ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବେଦବ୍ୟାସ ଗୀତା ଜ୍ଞାନ ମହାଯଜ୍ଞ ଅନୁଷ୍ଠିତ 

ବେଦବ୍ୟାସ ଗୀତା ଜ୍ଞାନ ମହାଯଜ୍ଞ ଅନୁଷ୍ଠିତ 

ରାଉରକେଲା: ଶ୍ରୀମଦ୍ ଭଗବତ ଗୀତା ସାଂସ୍କୃତିକ ସମାଜ ତରଫରୁ ଗୀତା ଜୟନ୍ତୀ ଉପଲକ୍ଷେ ଦୀର୍ଘ ୪୦ବର୍ଷ ଧରି ଗୀତା ଜ୍ଞାନ ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି। ଚଳିତ ବର୍ଷ ଦିବ୍ୟ ଧାମ ବେଦବ୍ୟାସ ଠାରେ ଘୃତାହୃତି ସହିତ ଭଜନ, ସଂକୀର୍ତ୍ତନ ଏବଂ ସତସଙ୍ଗ ପ୍ରଭୃତି କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ପରମେଶ୍ଵର ଶତପଥୀ, ଶିବପ୍ରସାଦ ପାଠୀ ଓ କର୍ତ୍ତା ଭାବେ ଇଂ ଭରତ ଚନ୍ଦ୍ର ଦାସ ଦାୟିତ୍ଵ ତୁଲାଇଥିଲେ। ଯଜ୍ଞ ସମାପନ ପରେ ଉପସ୍ଥିତ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ପି ପି ରାୟ, ଡ଼ଃ ଉମାକାନ୍ତ ପଣ୍ଡା, ବିଚିତ୍ରାନନ୍ଦ ସାହୁ,ଜ୍ଞାନ ରଂଜନ ମିଶ୍ର, ଅନ୍ତର୍ଯ୍ୟାମୀ ଦାସ, ଜ୍ୟୋତିର୍ମୟ ଦାସ, କେଦାରନାଥ ଗିରି,ରୁଦ୍ରାଶିଷ ମହାନ୍ତି, ସିଦ୍ଧାର୍ଥ ରାଉତ, ଦେବକୀ ଲାକ୍ରା,ବିଉଟି ଟିଗା, ସବିତା କୁଜୁର, ଖୁସି ରାୟ, ନିକିତା ଟପ୍ପୋ, ନମ୍ରତା ଲାକ୍ରା, ଅଞ୍ଜନା ମିଞ୍ଜ, ପତିତପାବନ ରଥ, ଶାନ୍ତି ସିଂହ,ଆର ଏସ ଚୈ।ଧୁରୀ,ବି ନାୟକ, ଗୋପବନ୍ଧୁ ବାରିକ, ଶିଶିର ପ୍ରଧାନ,ଉଦ୍ଧବ ଚରଣ ପାଢ଼ୀ, ସୁବାସ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଁଳାକଟା ଗ୍ରାମରେ ମା ମଙ୍ଗଳାଙ୍କ ନିଶା ମଙ୍ଗଳବାର ଓଷା ପାଳିତ   

Sunil Chandra Nayak

ରାଇରଙ୍ଗପୁର ଐତିହାସିକ ବାବା ଐଶ୍ବାନେଶ୍ବର ଉଡାପର୍ବରେ ୫୦ ହଜାରରୁ ଉର୍ଦ୍ଧ୍ବ ସମାଗମ,ହର ହର ମହାଦେବ ପ୍ରକମ୍ପିତ 

Sunil Chandra Nayak

ଅମଠା ଶୈବ ପୀଠ ସ୍ଥଳୀରେ ଶିବ ଓ ଚଣ୍ଡୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଶୋହଳ ପ୍ରହର ନାମ ଯଜ୍ଞ ଆୟୋଜିତ

Leave a Comment

error: Content is protected !!