ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ଠାକୁରାଣୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ

ମା ଠାକୁରାଣୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ 

ନବରଙ୍ଗପୁର:(ତା ୧୫/୧୨)(ରବିନାରାୟଣମହାନ୍ତି)-ଝରିଗାଁ କ୍ରୀଡା ଓ ସାଂସ୍କୃତିକ ସଂଘ ଦ୍ୱାରା ଆୟୋଜିତ ତ୍ରୟୋଦଶ ମା ଠାକୁରାଣୀ କ୍ରିକେଟ ଟୁର୍ଣାମେଣ୍ଟର ଆଜି ଶୁଭ ଉଦ୍ଘାଟନ ହୋଇଛି |ଏହି ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ପ୍ରଫୁଲ୍ଲ ପ୍ରଧାନୀ, ଝରୀଗାଁ ସରପଞ୍ଚ ଯୋଗେଶ୍ୱର ପୂଜାରୀ,ପ୍ରଫୁଲ୍ଲ ପାଣ୍ଡେ, ମହେନ୍ଦ୍ର ନାୟକ, ପୂର୍ଣ୍ଣ ପୂଜାରୀ, ରତାଖଣ୍ଡିଗୁଡା ସମିତି ସଭ୍ୟ ତମ୍ବୁଦାସ ପନକା, ସଂଘର ସଭାପତି ପ୍ରସନ୍ନ ମାଝୀ, କୋଷାଧକ୍ଷ ଅନିଲ ଜୈନ, ସମ୍ପାଦକ ସନ୍ତୋଷ ରାଓ, ଦେବଜ୍ୟୋତି ପଟ୍ଟନାୟକ,ଜି କ୍ରିଷ୍ଣା ରାଓ ପ୍ରମୁଖ ମଞ୍ଚାସୀନ ରହିଥିଲେ |୧୧ଦିନ ଧରି ଏହି କ୍ରିକେଟ ଟୁର୍ଣାମେଣ୍ଟ ଚାଲିବାକୁ ଥିବା ବେଳେ ୨୦ଟି ଦଳ ଏହି ଟୁର୍ଣାମେଣ୍ଟରେ ଭାଗ ନେଉଥିବା ସୂଚନା ରହିଛି |ଆଜି ପ୍ରଥମ ଦିବସୀୟ ଟୁର୍ଣାମେଣ୍ଟ ରେ ବିଷ୍ଟ ୧୧ ସମ୍ବଲପୁର ଓ ୩୦୦କୋଣ୍ଡାଗାଁ ମଧ୍ୟରେ ମ୍ୟାଚ ହୋଇଥିଲା |ପ୍ରଥମେ ବେଷ୍ଟ ୧୧ ସମ୍ବଲପୁର ଟଚ ଜିତିବା ପରେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଓ ୩୦୦କୋଣ୍ଡାଗାଁ ବ୍ୟାଟିଂ ନେଇଥିଲା |କୋଣ୍ଡାଗାଁ ଦଳ ୧୨ଓଭର ଖେଳି ୯୧ରନ ସଂଗ୍ରହ କରିଥିବା ବେଳେ ବେଷ୍ଟ ୧୧ସମ୍ବଲପୁର ୬ଓଭର ୧ବଲରେ ୯୩ରନ ହରେଇ ବିଜୟୀ ହୋଇଥିଲେ |ଉକ୍ତ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ଭାବେ ବୋଲର ଭିମାଙ୍କୁ ଟ୍ରଫି ପ୍ରଦାନ କରାଯାଇଛି, ଯିଏକି ୨ଓଭର ରେ ୪ଟି ୟୁକେଟ ନେଇଥିଲେ |ଖେଳ ଦେଖିବାକୁ ଝରୀଗାଁ ଓ ପଡୋଶୀ ବ୍ଲକର ସହସ୍ରାଧିକ ଖେଳପ୍ରେମୀ ଝରୀଗାଁ ମିନି ଷ୍ଟାଡିଅମରେ ଭରି ରହିଥିବା ଦେଖିବାକୁ ମିଳିଛି | ( ମ୍ ନି ସ ) 

Related posts

ପୁରୁଷ ବିଶ୍ଵକପ ହକି ୨୦୨୩ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଫୁଟବଲ୍ ଏବଂ ଭଲିବଲ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

କର୍ଲାପଡା ଠାରେ ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ

Sunil Chandra Nayak

ପୁରୁଷ ହକି ବିଶ୍ଵକପ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!