ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତାଳପଦର ପୋଢମରାର ଆଦ୍ୟ ପର୍ବ ଗୁଡ଼ି ଚଗା ମହାସମାରୋହରେ ଅନୁଷ୍ଠିତ 

ତାଳପଦର ପୋଢମରାର ଆଦ୍ୟ ପର୍ବ ଗୁଡ଼ି ଚଗା ମହାସମାରୋହରେ ଅନୁଷ୍ଠିତ 

ଜୁନାଗଡ଼,୧୬/୧୨(ମ ନି ସ)ଜୁନାଗଡ଼ ବ୍ଲକ ଦାସିଗାଁ ପଞ୍ଚାୟତ ଅଧିନସ୍ତ ତାଲପଦର ଠାରେ ପୋଢମରାର ଆଦ୍ୟ ପର୍ବ ଗୁଡିଚଗା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।,।ଧରଣୀପେନୁକୁ ବା ମାଟି ମାତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଦିବାସୀ ମାନେ କେଉଁ ଆଦିମ କାଳରୁ ମାଘ ମାସରେ ପୁଜା କରି ଆସୁଛନ୍ତି,ସେଥି ମଧ୍ୟରୁ ଟୋକି ପର୍ବ ବା ଗଡରା ମରା ପର୍ବ ପାଳନ କରିଥାନ୍ତି, କେହି କେହି ଟୋକି ପର୍ବ ବ୍ୟତୀତ ପୋଢ ମରା ପର୍ବ ପାଳନ କରିଥାନ୍ତି,ଏ ପରିପ୍ରେକ୍ଷୀରେ ତାଲପଦର ମାଝି ପଡ଼ାରେ ଏହି ପର୍ବ ଆଜି ପାଳିତ ହୋଇ ଯାଇଛି ,। ଗ୍ରାମବାସୀ ପ୍ରାତଃରୁ ନିତ୍ୟକର୍ମ ସାରି ନୁଆ ବସ୍ତ୍ର ପରିଧାନ ସହିତ ପୂଜା ବିଧି ଆୟୋଜିତ ହୋଇଥିଲା, ନିକଟ ବର୍ତ୍ତି ଗ୍ରାମରୁ ଅତିଥି ମାନଙ୍କୁ ଆମନ୍ତ୍ରିତ କରାଯାଇ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା,।ପରବ ବାଦ୍ୟର ତାଳେ ତାଳେ କାଳିସୀ ପ୍ରକଟ ହୋଇ ପୂଜକଙ୍କୁ ଆଦେଶ ପୂଜାପାଠ ଆୟୋଜିତ ଓ ବୋଦା ବତକ ପ୍ରଭୃତି ପ୍ରାଣୀଙ୍କୁ ମାଟି ମାଁଙ୍କ ଗୁଡ଼ିରେ ବଳି ଭୋଗ ଲଗା ଯାଇଥିଲା,। ଆସନ୍ତା ବର୍ଷ ଫେବୃଆରୀ ମାସରେ ପୋଢମରା ପର୍ବ ଆୟୋଜିତ ହେବ ବୋଲି କମିଟିର କର୍ମକର୍ତ୍ତା ମାନଙ୍କ ଠାରୁ ସୂଚନା ମିଳିଛି।,ଗୁଡିଚଗା କମିଟିର ସଂପାଦନ ଅରୁଣ କୁମାର ମାଝି, ସଭାପତି ମହାଦେବ ବାଗ, କୋଷାଧ୍ୟକ୍ଷ ପଦ୍ମନାଭ ସାହୁ, ଗୌନ୍ତିଆ ପ୍ରମୋଦ କୁମାର ବେହେରା,ଯୁବନେତା ଗୌରହରି ବାଗ, ଟିକଚନ ବାଗ ,ଜାନୀ ଦନାର ମାଝିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାରୁ ସୁନାନୀ,ଶିବ ମାଝି,ପବନ ନିଆଲ,ଅକୁର ବାଗ,ସୁମନ ବାଗ,ତ୍ରିପତି ଶଗଡ଼ିଆ, ଦୁଷ୍ମନ୍ତ ମାଝି ପ୍ରମୁଖ ସହଯୋଗ କରିଥିଲେ,।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନବନିର୍ମିତ ତ୍ରୀନାଥ ମନ୍ଦିରର ରତ୍ନମୁଦ ମହୋତ୍ସବ ଓ ଅଷ୍ଟ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

ଶୋଷିଆରେ ଦୋଳଯାତ୍ରା ଆରମ୍ଭ

Sunil Chandra Nayak

11 ଦିନ ବ୍ୟାପି ଶ୍ରୀରାମନବମୀ ମହୋତ୍ସବ ଅତି ଉତ୍ସାହର ସହିତ ଉଦଯାପିତ  

Sunil Chandra Nayak

Leave a Comment

error: Content is protected !!