ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଲନରାରେ ‘ଚଇତି’_୨୦୨୪ ଉପଲକ୍ଷେ କବି ସମ୍ମିଳନୀ

କୋଲନରାରେ ‘ଚଇତି’_୨୦୨୪ ଉପଲକ୍ଷେ କବି ସମ୍ମିଳନୀ

୧୧.୧୨.୨୪ ତାରିଖରେ କୋଲନରା ବ୍ଲକ୍ ଅଫିସ୍ ର ସଭା କକ୍ଷରେ କୋଲନରା ବ୍ଲକ୍ ସ୍ତରୀୟ ‘ଚଇତି’ _୨୦୨୪ ଉପଲକ୍ଷେ କବି ସମ୍ମିଳନୀ ଅନୁଷ୍ଠିତ ହୋଇସାରିଛି ।

କୋଲନରା ବି.ଡ଼ି.ଓ. ଶ୍ରୀମତୀ ରୀନା ପ୍ରଧାନଙ୍କ ସଭାପତିତ୍ୱରେ ମଂଚରେ ବି.ଇ.ଓ.ଶ୍ରୀମତୀ ମଂଜୁଲତା ଜେନା,ଏକାଉଣ୍ଟ୍ ଅଫିସର୍ ଶ୍ରୀଯୁକ୍ତ ଗଣେଶ୍ୱର ଭଟ୍ଟ,ହେଡ୍ କ୍ଲର୍କ ମହାଶୟ ଅରୁଣ କୁମାର ପାଢ଼ୀ,ସି.ଏଚ୍.ଲକ୍ଷ୍ମୀନାରାୟଣ ପାତ୍ର ,କବି ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ମଂଚାସୀନ ଥିଲେ ।

କବି ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଏବଂ ପ୍ରଦୀପ କୁମାର ନାୟକଙ୍କ ସଂଯୋଜନାରେ ଶ୍ରୀମତୀ ରୀନା ପ୍ରଧାନ,ଶ୍ରୀମତୀ ମଂଜୁଲତା ଜେନା, ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ,ପ୍ରଦୀପ କୁମାର ନାୟକ,ଜୟଦେବ ସିଠ,ବିମଳେନ୍ଦୁ ପାଢ଼ୀ,ଶ୍ରୀମତୀ ସୁନୀତା ହୋତା,ପ୍ରଶାନ୍ତି ସାହୁ,ଧନଞୟ ବଗର୍ତ୍ତି,ମନୋଜ କୁମାର ପାଳ,ନାରାୟଣ ଚିନ୍ତାଡ଼ା,ରବିନାରାୟଣ ସାହୁ ପ୍ରମୁଖ କବିତା ପାଠ କରି ପରିବେଶକୁ କବିତାମୟ କରି ଗଢ଼ି ତୋଳିଥିଲେ ।

ଜୀବନ_କବିତା….କବିତା_ଜୀବନ….ବୋଲି ବକ୍ତବ୍ୟ ସବୁରେ ପ୍ରକାଶ ହୋଇଥିଲା । ( ମ ନି ସ )

Related posts

ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ସାଂସଦ ଓ ବିଧାୟକ

masiha

ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଅବ୍ୟବସ୍ଥା ନେଇ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହସ୍ପିଟାଲ ମ୍ୟାନେଜରଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ 

Sunil Chandra Nayak

ତୈଳ ଓ ରନ୍ଧନ ଗ୍ୟାସ ଯୋଗାଣ ରେ ସୃଷ୍ଟି ହୋଇଥିବା ଅସ୍ଥିରତାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ 

Leave a Comment

error: Content is protected !!