ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ ସାମ୍ବାଦିକ ରବି ରଥ ସପ୍ତମ ଥର ପାଇଁ କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ମହାସଂଘ ସଭାପତି ନିର୍ବାଚିତ

ଭୁବନେଶ୍ୱର:୨୦/୪ – ମ.ନି.ସ:- କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ଏମ୍,ଏସ୍, ସ୍ବାମୀନାଥନ୍ କୃଷି ଗବେଷଣାକେନ୍ଦ୍ର ଠାରେ ଗତ ୧୬ – ୧୮ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଥିବା କ୍ଷୁଦ୍ର ମଧ୍ଯମ ସମ୍ବାଦପତ୍ର ମହାସଂଘର ୨୧ତମ ରାଷ୍ଟ୍ରୀୟ ଅଧିବେଶନ ଓ ୧୦ ମ ରାଜ୍ଯ ଶାଖା ସମ୍ମିଳନୀ ଅବସରରେ ସର୍ବସମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ତଥା ନବିନର ସମ୍ପାଦକ ରବି ରଥ ସପ୍ତମ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରକାଶଥାଉ କି ଶ୍ରୀ ରଥ ୨୦୦୫ ମସିହାରୁ ଏହି ସଂଗଠନର ଲଗାତାର ଭାବେ ସଭାପତି ନିର୍ବାଚିତ ହେବା ସହ ଓଡିଶାରେ ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା ସମ୍ବାଦପତ୍ରର ସମ୍ପାଦକମାନଙ୍କୁ ସଂଗଠିତ କରିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମରେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା, ଜୟପୁର ବିଧାୟକ ତଥା ସ୍ବାଗତ ସମିତିର ଅଧ୍ଯକ୍ଷ ତାରାପ୍ରସାଦ ବାହିନୀପତି,କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ଶରତ କୁମାର ପାଲିତା, ରାଷ୍ଟ୍ରୀୟ ସମ୍ପାଦକ ଶଙ୍କର କତିରାଙ୍କ ସମେତ୍ ଭାରତର ବିଭିନ୍ନ ପ୍ରାନ୍ତରୁ ଶତାଧିକ ସମ୍ପାଦକ ଉପସ୍ଥିତ ଥିଲେ। ଅଧିବେଶନରେ ଶ୍ରୀ ରଥଙ୍କୁ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଶଙ୍କର କତିରା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ମ.ନି.ସ

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପ୍ରେମ

Sunil Chandra Nayak

ତୁଳାପଡା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ 

ଭବାନୀପାଟଣା ଠାରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ@୨୦୪୭ ପାଳିତ

Sunil Chandra Nayak

Leave a Comment

error: Content is protected !!