ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ୍ ଧାନ ଗଛିତ ସନ୍ଧେହରେ ବିଭିନ୍ନ ମିଲ ସମେତ ଗୋଦାମ ଉପରେ ଚଢାଉ କରିଛି ଯୋଗାଣ ବିଭାଗଚାଷିର ୧୦୦୦ ପକେଟ ଧାନ ଜବତ କରିଛି ଏନ୍‌ଫୋର୍ସମେଂଟ ଟିମ୍‌

ବେଆଇନ୍ ଧାନ ଗଛିତ ସନ୍ଧେହରେ ବିଭିନ୍ନ ମିଲ ସମେତ ଗୋଦାମ ଉପରେ ଚଢାଉ କରିଛି ଯୋଗାଣ ବିଭାଗଚାଷିର ୧୦୦୦ ପକେଟ ଧାନ ଜବତ କରିଛି ଏନ୍‌ଫୋର୍ସମେଂଟ ଟିମ୍‌

ରାୟଗଡା /ବିଷମକଟକ :- ରାୟଗଡା ଜିଲ୍ଲା ବିଷମ କଟକ ବ୍ଳକରେ ଆସନ୍ତା ମଙ୍ଗଳବାର ଦିନ ଧାନ ମଣ୍ଡି ଖୋଲିବା ପୂର୍ବରୁ ଯୋଗାଣ ବିଭାଗ ଏକ ଟିମ୍ ଗଠନ କରି ବିଷମ କଟକ ବ୍ଲକର ଦୁର୍ଗୀ ଠାରେ ରହିଥିବା ମିଲ ଏବଂ ବିଭିନ୍ନ ଗୋଦାମ ଗୃହ ଉପରେ ଚଢାଉ କରିଛି । ରାଜ୍ୟ ସରକାର ଙ୍କ ଦ୍ୱାରା ଗଠିତ ହୋଇଥିବା ଏହି ଏନ୍‌ଫୋର୍ସମେଂଟ ଟିମ୍ କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳେ ବିଷମ କଟକ ବ୍ଲକ ଅନ୍ତର୍ଗତ ଦୁର୍ଗୀ ସ୍ଥିତ ମାଣିକେଶ୍ୱରୀ ଧାନ ମିଲ ଉପରେ ଅତର୍କିତ ଚଢାଉ କରି ଖାନ୍‌ତଲାସ କରିଥିଲା ।ଏହା ସହିତ ଦୁଇଟି ଗୋଦାମ ଗୃହ ଉପରେ ମଧ୍ୟ ଚଢାଉ କରିଛନ୍ତି । ଗୋଟିଏ ଗୋଦାମ ଗୃହରେ ଦୁର୍ଗୀ ଗ୍ରାମର ଜଣେ ଚାଷିର ୪୦୦ ପକେଟ ଧାନ ଗଛିତ ରହିଥିବା ବେଳେ ଚାଷି ଜଣ ଧାନ ଅମଳ ହୋଇଥିବା ଜମିର ପଟା ବିଭାଗୀୟ ଅଧିକାରୀ ଙ୍କୁ ଦେଖାଇଥିବା ବେଳେ ଯେଉଁ ଘରେ ଧାନ ଗଛିତ ରହିଥିଲା ସେହି ଘରର ଭଡା ଚୁକ୍ତନାମା ଦଲିଲ ପ୍ରଦାନ କରିପାରିନଥିବା ରୁ ଉକ୍ତ ଧାନ କୁ ଜବତ କରାଯାଇଛି । ଏହି ଧାନ କୁ ଓଜନ କରି ଦୁର୍ଗୀ ସ୍ଥ ସତ୍ୟନାରାୟଣ ରାଇସ୍ ମିଲ କୁ ଜିମା ରେ ଦିଆଯାଇଛି । ଘରର ଚୁକ୍ତିନାମା ଦଲିଲ ଦାଖଲ କଲାପରେ ଚାଷିକୁ ଧାନ ହସ୍ତାନ୍ତର କରାଯିବ ବୋଲି ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଏହା ପରେ ସାଧ୍ୟା ସମୟରେ ଦୁର୍ଗୀ ପଞ୍ଚାୟତ ଭାଲେରି ଗ୍ରାମ ର ଟି.ଡି.ସି. ସି. ଗୋଦାମରେ ୬୦୦ ପକେଟ ଧାନ ଠାବ କରିଛି ଏନ୍‌ଫୋର୍ସମେଂଟ ଟିମ୍ । ହେଲେ ଏହି ଧାନ ସବୁ ସେହି ଗ୍ରାମର କେ.କୁମା ରାଓ,ଟୁନା କୁଣ୍ଡିକା,ଏଙ୍କେନା କୁମୁରୁକା,ବିଦୁ ବାତ୍ରା,ଶିବ ଶଙ୍କର ସାହୁ,ଜି.ଚନ୍ଦ୍ରଶେଖର ଏବଂ ପଞ୍ଚାନନ ସାହୁ ଲଘୁଚାପ ଜନିତ ବର୍ଷା ସମୟରେ ଧାନ ଓଦା ହୋଇଯିବା ଭୟରେ ଏହି ଟିଡିସିସି ଗୋଦାମରେ ଧାନ ସବୁ ରଖିଥିବା ଅଧିକାରୀ ଙ୍କୁ ଜଣାଇଛନ୍ତି । ହେଲେ ଏହି ଗୋଦମ୍ ଟି ସରକାରୀ ଗୋଦାମ ହୋଇଥିବା ବେଳେ ଏହି ଗୋଦାମ ଟି ବିଷମ କଟକ ଲ୍ୟାମ୍ପ ଅଧିନରେ ରହିଛି । କେଉଁ ପରିସ୍ଥିତିରେ ସରକାରୀ ଗୋଦାମରେ ଚାଷିଙ୍କୁ ଧାନ ରଖିବା ନିମନ୍ତେ ଅନୁମତି ପ୍ରଦାନ କରାଗଲା ଏବଂ ଦାବି କରୁଥିବା ଚାଷି ମାନଙ୍କୁ ଧାନ କି ନାହିଁ ତାର ତଦନ୍ତ କରାଯିବ ବୋଲି ଅଧିକାରୀ ମାନେ ସୁଚନା ଦେଇଛନ୍ତି । ଜବତ ଧାନ କୁ ବିଷମ କଟକ ଲ୍ୟାମ୍ପ ଏମ୍‌.ଡି ଙ୍କୁ ଜିମା ରେ ଦିଆଯାଇଛି । ଏନ୍‌ଫୋର୍ସମେଂଟ ଟିମ୍ ରେ ବିଷମ କଟକ ତହସିଲଦାର କେ.ଭେଙ୍କେଟେଶ୍ୱର ରେଡ୍ଡି,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାସିବ ନାୟକ,ଯୋଗାଣ ଅଧିକାରୀ ଦେବଦତ ଲେଙ୍କା ପ୍ରମୁଖ ଉପସ୍ଥିତିରେ ମିଲ ଏବଂ ଗୋଦାମ ଚଢାଉ କରାଯାଇଛି । ବର୍ତମାନ ସୁଦ୍ଦା ଧାନ ମଣ୍ଡି ଖୋଲି ନଥିବା ସହ ଅଂଚଳର ଚାଷିଙ୍କ ପାଖରେ ଧାନ ଗଛିତ ରଖିବା ପାଇଁ ସୁରକ୍ଷିତ ସ୍ଥାନ ଅଭାବ ରହିଥିବା ସାଙ୍ଗକୁ ଗ୍ରାମାଚଂଳରେ ସରକାରୀ ସ୍ଥରରେ ଧାନ ଗଛିତ କରିବା ନିମନ୍ତେ କୌଣସି ସୁବିଧାନ ନଥିବାରୁ ଚାଷି ବର୍ଷା ଏବଂ ଖଳାରେ ଶିତ ଦାଉରୁ ରକ୍ଷା ପାଇବା ପାଇଁ ପୂର୍ବରୁ ଅମଳ ହୋଇଥିବା ଧାନ କୁ ବିଭିନ୍ନ ଗୋଦାମ୍ ଏବଂ ସୁବିଧା ଥିବା ଜାଗାରେ ଧାନ ଗଛିତ କରି ରଖି ଆସୁଥିଲେ । ବର୍ତମାନ ଆରମ୍ଭ ହୋଇଥିବା ଧାନ ଜବତ ପକ୍ରିୟା ଚାଷି ଙ୍କୁ ଚିନ୍ତାରେ ପକାଇ ଦେଇଥିବା ଚର୍ଚ୍ଚା ହେଉଛି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଏମ୍ଏସକ୍ଯୁ ଆପ୍ ସାଇବର ଠକେଇରେ ୩ ଅଭିଯୁକ୍ତ ଗିରଫ, ଅଧିକ ତଦନ୍ତ ଜାରି

Sunil Chandra Nayak

ଚୋରୀ ଅଭିଯୋଗରେ ଜଣେ ଯୁବକ ଗିରଫ 

Sunil Chandra Nayak

ମନ୍ଦିରରୁ ସିରିଜ୍ ଚୋରି

Sunil Chandra Nayak

Leave a Comment

error: Content is protected !!