ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ଜାତୀୟସ୍ତରୀୟ ଶ୍ରୀମଦ୍ ଭଗବତ ଗୀତା ଜୟନ୍ତୀ ୨୦୨୪ ଅନୁଷ୍ଠିତ
ଢେଙ୍କାନାଳ( ମ ସୀ ହା)୧୧/୧୨_ସ୍ଥାନୀୟ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ସଭାଗୃହରେ ଭାରତ ସରକାରଙ୍କ ଅଧୀନସ୍ଥ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ସଂସ୍କୃତ ଅଧ୍ୟୟନ କେନ୍ଦ୍ରର ଆନୁକୁଲ୍ୟରେ ଅଧ୍ୟକ୍ଷା ଡ଼ଃ ଶକୁନ୍ତଳା ଜେନାଙ୍କ ପୌରୋହିତ୍ୟରେ ଜାତୀୟ ସ୍ତରୀୟ ଶ୍ରୀମଦ୍ ଭଗବତ ଗୀତା ଜୟନ୍ତୀ -୨୦୨୪ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ସ୍କାଉଟ୍, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ, ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ,ନିଖିଳ ଓଡ଼ିଶା ସରକାରୀ ମାଧ୍ୟମିକ ଶିକ୍ଷକ ସଂଘ ଢେଙ୍କାନାଳ ଜିଲ୍ଲା ଶାଖା କୋଷାଧ୍ୟକ୍ଷ,ପ୍ରାକ୍ତନ ଚିଫ୍ ଅଫିସର ସମର ଶିକ୍ଷାର୍ଥୀ ଆକାଶ ବାହିନୀ (ବାଳକ),ଷ୍ଟୁଡେଣ୍ଟ ପୋଲିସ୍ କ୍ୟାଡ଼େଟ୍ (ବାଳିକା ଓ ବାଳକ) ବିଭାଗ,ପ୍ରାକ୍ତନ ଛାତ୍ରାବାସ ପରିଚାଳକ,ସଂଯୋଜକ ମୋ ସ୍କୁଲ୍ ଅଭିଯାନ,ବିଦ୍ୟାଳୟ ପୋଷ୍ୟ କାର୍ଯ୍ୟକ୍ରମ,ଉତ୍କର୍ଷ ବିଦ୍ୟାଳୟ କେନ୍ଦ୍ର ଦାୟିତ୍ଵରେ ରହିବା ସହ ଦୀର୍ଘ ୩୬ ବର୍ଷର ନିରବଚ୍ଛିନ୍ନ ଶିକ୍ଷାଦାନ କରି ନିକଟରେ ଅବସର ଗ୍ରହଣ କରିଥିବା ଥିବା ବରିଷ୍ଠ ସହକାରୀ ଶିକ୍ଷକ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ଉଦ୍ ଘାଟକ ତଥା ମୁଖ୍ୟଅତିଥି ଭାବରେ ଯୋଗଦାନ କରି
ସଂସ୍କୃତ ଓ ସଂସ୍କୃତିର ସୁରକ୍ଷା ମାଧ୍ୟମରେ ଜୀବନ,ଜ୍ଞାନ ଓ ବିଜ୍ଞାନର ଗବେଷଣା କରିବା ପାଇଁ ଗୀତା ଗ୍ରନ୍ଥ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଡା. ମିଶ୍ର ଗୀତା ସବୁ ଶାସ୍ତ୍ରର ସାର ଓ ମଣିଷ ଜୀବନଚର୍ଯ୍ୟାର ସୁପରିଚାଳନା ପାଇଁ ନିର୍ଦ୍ଦେଶ ପୁସ୍ତିକା କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ଦୃଢ଼ ମତପୋଷଣ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଶକୁନ୍ତଳା ଜେନା ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ସମସ୍ତ ବିଜ୍ଞାନର ମୂଳତତ୍ତ୍ଵ ସଂସ୍କୃତରେ ହିଁ ନିହିତ ଅଛି। ସଂସ୍କୃତ ଓ ବିଜ୍ଞାନ ପରସ୍ପର ପରିପୂରକ। ତେଣୁ,ଖାଇବା ପିତା,ଗାଇବା ଗୀତା,ତେବେ ଯାଇ ହେବା ଜଗତଜିତା ବୋଲି କୁହାଯାଇଛି। ଫଳରେ ଆଶା ନରଖି ଅବିରତ କର୍ମରତ ହେବାକୁ ସେ ଛାତ୍ରୀ ମାନଙ୍କୁ ଦୃଢ଼ ଆହ୍ବାନ ଜଣାଇ ଥିଲେ। ମହାବିଦ୍ୟାଳୟର ପ୍ରାଶାସନିକ ମୁଖ୍ୟା ଅଧିକାରୀ ତଥା ଓଡ଼ିଆ ବିଭାଗ ମୁଖ୍ୟା ଡ଼ଃ ଅନିତା ବେହେରା ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ସଂସ୍କୃତ ହେଉଛି ବିଶ୍ଵ ଭାଷା ଓ ବିଶ୍ଵର ଅନେକ ଭାଷାର ଜନନୀ,ତେଣୁ ଏହାର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟା ଲିନା ଗନ୍ତାୟତ,ସଂସ୍କୃତ ବିଭାଗ ମୁଖ୍ୟ ଉଦ୍ଧବ ମଲ୍ଲିକ,ସଂସ୍କୃତ ଅତିଥି ଅଧ୍ୟାପିକା ଅର୍ଚ୍ଚନା ବେହେରା,ସଂସ୍କୃତ ଅତିଥି ଅଧ୍ୟାପକ ନେତ୍ରାନନ୍ଦ ମହାରଣା,ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପିକା ଡ଼ଃ ସ୍ଵାତୀ ସୁଚରିତା ପ୍ରଧାନ,ଇଂରାଜୀ ବିଭାଗ ଅଧ୍ୟାପିକା ଅନୀତା ମିଶ୍ର ଓ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ସଂସ୍କୃତ ଅଧ୍ୟୟନ କେନ୍ଦ୍ରର ସଂଚାଳକ,ଗବେଷକ ଅରିନ୍ଦମ ପାରୋଇ ଯୋଗଦାନ କରି କାର୍ଯ୍ୟକ୍ରମର ସଫଳ ସଞ୍ଚାଳନ,ମିଳିତ ମାର୍ଗଦର୍ଶନ ଓ ସଫଳ ସଂଯୋଜନାରେ ଜାତୀୟ ସ୍ତରୀୟ ଶ୍ରୀମଦ୍ ଭଗବତ ଗୀତା ଜୟନ୍ତୀ -୨୦୨୪ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସଂସ୍କୃତ ବିଭାଗ ମୁଖ୍ୟ ଉଦ୍ଧବ ମଲ୍ଲିକ ଅତିଥି ପରିଚୟ ପ୍ରଦାନ,ସ୍ବାଗତ ଅଭିଭାଷଣ ପ୍ରଦାନ କରି ସ୍ଵୀୟ ବକ୍ତବ୍ୟରେ ଗୀତା ଅଧ୍ୟୟନ ଓ ଏହାର ପ୍ରୟୋଗ ମାଧ୍ୟମରେ ମନୁଷ୍ୟ ଧର୍ମ,ଅର୍ଥ,କାମ ଓ ମୋକ୍ଷ ଭଳି ଚତୁର୍ବର୍ଗ ଫଳ ପ୍ରାପ୍ତି କରିପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଭାରତ ସରକାରଙ୍କ ଅଧୀନସ୍ଥ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ସଂସ୍କୃତ ଅଧ୍ୟୟନ କେନ୍ଦ୍ର,ଢେଙ୍କାନାଳର ସଂଚାଳକ,ଗବେଷକ ଅରିନ୍ଦମ ପାରୋଇ କାର୍ଯ୍ୟକ୍ରମର ସଫଳ ସଞ୍ଚାଳନ କରି ସ୍ଵୀୟ ବକ୍ତବ୍ୟରେ ସଂସ୍କୃତ ହେଉଛି ଶୁଦ୍ଧ ଭାଷା,ଦେବ ଭାଷା,ବିଜ୍ଞାନସମ୍ମତ ଓ କମ୍ପ୍ୟୁଟର ପାଇଁ ବିଶ୍ଵର ସବୁଠାରୁ ଉପଯୁକ୍ତ ଭାଷା ଅଟେ ବୋଲି ମତ ପ୍ରକାଶ କରିଥିଲେ। ପ୍ରତିଦିନ ଭଗବାନ ଶ୍ରୀକୃଷ୍ଣଙ୍କର ମୁଖନିସୃତ ବାଣୀ ଶ୍ରୀମଦ୍ ଭଗବତ ଗୀତା ପାଠ ମାଧ୍ୟମରେ ଆଦିଭାଷା ସଂସ୍କୃତର ପ୍ରଚାର ପ୍ରସାର ହେବା ସଙ୍ଗେ ସଙ୍ଗେ ବ୍ୟକ୍ତିର ସାମୁହିକ ବିକାଶ ସମ୍ଭବ ହୋଇପାରିବ ବୋଲି ସେ ଦୃଢ଼ ମତ ପୋଷଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଗୀତା ପାଠ ପ୍ରତିଯୋଗିତାରେ ଛାତ୍ରୀମାନେ ଶ୍ରୀମଦ୍ ଭଗବତ ଗୀତା ପୁସ୍ତକର ପଞ୍ଚଦଶ ଅଧ୍ୟାୟ ପାଠ କରିଥିଲେ। ଏହି ଉପଲକ୍ଷେ ସମ୍ପୂର୍ଣ୍ଣ ଶ୍ରୀମଦ୍ ଭଗବତ ଗୀତା ଉପରେ ଆଧାରିତ ଏକ ଲିଖିତ ଓ ମୌଖିକ କୁଇଜ୍ ପ୍ରଶ୍ନୋତ୍ତର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଗୀତା ଆବୃତ୍ତି ପ୍ରତିଯୋଗିତାରେ ସ୍ନେହା ମହାନ୍ତି ପ୍ରଥମ,ପ୍ରୀତି ମଞ୍ଜରୀ ସାହୁ ଦ୍ଵିତୀୟ,କାଦମ୍ବିନୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଲିଖିତ କୁଇଜ୍ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ କିରନ୍ମୟୀ ସାହୁ ପ୍ରଥମ,ବର୍ଷା ପ୍ରିୟଦର୍ଶିନୀ ବିଶ୍ଵାଳ ଦ୍ୱିତୀୟ,ଜ୍ୟୋତିର୍ମୟୀ ବିଶ୍ଵାଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତା ତ୍ରୟର ସର୍ବଶ୍ରେଷ୍ଠ କୃତୀ ପ୍ରତିଯୋଗୀ ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ମଞ୍ଚାସୀନ ଅତିଥିବୃନ୍ଦ ପ୍ରଶଂସା ପତ୍ର ଓ ପୁରସ୍କାର, ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଛାତ୍ରୀଙ୍କୁ ଏକ କ୍ଷୁଦ୍ର ଗୀତା ପୁସ୍ତକ ସାନ୍ତ୍ଵନାମୂଳକ ପୁରସ୍କାର ସ୍ୱରୂପ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଞ୍ଚାସୀନ ଅତିଥି ବୃନ୍ଦଙ୍କ ଦ୍ଵାରା ସରସ୍ବତୀଙ୍କ ଫଟୋ ଚିତ୍ରରେ ପୁଷ୍ପ,ଧୂପ,ଦୀପ ଅର୍ପଣ କରାଯିବା ସଙ୍ଗେ ସଙ୍ଗେ ମଙ୍ଗଲାଚରଣ ଗାନ ଓ ପରିଶେଷରେ ଶାନ୍ତି ପାଠ କରାଯାଇଥିଲା। ସଂସ୍କୃତ ଅତିଥି ଅଧ୍ୟାପିକା ଅର୍ଚ୍ଚନା ବେହେରା କାର୍ଯ୍ୟକ୍ରମର ସଫଳତା ପାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

