତର

ଯାମଦା ରେ ଭାଲୁ ଆକ୍ରମଣ ରେ ମହିଳା ଗୁରୁତର 

ମୟୂରଭଞ୍ଜ – ୧୧୵୧୨ // ଭାଲୁ ଆକ୍ରମଣ ରେ ମହିଳା ଗୁରୁତର ଏହି ଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଅନ୍ତର୍ଗତ ହୁରୁଲାବେଡା ନାଳ ନିକଟ ରେ । ସୂଚନା ଅନୁଯାଇ ମହିଳା ଜଣକ ଦୈନିକ ଜାମଦା ସୁନାରାମ ସୋରେନ ଛକ କୁ ହାଣ୍ଡିଆ ବିକି ବାକୁ ଆସିଥାନ୍ତି , ପ୍ରତ୍ୟେକ ଦିନ ପରି ସଂଧ୍ଯା ସମୟ ପୂର୍ବରୁ ଘରକୁ ଫେରନ୍ତି କିନ୍ତୁ ଆଜି ବୁଧବାର ଦିନ ପୂର୍ବ ପରି ଘରକୁ ଫେରୁଥିବା ସମୟରେ ଘର ନିକଟ ହୁରୁଲାବେଡା ନାଳ ପଟାଶ ବଣ ନିକଟ ରେ ମହିଳାଙ୍କ ସହ ଭାଲୁ ସାମନାସାମନୀ ହୋଇଥିଲା ଯାହା ଫଳରେ ଭାଲୁ ମହିଳାକୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲା । ଉକ୍ତ ସମୟ ରେ ବାଟରେ ଯାଉଥିବା ଲୋକେ ଭାଲୁକୁ ଦେଖି ପାଟିକରିବାରୁ ଭାଲୁ ସେଠାରୁ ଭୟରେ ପଳାଇଯାଇଥିଲା । ଭାଲୁ ଆକ୍ରମଣ ରେ ଗୁରୁତର ମହିଳା ହେଲେ ହରିଲାବେଡା ଗ୍ରାମର ଜୟରାମ ମାଝୀ ର ସ୍ତ୍ରୀ ମାଇନୋ ସୋରେନ ବୋଲି ଜଣାପଡିଛି । ତାଙ୍କୁ ତୁରନ୍ତ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇ ଚିକିତ୍ସା କରାଯାଉଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଶିଶୁ ଦିବସ ଉପଲକ୍ଷେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

masiha

ଗୋବର୍ଦ୍ଧନପୁର ପଞ୍ଚାୟତ… କାଟ ଖାଇଲା ଅନାସ୍ଥା ପ୍ରସ୍ତାବ, ପଦବୀ ବଜାୟ ରଖିଲେ ସରପଞ୍ଚ

masiha

ଓଡ଼ିଆ ପକ୍ଷ ଅବସରରେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ମାନ୍ୟବର ବିଧାୟକଙ୍କ ଦ୍ୱାରା ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!