ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଲକ୍ଷାଧିକ ଟଙ୍କା ବର୍ବାଦ-ସମୟ ବର୍ବାଦ” ଅଯୋଗ୍ୟ ପାଇଁ ବାଟ’ବଣା ନର୍ଭେରାମର ପ୍ଲାଣ୍ଟ ନିର୍ମାଣ

“ଲକ୍ଷାଧିକ ଟଙ୍କା ବର୍ବାଦ-ସମୟ ବର୍ବାଦ” ଅଯୋଗ୍ୟ ପାଇଁ ବାଟ’ବଣା ନର୍ଭେରାମର ପ୍ଲାଣ୍ଟ ନିର୍ମାଣ

ଯୋଡ଼ା:-କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରରେ ଥିବା ଅଞ୍ଚଳର ଜଣାଶୁଣା ତଥା ପ୍ରତିଷ୍ଠିତ ଖଣିକମ୍ପାନୀ ନର୍ଭେରାମ ମାଲିକଙ୍କର ବର୍ଷ’ବର୍ଷ ସମୟ ନଷ୍ଟ ହେଲା, ଲକ୍ଷାଧିକ ଟଙ୍କା ମଧ୍ୟ ସରିଲା,ହେଲେ ନୂତନ ପିଲେଟ ପ୍ଲାଣ୍ଟ ନିର୍ମାଣର ଗନ୍ଧ’ବାସ୍ନା ଟିକକ ମଧ୍ୟ ନାହିଁ।ହଁ ଆଜ୍ଞା ଘାଟଣ ଯାହା ଲୋକଲୋଚନକୁ ଆସିବା ହୁଏ ଯେ କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରରେ ଥିବା ନର୍ଭେରାମ କମ୍ପାନୀର ବହୁ ଲକ୍ଷାଧିକ ଟଙ୍କାକୁ ନିଜ ମୋନକୁ ଯେପରି ସୁହାଇଲା କିମ୍ବା ନିଜ ଇଛାରେ ଖର୍ଚ୍ଚରେ ଲଗାଇବା ସ୍ୱତ୍ୱେ ଗୋଟିଏ ନୂତନ ପିଲେଟ ପ୍ଲାଣ୍ଟ ନିର୍ମାଣ ଏବେବି ସ୍ବପ୍ନ ହୋଇ ପଡିରହିଛି ଦାୟତ୍ୱରେ ଥିବା ବଡ଼ବିଲ ସ୍ଥିତ କମ୍ପାନୀର ପ୍ରମୁଖ ଜଣିଏ କର୍ତ୍ତ୍ତୃପକ୍ଷର ଅଯୋଗ୍ୟତାର ବାଟ’ବଣା ନିମନ୍ତେ ହୁଏ ବୋଲି ସମଗ୍ର ଖଣିବାସୀଙ୍କ ମଧ୍ୟରେ ହେଉଥିବାର ଆଲୋଚନାରୁ ଯାହା ଜଣାପଡେ।ତେବେ ଦେଖିବାକୁ ଗଲେ,କମ୍ପାନୀ ମାଲିକଙ୍କ ଠାରୁ ମାସିକ ଲକ୍ଷାଧିକ ମୋଟା ବେତନ ନେଇ,କମ୍ପାନୀର ଦାମୀ ଚାରି ଚକିଆ ଗାଡି ଏବଂ ଅନ୍ୟାନ୍ୟ ସମସ୍ତ ସୁବିଧା ନେବା ସୁଦ୍ଧା କମ୍ପାନୀର କାର୍ଯ୍ୟରେ ଏଯାଏ ଅସଫଳତା ଆଣିବା କିମ୍ବା ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଅଯୋଗ୍ୟ କର୍ତ୍ତ୍ତୃପକ୍ଷ ନିମନ୍ତେ କାଠିକର ପାଠ ପାଲଟିଥିବା ବେଳେ କମ୍ପାନୀର ବଡ଼ବିଲ କାର୍ଯ୍ୟାଳୟରେ ଏକଛତ୍ରବାଦ ଶାସନ ଚଳାଇବାରେ ଅନେକ ହନ୍ତସନ୍ତ ହୋଇ,କେଇ ଛାଡି ଚାଲିଯିବା ହେଉଥିବାର ଜଣାପଡେ।ହେଲେ କମ୍ପାନୀର ମାଲିକଶ୍ରେଣୀ ଅତ୍ୟନ୍ତ ସାଧାରଣ ଓ ନିଷ୍କପଟ ସରଳ ମଣିଷ ହୋଇଥିବାରୁ ଢେରଦିନ ଧରି,କମ୍ପାନୀର ବଡ଼ବିଲ ଅଫିସ ପ୍ରମୁଖ କର୍ତ୍ତ୍ତୃପକ୍ଷ ଏବଂ ତାହାର ଏକ ତେଲମରା ଟିମ(କମ୍ପାନୀ- ଅଫିସ’ଷ୍ଟାଫ)ସହଯୋଗରେ ଲଗାତାର ଭାବରେ ମାଲିକଶ୍ରେଣୀଙ୍କୁ ଭୁଆଁ ବୁଲାଇବା ସହ ଲକ୍ଷାଧିକ ଟଙ୍କା ବ୍ୟୟ କରିବାରେ ଫସାଇ ରଖିଛି ବୋଲି ଚର୍ଚ୍ଚା ଜୋର ଧରିବାରୁ ଜଣାପଡେ।ହେଲେ କମ୍ପାନୀର ମାଲିକଙ୍କ ପ୍ଲାଣ୍ଟ ନିର୍ମାଣର ଆଶା ଓ କିଛି କରିବାର ଇଛାଶକ୍ତି ସ୍ବପ୍ନକୁ ବଡ଼ବିଲ ଅଫିସରେ ନିଜର କାୟା ବିସ୍ତାର କରିଥିବା କର୍ତ୍ତ୍ତୃପକ୍ଷ ନିଜ ଜିଦ ଆଗରେ ଧୂଳିସାତ କରିବାରେ ଲାଗିଛି ଗୁଡ଼େ ବର୍ଷ ଧରି ବୋଲି ଖଣିବାସୀ ନାପସନ୍ଦ କରନ୍ତି ବୋଲି ଜଣାପଡେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁରେ ପରବ ପ୍ରସ୍ତୁତି ବୈଠକ 

Sunil Chandra Nayak

୧୯୭୨ ମସିହା ମାଟ୍ରିକ ଵ୍ୟାଚର ପ୍ରଥମ ବନ୍ଧୁ ମିଳନ 

masiha

ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ  କ୍ଷତିପୂରଣ ଦାବିରେ ରାଜରାସ୍ତା  ରୋକିଲେ ଗ୍ରାମବାସୀ 

Leave a Comment

error: Content is protected !!