ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାପାଣି ଧାନ ମଣ୍ଡିରୁ ଉଠିଲାନି ଧାନ, ଖୋଲା ଆକାଶ ତଳେ ପଡି ରହିଛି ଚାଷୀ ଙ୍କ ଧାନ 

ଜୁନାପାଣି ଧାନ ମଣ୍ଡିରୁ ଉଠିଲାନି ଧାନ, ଖୋଲା ଆକାଶ ତଳେ ପଡି ରହିଛି ଚାଷୀ ଙ୍କ ଧାନ 

ଡାବୁଗାଁ, ୧୬/୧୨ (ମ.ନି.ସ.)- ଓଡିଶାର ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ଧାନ ଦର କୁଇଣ୍ଟାଲ ପିଛା ୨୩୦୦ଟଙ୍କା ଓ ଇନପୁଟ ବୋନସ ୮୦୦ ଟଙ୍କାକୁ ମିଶାଇ କୁଇଣ୍ଟାଲ ପିଛା ମୋଟ ୩୧୦୦ ଟଙ୍କା ଚାଷୀ ପାଇବ ବୋଲି ଘୋଷଣା କରିଥିଲେ ଏବଂ ମଣ୍ଡିରେ ଚାଷୀ ଙ୍କ ଧାନ କଟନୀ ଛଟନୀ ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ | ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ଠାରେ ଥିବା ଧାନ ମଣ୍ଡି ରେ ମିଲର ମାନଙ୍କ ଧାନ କଟନୀ ଛଟନୀ ପାଇଁ ସୋମବାର ଚାଷୀ ମାନଙ୍କ ଧାନ ମଣ୍ଡିରୁ ଉଠିପାରିନାହିଁ | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ଠାରେ ଥିବା ଧାନ ମଣ୍ଡିରେ ଆଜି ୬ ଜଣ ଚାଷୀ ନିଜର ଅମଳ କରିଥିବା ୩ ଶହ କୁଇଣ୍ଟାଲ ରୁ ଊର୍ଦ୍ଧ୍ଵ ଧାନ ମଣ୍ଡିରେ ବିକ୍ରି କରିବାକୁ ଆଣିଥିଲେ କିନ୍ତୁ କଟନୀଛଟନୀ ବିବାଦ ଯୋଗୁଁ ଚାଷୀ ଧାନ ବିକ୍ରି କରିପାରିନାହିଁ | ଏନେଇ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା | ଉକ୍ତ ବିବାଦ ସକାଳ ୧୦ ଘ. ରୁ ସନ୍ଧ୍ୟା ୫ ଘ. ପର୍ଯ୍ୟନ୍ତ ଚାଲିଥିଲା | ଯେହେତୁ କୌଣସି ସମାଧାନ ନହେବାରୁ ଟୋକନ ପାଇଥିବା ୬ ଜଣ ଚାଷୀ ମଣ୍ଡିରେ ଧାନ ଛାଡି ନିଜ ଘରକୁ ଚାଲିଯାଇଥିଲେ | ଏଥିରେ ମିଲର ମାନେ ମଣ୍ଡିର ପ୍ରଥମ ଦିନରେ ୮ କିଗ୍ରା କଟନୀ କରିଥିଲେ | କିନ୍ତୁ ଉକ୍ତ ମଣ୍ଡିରେ ଧାନ ଓଜନ ମେସିନ ଛାଡିଦେଲେ ଧାନର ମାନ ନିର୍ଧାରଣ କରିବା ପାଇଁ କୌଣସି ଯନ୍ତ୍ରପାତି ମଣ୍ଡିରେ ନଥିଲା | ଏହାକୁ ଆଜି ବ୍ଲକ କୃଷକ ମହାସଂଘ ବିରୋଧ କରି ୩ କି.ଗ୍ରାରୁ ଅଧିକ କଟନୀ ନ କରିବାକୁ ପ୍ରତିବାଦ କରିଥିଲେ | ଉକ୍ତ ମଣ୍ଡିରେ ଡାବୁଗାଁ କୃଷକ ମହାସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର, ଉପ ସଭାପତି ରାଜେନ୍ଦ୍ର ମିଶ୍ର ଙ୍କ ସହ ବିଭିନ୍ନ ଗ୍ରାମରୁ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ଵ ଚାଷୀ ଉପସ୍ଥିତ ଥିଲେ | ମଙ୍ଗଳବାର ଡାବୁଗାଁ ମଣ୍ଡିରେ ମଧ୍ୟ ପ୍ରତିବାଦ କରାଯିବ ବୋଲି ସଂଘ ର ସଭାପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି | ନିୟନ୍ତ୍ରିତ ବଜାର କମିଟି ତରଫରୁ ବଜାର ପରିଦର୍ଶକ ସୁଶାନ୍ତ କୁମାର ପାଳ ଓ କର୍ମଚାରୀ ମାନେ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପାହାଳ ମିଷ୍ଟାନ୍ନ ବ୍ୟବସାୟୀଙ୍କ ସୁରକ୍ଷା ପାଇଁ ସାଂସଦଙ୍କୁ ଦାବୀ ପତ୍ର 

Sunil Chandra Nayak

ରାଜ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ସର୍ଗିଗୁଡ଼ାକୁ ପରିଦର୍ଶନ କଲେ ସ୍ବାସ୍ଥ୍ୟ ସଚିବ ଶାଳିନି ପଣ୍ଡିତ

ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ-୨୦୨୪ ଅନୁଷ୍ଠିତ

masiha

Leave a Comment

error: Content is protected !!