ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଦ୍ମନାଭ ପରେ କୋଇଡା’ର  କେଉଁ ମାଇନିଙ୍ଗ ଅଫିସର ର  ପାଳି ?

ପଦ୍ମନାଭ ପରେ କୋଇଡା’ର  କେଉଁ ମାଇନିଙ୍ଗ ଅଫିସର ର  ପାଳି ?

ବଡ଼ବିଲ:-ରାଜ୍ୟରେ ବିଗତ ସମୟରେ ଯେଉଁ ଦ୍ରୁତ ଗତିରେ ଖଣିଜ ପଦାର୍ଥରେ ମହାଦୁର୍ନୀତି ହୋଇଛି ସେଥିରେ ଅସାଧୁ ଖଣି କମ୍ପାନୀଙ୍କ ବ୍ୟତୀତ ଅଧିକ କେଇ ଦୁର୍ନୀତିଖୋର ଖଣି-ଅଫିସର ସମ୍ପୃକ୍ତ ବେସ ରହିଛି।ଯାହାକୁ ଗତ କିଛିଦିନ ଲଗାତାର ଭାବରେ ଭିଜିଲାନ୍ସ ବିଭାଗ ଗୋଡ଼ାଇ’ଗୋଡ଼ାଇ ଖଣି ଅଫିସରକୁ ବାନ୍ଧି,ରାଜ୍ୟକୁ ପ୍ରମାଣ ଦେବାରେ ସାହାଯ୍ୟ କରିଛି।ଆରମ୍ଭରେ ରାଜ୍ୟର ତାଳଚେର ମଣ୍ଡଳର ଡ଼ିଡ଼ିଏମ ଧରଣୀଧର ନାୟକକୁ ଭିଜିଲାନ୍ସ ଅଫିସର ବାନ୍ଧିବାର କେଇଟା ଦିନ ମଧ୍ୟରେ ହିଁ କେନ୍ଦୁଝର ଖଣିବିଭାଗର ଖଣି ଅଫିସର ପଦ୍ମନାଭ ହୋତାକୁ(ଜେଏମଓ)ଭିଜିଲାନ୍ସ ବିଭାଗ ଚଢ଼ାଉ କରି, ଜେଲ ପଠାଇବା ନିଜର ଦକ୍ଷତା ରାଜ୍ୟ ଆଗରେ ପ୍ରମାଣ ଦେଇଛି। ହେଲେ କୋଇଡା ଖଣିବିଭାଗରେ ପୁଳା’ପୁଳା ସମ୍ପତି ଠୁଳ କରିବାରେ ଲାଗିଥିବା ମହାଧୃତ ମାଇନିଙ୍ଗ ଅଫିସର ବସନ୍ତ ସାହୁ ଏବଂ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡ଼ି ସାରିଥିବା ପ୍ରଫୁଲ୍ଲ ସେଠୀ’ର କଳା’ଧନ ପୁଣି ବଢ଼ୁଥିବାରୁ ଖୁବଶୀଘ୍ର ଏହି ଦୁଇଜଣ ମାଇନିଙ୍ଗ ଅଫିସର ଭିଜିଲାନ୍ସ ଜାଲରେ ପୁଣି ପଡିବା ଥୟ ବୋଲି ସମଗ୍ର ଖଣିଅଞ୍ଚଳରେ ଚର୍ଚ୍ଚା ଜୋର ହେଉଥିବାର ଶୁଣିବାକୁ ମିଳେ।ତେବେ ଦେଖାଯାଉ, ଖଣି ଅଫିସର ବସନ୍ତ ସାହୁ କେଇ ଗୁଣରେ ଆଗୁଆ ଥିବାବେଳେ ପ୍ରଫୁଲ୍ଲ ସେଠୀ ଦ୍ୱ୍ୱତୀୟରେ କିନ୍ତୁ କାହାର ପାଳି ଆଗ ପଡିବ ତାହାକୁ ଭିଜିଲାନ୍ସ ବିଭାଗର ଟାଣୁଆ ଅଫିସର ସ୍ଥିର କରି, ଅଚାନକ ଉଭୟଙ୍କ ଉପରେ ମାଡି ବସିବେ ବୋଲି ଡିପାର୍ଟମେଣ୍ଟ ଚର୍ଚ୍ଚାରୁ ଜଣାପଡେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

କନ୍ଦାବୁଟୁରା ଗ୍ରାମ ପଞ୍ଚାୟତରେ ଯୁଗ୍ମ ଜନ ଶୁଣାଣି ଶିବିର 

Sunil Chandra Nayak

ବଟକୃଷ୍ଣ ବିଶ୍ଵାଳ ମେମୋରିଆଲ ଟ୍ରଷ୍ଟ ତରଫରୁ + ୨ ବିଜ୍ଞାନ ଓ କଳା ଟପର ସମ୍ବର୍ଦ୍ଧିତ

Sunil Chandra Nayak

ଭଦ୍ରାସାହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!