ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ୧୩ ଦଫା ଦାବୀ ଦାବୀପତ୍ର ପ୍ରଦାନ 

ନୁଆପଡା ଜିଲ୍ଲା ଖଡ଼ିଆଳ ତହସିଲ କାର୍ଯ୍ୟାଳୟକୁ ଭାରତୀୟ କମ୍ୟୁନିଷ୍ଟି ପାର୍ଟି ପକ୍ଷରୁ ୧୩ ଦଫା ଦାବୀ ନେଇ ଘେରାଉ କରିଛନ୍ତି। ଏହି ଉପଲକ୍ଷେ ଖଡ଼ିଆଳ ସମଲେଶ୍ୱରୀ ମନ୍ଦିର ଠାରୁ ଏକ ଶୋଭାଯାତ୍ର ବାହାରି ନଗର ପରିକ୍ରମା କରିଥିବା ବେଳେ ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ସଭାରେ ଆଶିଷ କାନୁନଗୋ ସିପିଆଇ ସାଧାରଣ ସମ୍ପାଦକ, ବଲାଙ୍ଗୀର ଜିଲ୍ଲାର ଗୋପାଳ ଭୋଇ, ନୂଆପଡା ଜିଲ୍ଲା ସଭାପତି ବଂଶୀଧର ପ୍ରଧାନୀ,କଳାହାଣ୍ଡିରୁ ସଞ୍ଜୟ ସୁନାନୀ, ସରୋଜିନୀ ପ୍ରଧାନୀ, ପାଣ୍ଡଵ ଭୋଇ, କମଳ ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଆଦିବାସୀଙ୍କୁ ଜଙ୍ଗଳ ଜମି ପଟ୍ଟା ପ୍ରଦାନ,ଆୟକର ପ୍ରଦାନ କରୁନଥିବା ସମସ୍ତ ନାଗରିକଙ୍କୁ ରାସନ କାର୍ଡ଼ ପ୍ରଦାନ, ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର ଉପଭୋକ୍ତାଙ୍କ ବିଦ୍ୟୁତ ବିଲ ଛାଡ଼, କୃଷି ଋଣ ଛାଡ଼, ଚାଷୀ ମୁଳିଆଙ୍କୁ ୨୦୦ ଦିନର କାମ ଯୋଗାଣ ସହ ୬୦୦ ଟଙ୍କା ମଜୁରୀ ପ୍ରଦାନ ଭଳି ୧୩ ଦଫା ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଖଡ଼ିଆଳ ଅତିତିକ୍ତ ତହସିଲଦାର ଭୁପେନ୍ଦ୍ର ସିଂଙ୍କୁ ପ୍ରଦାନ କରିଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

ସାନ୍ତାଳ ଇଞ୍ଜିନିୟରସ ଓ୍ବେଲଫେୟାର ଏସୋସିଏସନ ପକ୍ଷରୁ ବୃକ୍ଷରୋପଣ ଓ ଆଦର୍ଶ ଗ୍ରାମ ପ୍ରତିଷ୍ଠା ନେଇ ବୈଠକ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଦେଶ ହେବ ରଙ୍ଗା, ଉଡିବ ତ୍ରିରଙ୍ଗା

Sunil Chandra Nayak

Leave a Comment

error: Content is protected !!