ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟର ୧୦ମ ପ୍ରତିଷ୍ଠା ଦିବସ,ରକ୍ତଦାନ ଶିବିର ଓ ଜନ ସଚେତନା 

ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟର ୧୦ମ ପ୍ରତିଷ୍ଠା ଦିବସ,ରକ୍ତଦାନ ଶିବିର ଓ ଜନ ସଚେତନା 

 କଟକ : ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ, ଓଡ଼ିଶା (ବିସିଟି)ର ୧୦ମ ପ୍ରତିଷ୍ଠା ଦିବସ,ରକ୍ତଦାନ ଶିବିର ଓ ଜନ ସଚେତନା ଧର୍ମୀ ନାଟକ ପରିବେଷଣ କରା ଯାଇଛି । କଟକ ଶିଶୁ ଭବନର ପ୍ରାକ୍ତନ ସେବିକା ବିଷ୍ଣୁପ୍ରିୟା ଦାସଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ବରୀ ବ୍ଲକ ଡିହବାରିଙ୍ଗ ଗ୍ରାମର ବିଷ୍ଣୁପ୍ରିୟା ଏକ ନବଜାତ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇ ରକ୍ତ ଅଭାବରୁ ମୃତ୍ୟୁବରଣ କରିଥିଲେ । ତାଂକ ସ୍ମୃତିରେ ଏକ ଟ୍ରଷ୍ଟ ଗଠନ କରାଯାଇ ପ୍ରତି ବର୍ଷ ରକ୍ତ ଦାନ ଶିବିର ବାର୍ଷିକ ଉତ୍ସଵ ପାଳନ ଅବସରରେ କରାଯାଏ ।

ବିଗ୍ରେଡ ବିଦ୍ୟାଳୟ ବରୀରେ ଅନୁଷ୍ଟିତ ଏହି କ୍ରମରେ ତାଙ୍କ ଦଶମ ଶ୍ରାଦ୍ଧ ବାର୍ଷିକୀରେ ‘ବିମଳ ଓ ବିଷ୍ଣୁପ୍ରିୟା କାହାଣୀ’ ଶୀର୍ଷକ ନାଟକ ପରିବେଷଣ ସହ ରକ୍ତଦାନ ଶିବିର ଆୟୋଜିତ ହୋଇ ୫୭ ୟୁନିଟ୍ ରକ୍ତ ସଂଗୃହିତ ହେଇଛି । ବରୀ ବ୍ଲକ ପୂର୍ବତନ ବିଧାୟିକା ଓ ବିସିଟି ପରିବାର, ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ଇଂ. ବିମଳ ଚଂଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପାଳଙ୍କ ନିକଟରେ ଆଇନଜୀବୀଙ୍କ ବହୁଦିନର ଦାବି ସଫଳ ହେଲା

masiha

ପାଟଣାଗଡ ଉପଖଣ୍ଡ ସ୍ତରୀୟ ଲୋକଉତ୍ସବ ଅନୁଷ୍ଟିତ 

masiha

ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମ ର ଜିଲ୍ଲା ପ୍ରକ୍ରିୟା ପ୍ରୟୋଗଶାଲା ତିନି ଦିନିଆ ଆବାସିକ ପ୍ରଶିକ୍ଷଣ ସମାପନ

Sunil Chandra Nayak

Leave a Comment

error: Content is protected !!