ଆର ଜି ଏଚ କୁ ଜିଲ୍ଲାର ମାନ୍ୟତା ସହ ରାଉରକେଲା ରେ ଏକ ମେଡ଼ିକାଲ କଲେଜ ସ୍ଥାପନା ଦାବିରେ ମୁଖ୍ୟମତ୍ରୀଙ୍କୁ ବିଧାୟକ ଦୁର୍ଗା ତନ୍ତୀଙ୍କ ସ୍ମାରକପତ୍ର ପ୍ରଦାନ
ରାଉରକେଲା ; ସ୍ମାର୍ଟ ସିଟି ରାଉରକେଲା ରେ ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସେଇ ପରିମାଣରେ ଏଠି ଥିବା ରାଉରକେଲା ସରକାରୀ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ଏବଂ କର୍ମଚାରୀଙ୍କ ସଂଖ୍ୟା କମ ଥିବାବେଳେ ଅନ୍ୟାନ୍ୟ ଭିତ୍ତିଭୂମି ଅଭାବ ମଧ୍ୟ ଅଛି । ଅପରପଟେ ସହରର ଅତି ନିଜଟରେ ଥିବା ତଥା ପଡୋଶୀ ଛତିଶଗଡ, ବିହାର ଓ ଝାଡଖଣ୍ଡ ଆଦି ରାଜ୍ୟର ସୀମାନ୍ତବର୍ତୀ ଅଂଚଳରୁ ଦୈନିକ ରୋଗୀମାନେ ଏହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବାରୁ ଏଠି ସବୁବେଳେ ନାହିଁ ନ ଥିବାର ଭିଡ଼ ହେଉଥିବା ଦେଖାଯାଉଛି ।ଏହି ସମସ୍ୟାର ସମାଧାନ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଜିଲ୍ଲାର ମାନ୍ୟତା ଦେଇ ଏହାକୁ ଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ପରିଣତ କରିବା ସହ ସମୟର ଆବଶ୍ୟକତା ଓ ରାଉରକେଲା ବାସୀଙ୍କ ଦୀର୍ଘଦିନର ଦାବି ଅନୁସାରେ ସ୍ମାର୍ଟ ସିଟି ରାଉରକେଲା ରେ ଏକ ମେଡିକାଲ କଲେଜ ସ୍ଥାପନା କରିବା ଦାବିରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚାରଣ ତନ୍ତୀ ଆଜି ଭୁବନେଶ୍ୱର ରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ବିସ୍ତୃତ ଭାବେ ଆଲୋଚନା କରିବା ସହ ନିଜ ଦାବି ସମ୍ବନ୍ଧରେ ସ୍ମାରକପତ୍ର ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ପ୍ରଦାନ କରିଥିଲେ । ବିଧାୟକଙ୍କ ସହ ଆଲୋଚନା ସମୟରେ ସହରବାସୀଙ୍କ ଦାବି କୁ ଗମ୍ଭୀରତାର ସହ ବିଚାର କରି ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ର ଶ୍ରୀ ମାଝୀ ବିଧାୟକ ଶ୍ରୀ ତନ୍ତୀଙ୍କୁ ପ୍ରତିଶୃତି ଦେଇଛନ୍ତି ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

