ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଆଇନ ବାଲି ଚୋରା ଚାଲାଣ କରୁଥିବା ୧୦ଟି ଟ୍ରାକ୍ଟରକୁ ଜବତ କଲେ ରାୟଗଡା ତହସିଲଦାର

ରାୟଗଡା:୮/୪- ମ.ସି.ହା:- ରାୟଗଡା ତହସିଲ ର ରାଜସ୍ୱ ସର୍କଲ ଅଧିନରେ ଥିବା ବିଭିନ୍ନ ସୌରାତରୁ ଗତ କିଛି ଦିନ ହେଲା ବାଲି ଚୋରା ଚାଲାଣ ହେଉଥିବା ନେଇ ଖବର ପାଇଥିଲେ ରାୟଗଡା ତହସିଲଦାର ତାପସ ରାଉତ୍, ତହସିଲଦାର ଙ୍କ ସମେତ୍ ଅତିରିକ୍ତ ତହସିଲଦାର ସୁନୀଲ ଖରା, ରାଜସ୍ୱ ନିରୀକ୍ଷକଙ୍କ ସହ ଚଢଉ କରି ବେଆଇନ୍ ଭାବରେ ବାଲି ଚାଲାଣ କରୁଥିବା ୧୦ ଟି ଟ୍ରାକ୍ଟର ଜବତ କରି ଜରିମାନା ଆଦାୟ କରିଥିଲେ। ପ୍ରତ୍ୟେକ ଟ୍ରାକ୍ଟର ରୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଥିଲେ। ଯାଞ୍ଚ ସମୟରେ ବାଲି ଚାଲାଣ କରୁଥିବା ୧୦ ଟି ଟ୍ରାକ୍ଟର କୌଣସି କାଗଜ ପତ୍ର ନଥିବା ଜଣାପଡିବା ପରେ ଟ୍ରାକ୍ଟର ଗୁଡିକକୁ ତହସିଲଦାର କାର୍ଯ୍ଯାଳୟକୁ ଅଣାଯାଇଥିଲା।

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ରାସ୍ତା ଅଛି, ହେଲେ ଯିବାକୁ ବାଟ ନାହିଁ !

Sunil Chandra Nayak

ନବରଙ୍ଗପୁର ରେ କାଗଜ ବିହୀନ ଅଦାଲତ କୁ ଉଦଘାଟନ କଲେ ସୁପ୍ରିମକୋର୍ଟ ର ପ୍ରଧାନ ବିଚାରପତି

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ AE ଙ୍କୁ ଅନ୍ଯତ୍ର ବଦଳି ଦାବି ନେଇ BDO ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!