ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଏସ ପଦର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ 

ବିଏସ ପଦର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ 

ନବରଙ୍ଗପୁର:( ୧୭/୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଂଚାୟତ ଅନ୍ତର୍ଗତ ବିଏସ ପଦର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଘାଟିତ ହୋଇଯାଇଛି |ଉକ୍ତ ଉଦ୍ଘାଟନୀ ଉତ୍ସବରେ ଝରିଗାଁ ବିଧାୟକ ନରସିଂହ ଭତରା ମୁଖ୍ୟ ଅତିଥିଭାବେ ଯୋଗଦେଇ କ୍ରୀଡା ମଶାଲ ପ୍ରଜ୍ବଳନ କରିବା ସହ କ୍ରୀଡା ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ଧୋଡ୍ରା ସରପଞ୍ଚ ମହେନ୍ଦ୍ର ଭତରା, ବଡ଼ ଭରଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅବନି ମଜୁମଦାର, ବିଏସ ପଦର ବିଦ୍ୟାଳୟର ସଭାପତି ଅମର ଭତରା, ଖେଳ ଶିକ୍ଷକ ତପନ ବୈରାଗୀ ପ୍ରମୁଖ ଉପସ୍ଥିତ ରହିଥିଲେ |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରାମ ଭତରାଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିବା ବେଳେ ବିଦ୍ୟାଳୟର ଖେଳ ଶିକ୍ଷକ ତପନ ବୈରାଗୀ ମଞ୍ଚ ପରିଚାଳନା କରିଥିଲେ |ଶ୍ରୀ ଭତରା ନିଜ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କ ଉଦେଶ୍ୟରେ କହିଥିଲେ କି, ଆଜିର ଶିଶୁ କାଲିର ଭବିଷ୍ୟତ, ତେଣୁ ସେମାନଙ୍କୁ ପ୍ରତ୍ୟେକଟି କ୍ଷେତ୍ରରେ ଆଗକୁ ବଢିବାକୁ ସୁଯୋଗ ଦିଆଯିବା ଉଚିତ |ସେମାନଙ୍କୁ ଉତ୍ସାହିତ କଲେ ସେମାନେ ନିଜ ଅନ୍ତର୍ନିହିତ ପ୍ରତିଭା ସବୁର ପ୍ରଦର୍ଶନ କରିବେ ଓ ଭବିଷ୍ୟତରେ ତାହା ସେମାନଙ୍କ ଭବିଷ୍ୟତ ଗଠନରେ ବେଶ ସହାୟକ ହେବ |ଅଧ୍ୟୟନ ଓ କ୍ରୀଡା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ସଦୃଶ୍ୟ |ଖେଳ ସେମାନଙ୍କ ଶାରୀରିକ ବିକାଶରେ ସହାୟକ ହେଵା ସହ ସେମାନଙ୍କ ମାନସିକ ବିକାଶ ମଧ୍ୟ ହେବ |ଯେଉଁମାନେ ଖେଳରେ ଭଲ ପ୍ରଦର୍ଶନ କରିବେ ଭବିଷ୍ୟତରେ ଜିଲ୍ଲା, ରାଜ୍ୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ନିଜ ଗାଁ, ପଂଚାୟତ, ବ୍ଲକ ଓ ଜିଲ୍ଲା ପାଇଁ ନା ଅର୍ଜନ କରିବେ |ଆଜି ପ୍ରଥମ ଦିବସରେ ୧୦୦ମିଟର ଦୌଡ଼, ୨୦୦ମିଟର ଦୌଡ଼, ୪୦୦ମିଟର ଦୌଡ଼,୮୦୦ମିଟର ଦୌଡ଼, ୧୫୦୦ମିଟର ଦୌଡ଼,ଶର୍ଟଫୁଟ, ତିରନ୍ଦାଜ, ଡ଼ିସକସ,ଲମ୍ବାଡ଼ିଆ ଆଦି ଖେଳସବୁର ପ୍ରତିଯୋଗିତା ହୋଇଥିଲା |  ( ମ ନି ସ ) 

Related posts

କଳାହାଣ୍ଡି ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀ ଙ୍କ ତାଲିମ କାର୍ଯ୍ୟକ୍ରମ 

masiha

ତେନ୍ତୁଳିଖୁଣ୍ଟି ର ଅଖିଳ ରାଜ୍ୟ ଆଦିବାସୀ ଉନ୍ନୟନ ସମବାୟ ନିଗମ ର ରାଜ୍ୟ ନିର୍ଦେଶକ ନିର୍ବାଚିତ

Sunil Chandra Nayak

ପୁନଃ ଆର୍ବିକ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ନିଆଲଙ୍କ କବିତା

masiha

Leave a Comment

error: Content is protected !!