ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଳାଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ବାଳାଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ରାୟଗଡ଼ । ତା ୧୭-୧୨-୨୦୨୪ ରିଖ । ସ୍ଥାନୀୟ ଶକ୍ତି ଅନୁଷ୍ଠାନ ଦ୍ଵାରା ପରିଚାଳିତ ସାଇପ୍ରିୟା ନଗର ରେ ଥିବା ବଳାଶ୍ରମର ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି। ଏଥିରେ ରାୟଗଡ଼ ବିଧାୟକ କଡ୍ରାକା ଆପାଲ ସ୍ଵାମୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତା ରେ କୃତ କାର୍ଯ ହୋଇଥିବା ଛାତ୍ର ମାନଙ୍କୁ ପୁରସ୍କାର ଓ ବାଳଶ୍ରମ ର ସମସ୍ତ ୧୦୦ ଜଣ ଅନ୍ତେବାସୀଙ୍କୁ ପୋଷାକ ବଣ୍ଟନ କରିଥିଲେ। 

ପ୍ରକାଶ ଥାଉକି ଶକ୍ତି ଅନୁଷ୍ଠାନ ଗତ ତିନି ଦଶନ୍ଧି ଧରି ରାୟଗଡ଼ ଜିଲ୍ଲାରେ ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି, ଆର୍ଥିକ ଅନଗ୍ରସର ପଛୁଆ ଜାତି ର ଲୋକ ମାନଙ୍କର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ କରି ଆସୁଥିବା ବେଳେ ମହିଳା ଓ ଶିଶୁ ମାନଙ୍କର ଅଧିକାର ସୁରକ୍ଷା ଉପରେ ନିରନ୍ତର କାର୍ଯ କରି ଆସୁଅଛି। ତା ଛଡା ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଜରାଶ୍ରମ ଓ ଅନୁସୂଚିତ ଜାତି ବର୍ଗ ର ଛାତ୍ର ମାନଙ୍କ ର ଶିକ୍ଷା ନିମନ୍ତେ ନିଜକୁ ସର୍ବଦା ନିଯୋଜିତ କରିଛି। 

 ସୂଚନା ଯୋଗ୍ୟ ଯେ ଶକ୍ତି ଅନୁଷ୍ଠାନ ଦ୍ୱାରା ପରିଚାଳିତ ଉକ୍ତ ବାଳାଶ୍ରମ ଟି ରାୟଗଡ଼ ଜିଲ୍ଲାରେ ଅଦ୍ଵିତୀୟ ଅନୁଷ୍ଠାନ । ଗ୍ରାମାଞ୍ଚଳ ର ଅନୁସୂଚିତ ଜାତି ବର୍ଗ ର ଆର୍ଥିକ ଅନଗ୍ରସର ପରିବାର ର ୧୦୦ ଜଣ ଛାତ୍ର ମାନଙ୍କର ନବମ ଓ ଦଶମ ଶ୍ରେଣୀ ରେ ମାଗଣା ଶିକ୍ଷା ନିମନ୍ତେ ଏହି ବାଳଶ୍ରମଟି ଉଦ୍ଦିଷ୍ଟ। 

 ଆଜିର ପୁରସ୍କାର ଓ ପୋଷାକ ବଣ୍ଟନ ଉତ୍ସବ ରେ ସ୍ଥାନୀୟ ବିଧାୟକ ଙ୍କ ସହିତ ଶକ୍ତି ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଶ୍ରୀ ଅଖିଳ ରଞ୍ଜନ ପଣ୍ଡା ଓ ନିର୍ଦ୍ଦେଶକ ଶ୍ରୀ ରମେଶ ଚନ୍ଦ୍ର ନାୟକ ଉପସ୍ଥିତ ଥିବା ବେଳେ ବାଳଶ୍ରମ ର ପରିଚାଳକ ଶ୍ରୀ ଭରତ କର୍କରିଆ,ସହ ପରିଚାଳକ ଶ୍ରୀ ମନୋଜ ପାଲାକା ଙ୍କ ସମେତ ଶକ୍ତି ଅନୁଷ୍ଠାନ ର କର୍ମୀ ସିମ୍ରନ ଶର୍ମା, ଗୌରି ତୋଇକା ଓ ସାଇ କ୍ରୀଷ୍ଣା କାର୍ଯକ୍ରମରେ ସହଯୋଗ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମହାନ୍ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହ ଙ୍କ ୧୧୭ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ପକ୍ଷରୁ ପାଳିତ  ଶହୀଦ ଭଗତ ସିଂହ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ଛାତ୍ର ସମାଜ କୁ ଆହ୍ୱାନ ‌

Sunil Chandra Nayak

କଳାହାଣ୍ଡି ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ପାଳିତ ହେଲା ମହାବିଦ୍ୟାଳୟର ପ୍ରଥମ ‘ଗ୍ରାଜୁଏସନ୍ ଦିବସ’

masiha

କନ୍ଧମାଳକୁ ଦୁଇ ଦିନିଆ ଗସ୍ତ ରେ ୫-ଟି ସଚିବ: ମା’ବରାଳ ଦେବୀ ମନ୍ଦିର ରୂପାନ୍ତରୀତ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ 

Sunil Chandra Nayak

Leave a Comment

error: Content is protected !!