ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ ପାଇଲା ଅଘୋଷିତ କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ନବରଙ୍ଗପୁର ଜିଲ୍ଲା

ବାଲେଶ୍ଵର,୦୪/୬/୨୨- ଗତ ତା ୩୦/୫/୨୦୨୨ ରିଖ ଥିଲା ସାବିତ୍ରୀ ବ୍ରତ । ଏହି ଦିବସ ଉପଲକ୍ଷେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର ହ୍ଵାଟ୍ସଆପ୍ ଗୃପକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ଗୁଡିଏ କବିତା ଆସିଥିଲା । ଯେଉଁ କବିତା ଗୁଡିକ ସାବିତ୍ରୀ ବ୍ରତ କଥାବସ୍ତୁ ଉପରେ ପର୍ଯ୍ଯବେଶିତ ଥିଲା ସେଗୁଡିକୁ ଅଘୋଷିତ ରାଜ୍ୟ ସ୍ତରୀୟ କବିତା ପ୍ରତିଯୋଗିତାରେ ସାମିଲ କରାଯାଇଥିଲା । ଯାହାର ଶୀର୍ଷକ ଥିଲା – ସାବିତ୍ରୀ ବ୍ରତ । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାହିତ୍ୟ ସ୍ରଷ୍ଟା ମାନେ ଅଂଶ ଗ୍ରହଣ କରିଥିଲେ । ସମୀକ୍ଷା ଦାୟିତ୍ୱରେ ଥିଲେ ତାନଶ୍ରୀ ପାଣିଗ୍ରାହୀ, ସୁସାହିତ୍ଯିକା, ବାଲେଶ୍ବର ଏବଂ ସୁନିତା ପରିଡା, ଶିକ୍ଷୟିତ୍ରୀ ବାଲେଶ୍ବର । ଏଥିରେ ବାସନ୍ତୀ ଲତା ଜେନା, ନବରଙ୍ଗପୁର, ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ, ଉର୍ମିଳା ମହାପାତ୍ର, କୋଷାଗୁମୁଡା, ନବରଙ୍ଗପୁର, ରୁକ୍ମଣୀ ସାହୁ, ମୟୂରଭଞ୍ଜ, କାଙ୍ଗାଳି ସେଠୀ(ଠିକଣା ଜଣାନାହିଁ), ସରୋଜିନୀ ଜେନା, ଚାଷୀଖଣ୍ଡ, ଜଗତସିଂହପୁର, ଭାଗିରଥି ପତି, ମୟୂରଭଞ୍ଜ, ରମେଶ ଚନ୍ଦ୍ର ପ୍ରଧାନୀ, ବଲାଙ୍ଗୀର, ରଶ୍ମିତା ପାତ୍ର, ମୟୂରଭଞ୍ଜ, ମିଥୁନ ନାଏକ, ଅନୁଗୋଳ, ରଞ୍ଜିତା ସାହୁ, ଜଗତସିଂହପୁର ଓ ସଞ୍ଜୁକ୍ତା ସାହୁ, ଜଗତସିଂହପୁର ପ୍ରମୁଖ ଭାଗନେଇଥିଲେ ।

     ସମସ୍ତ କବିତା ଗୁଡିକୁ ଶ୍ରୀମତୀ ପାଣିଗ୍ରାହୀ ଏବଂ ଶ୍ରୀମତୀ ପରିଡ଼ା ତନ୍ନ ତନ୍ନ କରି ସମୀକ୍ଷା କରିବା ପରେ ଉର୍ମିଳା ମହାପାତ୍ର ପ୍ରଥମ, ରଞ୍ଜୁଲତା ପାଢୀ ଓ ସରୋଜିନୀ ଜେନା ଦ୍ବିତୀୟ ଏବଂ ବାସନ୍ତୀ ଲତା ଜେନାଙ୍କୁ ତୃତୀୟ ସ୍ଥାନ ମିଳିଛି । ଚଳିତ ବର୍ଷ ଡିସେମ୍ବର ମାସରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ସମ୍ବର୍ଦ୍ଧିତ ହେବେ । ତେଣୁ ଉତ୍ସବକୁ ଆସିବା ନିମନ୍ତେ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ନିବେଦନ କରିଛନ୍ତି । କେବଳ ପ୍ରଥମ ସ୍ଥାନକୁ ଅଗ୍ରାଧିକାର ଦିଆଯାଇଛି ।।

 ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କନ୍ଧମାଳ ବିକାଶ ନେଇ ସାଂସଦ ଓ ବିଧାୟକଙ୍କ ଆଲୋଚନା

Sunil Chandra Nayak

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର

Sunil Chandra Nayak

କାଉଡୋଳା ଠାରେ ଭିମା ଦେବତାଙ୍କ ବାଲିଯାତ୍ରା ପ୍ରସ୍ତୁତି ନେଇ ଗ୍ରାମ୍ୟ ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!