ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାୟଗଡ଼ – କେନ୍ଦ୍ରମନ୍ତ୍ରୀ ମାନନୀୟ ଶ୍ରୀ ସୋମ ପ୍ରକାଶଙ୍କ ଗସ୍ତ

ରାୟଗଡ଼ – ରାୟଗଡରେ କେନ୍ଦ୍ରମନ୍ତ୍ରୀମାନନୀୟ ଶ୍ରୀ ସୋମ ପ୍ରକାଶଙ୍କ ଗସ୍ତ। ଗସ୍ତ ସମୟରେ ଭାରତୀୟ ମଜଦୁର ସଂଘର ନେତୃତ୍ୱରେ ,ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ବିଭିନ୍ନ ସଂଗଠନର ପ୍ରତିନିଧି ମାନଙ୍କୁ ନେଇ ରାୟଗଡ଼ା ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ମନ୍ତ୍ରୀ ମାନନୀୟ ଶ୍ରୀ ସୋମ ପ୍ରକାଶଙ୍କୁ ସ୍ଵାଗତ କଲେ।

ତତ୍ ସହ ଜିଲ୍ଲାର ଏବଂ ରାଜ୍ୟର ଶ୍ରମିକ ମାନଙ୍କ ତଥା ସଂଘଟିତ , ଅସଂଘଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ , କଳକାରଖାନା ରେ କାର୍ଯ୍ୟରତ ଶ୍ରମିକ, କଳକାରଖାନାରେ ସ୍ଥାନୀୟ ଲୋକମାନଙ୍କୁ ପ୍ରାଧାନ୍ୟ ଦେବା , ଅଙ୍ଗନୱାଡ଼ି କର୍ମୀ , ଆଶା କର୍ମୀଙ୍କ ଏପରି ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମ ରେ ଭାରତୀୟ ମଜଦୁର ସଂଘର ବିଭିନ୍ନ ସଙ୍ଗଠନର ପ୍ରତିନିଧି ମାନେ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ପ୍ରକାଶ ଜିଙ୍କୁ ଦୃଷ୍ଟି ଆକର୍ଷଣ କରିବା ସହ ଆଲୋଚନା ରେ ଭାଗ ନେଇଥିଲେ।

ରାୟଗଡ ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ

Sunil Chandra Nayak

ତେରେସିଂହାରେ ନାଗ ପୂଜା ସମ୍ପନ୍ନ

Sunil Chandra Nayak

ସଂଘମିତ୍ରା ହେଲେ ଗରିମା ରାଜକୁମାରୀ ଓ ତନୁଶ୍ରୀ ପ୍ରଥମ ରନର୍ସ ଅପ୍

Sunil Chandra Nayak

Leave a Comment

error: Content is protected !!