ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲ୍ୟାଣସିଂହପୁର ବ୍ଳକ ସ୍ତରୀୟ ଚଇତି ମୋହତ୍ସବ ୨୦୨୪ ପାଳିତ 

କଲ୍ୟାଣସିଂହପୁର ବ୍ଳକ ସ୍ତରୀୟ ଚଇତି ମୋହତ୍ସବ ୨୦୨୪ ପାଳିତ 

ରାୟଗଡ଼ା,କଲ୍ୟାଣସିଂହପୁର ୧୯/୧୨(ଆପ୍ର) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦର ବଡ଼ଦାଣ୍ଡ ରଥ ପଡିଆ ଥରେ ବ୍ଳକ ସ୍ତରୀୟ ଚଇତି ଚଇତି ମହୋତ୍ସବ ୨୦୨୪ ମହା ଧୁମ୍ ଧାମରେ ପାଳନ ହୋଇ ଯାଇଛି। କଲ୍ୟାଣୀ ଓ ନାଗାବଳୀ ନଦୀ ସଙ୍ଗମ ସ୍ଥଳ ଶିଵ ମନ୍ଦିର ଠାରୁ କଳସ ଯାତ୍ରା ହୋଇ ଚଇତି ମଣ୍ଡପ ରେ ପହଞ୍ଚି ଥିଲା। ଏହି ଚଇତି ୨୦୨୪ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବିଷମ କଟକ ବିଧାୟକ ନୀଳମାଧବ ହିକକା ଚଇତି ଷ୍ଟଲ ଉଦଘାଟନ କରିଥିଲେ। ଅତିଥି ରୂପେ କଲ୍ୟାଣସିଂହପୁର ବ୍ଳକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା,କଲ୍ୟାଣସିଂହପୁର ବ୍ଳକ (କ)ଜନ ଜିଲ୍ଲା ପରିଷଦ ଭି ୱାରା ପ୍ରସାଦ ରାଓ,ସାଂସଦ ପ୍ରତିନିଧି କୁମାର ସ୍ବାମୀ କୋୖଶଲ୍ୟା, କନ୍ଧ କୁଳ ସମାଜ ବ୍ଲକ ଉପ ସଭାପତି ଶଙ୍କର ହୁଈକା, ଡମ ସମାଜ ବ୍ଳକ ସଭାପତି ଜାଗାମ ବେନିଆ,କନ୍ଧ କୂଳ ଆଦିବାସୀ ସମାଜ ରାଜ୍ୟ ସମ୍ପାଦକ କାଲି ରାମ ମାଝୀ, ବିଜେପି ବ୍ଳକ ମଣ୍ଡଳ ସଭାପତି ରାମାରାଓ କାଡ୍ରାକା,କଂଗ୍ରେସ ବ୍ଳକ ସଭାପତି ସି ଏଚ ନାଗେଶ୍ୱର ରାଓ, ବିଜେଡି ବ୍ଳକ ସଭାପତି ସୁନ୍ଦର ରାଓ ବାଗ, ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଚ୍ଚା, କଲ୍ୟାଣସିଂହପୁର ତହସିଲଦାର ମାନସ ରଞ୍ଜନ ସେଟ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସ ମଞ୍ଚାସିନ ରହିଥିଲେ। ସ୍ଥାନୀୟ ଲୋକକଳା କଳାକାର ଦଳ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ । ଆଞ୍ଚଳିକ ଜଣାଶୁଣା କଳାକାର ଜଗଦାସ ନାଚିକା, ମୁନା ହିମରିକା, ପଦ୍ମନ ପାଣି ଙ୍କୁ ମଞ୍ଚରେ ସମର୍ଦ୍ଧିତ କରାଯାଇଥିଲା। ଏହି ଚଇତି କାର୍ଯ୍ୟକ୍ରମ କୁ ବିଶ୍ୱନାଥ କାଡ୍ରାକା ଏବଂ ଜୟରାମ କୁଲିସିକା ପରିଚାଳନା କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ 

masiha

ଆଦିବାସୀ ଙ୍କ ପେଟ ର ଦାନା ଖାଇଦେଲେ ପିଇଓ, #ବର୍ଷେ ତଳେ ଖାଇଥିଲେ ଚାଉଳ ଏବେ ଖାଇଲେ ମାଣ୍ଡିଆ  ଭଉଣି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଥିବାରୁ ହାତ ମାରିପାରୁ ନାହାନ୍ତି ପ୍ରଶାସନ 

Sunil Chandra Nayak

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର ଅନୁଷ୍ଠିତ ୧୦୪୪ ହିତାଧିକାରୀଙ୍କୁ ୫ କୋଟି ୧୩ ଲକ୍ଷ ୬୯ ହଜାର ୨୦୦ ଟଙ୍କାର ସହାୟତା

masiha

Leave a Comment

error: Content is protected !!