ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୃହ ମନ୍ତ୍ରୀ ଅମିତ ସାହା ଙ୍କ ମନ୍ତବ୍ୟ କୁ ନେଇ ଜୟନ୍ତପୂର ଠାରେପ୍ରତିବାଦ ଓ ଗାଁ ପରିକ୍ରମା 

ଗୃହ ମନ୍ତ୍ରୀ ଅମିତ ସାହା ଙ୍କ ମନ୍ତବ୍ୟ କୁ ନେଇ ଜୟନ୍ତପୂର ଠାରେପ୍ରତିବାଦ ଓ ଗାଁ ପରିକ୍ରମା 

 ରାଜ୍ୟ ସଭା ରେ ଗୃହ ମନ୍ତ୍ରୀ ଅମିତ ସାହା ଭାରତ ରତ୍ନ ସମ୍ବିଧାନ ପ୍ରଣେତା ଡ଼. ବି. ଆର ଆମ୍ବେଦକର ଙ୍କୁ ନେଇ ଯେଉଁ ଅରୁଚିକର ମନ୍ତବ୍ୟ ଦେଇଛନ୍ତି ତାର ପ୍ରତିବାଦ ରେ ଗୁରୁବାର ଜୟନ୍ତପୁର ଠାରେ ଏକ ପ୍ରତିବାଦ କରିଥିଲେ l ଶ୍ରୀଯୁକ୍ତ ସାହା ତାଙ୍କ ମନ୍ତବ୍ୟରେ ଆମ୍ବେଦକର ଆମ୍ବେଦକର କହିବା ଆଜି ଏକ ଫେସନ ପାଲଟି ଗଲାଣି,ସେମାନେ ଯେତେଥର ଏ ନାମ ଜପୁଛନ୍ତି, ତା ବଦଳରେ ଭଗବାନ ଙ୍କ ନାମ ଜପିଥିଲେ ସେମାନଙ୍କ ସାତ ପୁରୁଷା ସ୍ଵର୍ଗରେ ଉପଭୋଗ କରିଥାନ୍ତେ ବୋଲି କହିଥିଲେ l ଏହି ଟିପ୍ପଣୀ ଦେଶର ଜନସାଧାରଣଙ୍କୁ ଆଘାତ ଦେଇଛି ତେଣୁ ଅମିତ ସାହା ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ପ୍ରତିବାଦ କରିଛନ୍ତି । ଜୟନ୍ତପୂର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ରେଲି ମାଧ୍ୟମରେ ଗାଁ ପରିକ୍ରମା କରାଯାଇଥିଲା । ଏହି ରାଲିରେ ଆମ୍ବେଦକରବାଦୀ ନୋଜ଼ଲ କୁମାର ବାଗ, ଚିତ ରଞ୍ଜନ ଦୁରିଆ, ଧଵଲେ ଦୁରିଆ, ଟହକାନ୍ତ ବାଗ, ଉମେଶ ଦୁର୍ଗା, ପୁରୁଷୋତ୍ତମ ନାଏକ, ସଞ୍ଜୟ ବାଗ, ଲକ୍ଷ୍ମଣ ଝାଙ୍କର, ସୁନୀଲ ଦୁରିଆ,ଲକ୍ଷ୍ମଣ ନାଏକ, ଗୋଲାପ ମାଝୀ, ନବୀନ ଧରୁଆ ଧବଳେଶ୍ୱର ମାଝୀ ପ୍ରମୁଖ ଉପସ୍ଥିତ ରହି ପ୍ରତିବାଦ କରିଥିଲେ। ଏବଂ ଯିଏ ବି ଆମ୍ବେଦକର କିମ୍ବା ତାଙ୍କ ଦ୍ୱାରା ଲିଖିତ ସମ୍ବିଧାନ ପ୍ରତି ନଜର ଉଠାଇବ ତାର ଉଚିତ ଜବାବ ଦିଆଯିବ ବୋଲି ନୋଜ଼ଳ ବାଗ ପ୍ରକାଶ କରିଥିଲେ ।

ଢଗ ନାଏକ ଙ୍କ ରିପୋର୍ଟ୍ 

 

Related posts

ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ରଶ୍ମିରେଖା

masiha

ରାଇରଙ୍ଗପୁର ରେ ଆରଷି ମଡର୍ଣ ମାର୍ସିଆଲ ଆର୍ଟ , କମ୍ବଟ ଗୁରୁକୁଳ, ରାଜ୍ୟ ସଂଘ କାର୍ଯ୍ୟାଳୟ ଉଦଘାଟିତ

Sunil Chandra Nayak

ମାଁ ଦୁର୍ଗାଙ୍କ ପୀଠରେ ଝିଅମାନଙ୍କ ଭାଇ ଜିଉଁନ୍ତିଆ ପୂଜା ପାଳିତ

Sunil Chandra Nayak

Leave a Comment

error: Content is protected !!