ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ପକ୍ଷରୁ ସଙ୍ଗୀତ ପ୍ରତିଯୋଗିତା

ରାଇରଙ୍ଗପୁରରେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ପକ୍ଷରୁ ସଙ୍ଗୀତ ପ୍ରତିଯୋଗିତା

ମୟୂରଭଞ୍ଜ – ୧୬/୧୨ // ରାଇରଙ୍ଗପୁରର ଅଗ୍ରଣୀ ସାମାଜିକ -ସାଂସ୍କୃତିକ ଅନୁଷ୍ଠାନ “ପରିକ୍ରମା “ପକ୍ଷରୁ ଏକ ସଙ୍ଗୀତ ପ୍ରତିଯୋଗିତା ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି. ।ଏଥିରେ ବରିଷ୍ଠ ବର୍ଗରୁ ଖୁସବୁ ପାଲ, ଅନୁପମା ଟୁଡୁ, ଅଭିଜିତ ନନ୍ଦ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସେହି ଭଳି କନିଷ୍ଠ ବର୍ଗରୁ ପ୍ରବୀଣା ପାତ୍ର (କେନ୍ଦ୍ରୀୟ ବିଦ୍ୟାଳୟ ), ସନ୍ଦୀପ୍ତା ସାହୁ (କେନ୍ଦ୍ରୀୟ ବିଦ୍ୟାଳୟ ), ବିଜୟ ଭାରତୀ ଟୁଡୁ (କେନ୍ଦ୍ରୀୟ ବିଦ୍ୟାଳୟ, ସାଇଶ୍ରୀ ପ୍ରଧାନ (ଓଡିଶା ଆଦର୍ଶ ବିଦ୍ୟାଳୟ ), ଉପ -କନିଷ୍ଠ ବର୍ଗରୁ ଏ ଆର ପା୍ଭିଶ୍ନା ଭୋଇ(ଲିଟିଲ ଫ୍ଲାୱାର ସ୍କୁଲ ), ରାଜେଶ୍ୱରୀ ଗିରି (ଲିଟିଲ ଫ୍ଲାୱାର ସ୍କୁଲ ), ଖ୍ୟାତି ଅଚିନ୍ତ ଦତ୍ତ =କେରଳା ପବ୍ଲିକ ସ୍କୁଲ, ଓ ଶିଶୁ ବର୍ଗରୁ ଦିବ୍ୟ ଚିନ୍ତନ ଦତ୍ତ (କେରଳା ପବ୍ଲିକ ସ୍କୁଲ ) ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି. ସମସ୍ତ ବିଜେତାଙ୍କୁ ପୁରସ୍କାର ଓ ପ୍ରସଂସପତ୍ର ଓ ଯେଉଁମାନେ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇନାହାନ୍ତି ସେମାନଙ୍କୁ କେବଳ ପ୍ରସଂଶା ପତ୍ର ଆସନ୍ତା 31ଡିସେମ୍ବର ଅପରାହ୍ନ 4.30ମି ରେ ରାଇରଙ୍ଗପୁର ପି ସି ଏମ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହେବାକୁଥିବା ଅନୁଷ୍ଠାନର ଚତୁର୍ଦ୍ଦଶ ସ୍ଵନକ୍ଷତ୍ର ଉତ୍ସବରେ ପ୍ରଦାନ କରାଯିବ. ଏଥିରେ ବିଚାରକ ଭାବେ ସୁବାସ ପାତ୍ର, ପ୍ରଶାନ୍ତ ପରୀକ୍ଷା, ପ୍ରିୟବ୍ରତ ଦାସ, ନଗେନ୍ଦ୍ର ସି ଯୋଗଦେଇଥିବା ବେଳେ ରଞ୍ଜନ ନନ୍ଦ, ବିମଳ କୃଷ୍ଣ ମହାନ୍ତି, ସୌରଭ ପଟ୍ଟନାୟକ, ମେଘନାଦ ସାହା, ଦୁଷ୍ମନ୍ତ ଦାସ ଏହାକୁ ପରିଚାଳନା କରିଥିଲେ.।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ବିଧାୟକଙ୍କ ପ୍ରଚେଷ୍ଟାରେ ଆସିକାରେ ଦୁଇ ଦିନ ଉପଜିଲ୍ଲାପାଳଙ୍କ କ୍ୟାମ୍ପ କୋର୍ଟ ବିଧାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ 

masiha

ସାପ କାମୁଡ଼ାରେ ବୋରଗୁଡ଼ାରପଞ୍ଚାନନଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!