ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲ୍ୟାଣସିଂହପୁର ବ୍ଳକ ସ୍ତରୀୟ ଚଇତି ମୋହତ୍ସବ ୨୦୨୪ ପାଳିତ 

କଲ୍ୟାଣସିଂହପୁର ବ୍ଳକ ସ୍ତରୀୟ ଚଇତି ମୋହତ୍ସବ ୨୦୨୪ ପାଳିତ 

ରାୟଗଡ଼ା,କଲ୍ୟାଣସିଂହପୁର ୧୯/୧୨(ଆପ୍ର) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦର ବଡ଼ଦାଣ୍ଡ ରଥ ପଡିଆ ଥରେ ବ୍ଳକ ସ୍ତରୀୟ ଚଇତି ଚଇତି ମହୋତ୍ସବ ୨୦୨୪ ମହା ଧୁମ୍ ଧାମରେ ପାଳନ ହୋଇ ଯାଇଛି। କଲ୍ୟାଣୀ ଓ ନାଗାବଳୀ ନଦୀ ସଙ୍ଗମ ସ୍ଥଳ ଶିଵ ମନ୍ଦିର ଠାରୁ କଳସ ଯାତ୍ରା ହୋଇ ଚଇତି ମଣ୍ଡପ ରେ ପହଞ୍ଚି ଥିଲା। ଏହି ଚଇତି ୨୦୨୪ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବିଷମ କଟକ ବିଧାୟକ ନୀଳମାଧବ ହିକକା ଚଇତି ଷ୍ଟଲ ଉଦଘାଟନ କରିଥିଲେ। ଅତିଥି ରୂପେ କଲ୍ୟାଣସିଂହପୁର ବ୍ଳକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା,କଲ୍ୟାଣସିଂହପୁର ବ୍ଳକ (କ)ଜନ ଜିଲ୍ଲା ପରିଷଦ ଭି ୱାରା ପ୍ରସାଦ ରାଓ,ସାଂସଦ ପ୍ରତିନିଧି କୁମାର ସ୍ବାମୀ କୋୖଶଲ୍ୟା, କନ୍ଧ କୁଳ ସମାଜ ବ୍ଲକ ଉପ ସଭାପତି ଶଙ୍କର ହୁଈକା, ଡମ ସମାଜ ବ୍ଳକ ସଭାପତି ଜାଗାମ ବେନିଆ,କନ୍ଧ କୂଳ ଆଦିବାସୀ ସମାଜ ରାଜ୍ୟ ସମ୍ପାଦକ କାଲି ରାମ ମାଝୀ, ବିଜେପି ବ୍ଳକ ମଣ୍ଡଳ ସଭାପତି ରାମାରାଓ କାଡ୍ରାକା,କଂଗ୍ରେସ ବ୍ଳକ ସଭାପତି ସି ଏଚ ନାଗେଶ୍ୱର ରାଓ, ବିଜେଡି ବ୍ଳକ ସଭାପତି ସୁନ୍ଦର ରାଓ ବାଗ, ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଚ୍ଚା, କଲ୍ୟାଣସିଂହପୁର ତହସିଲଦାର ମାନସ ରଞ୍ଜନ ସେଟ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସ ମଞ୍ଚାସିନ ରହିଥିଲେ। ସ୍ଥାନୀୟ ଲୋକକଳା କଳାକାର ଦଳ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ । ଆଞ୍ଚଳିକ ଜଣାଶୁଣା କଳାକାର ଜଗଦାସ ନାଚିକା, ମୁନା ହିମରିକା, ପଦ୍ମନ ପାଣି ଙ୍କୁ ମଞ୍ଚରେ ସମର୍ଦ୍ଧିତ କରାଯାଇଥିଲା। ଏହି ଚଇତି କାର୍ଯ୍ୟକ୍ରମ କୁ ବିଶ୍ୱନାଥ କାଡ୍ରାକା ଏବଂ ଜୟରାମ କୁଲିସିକା ପରିଚାଳନା କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ

Sunil Chandra Nayak

ପାଣିରେ ବୁଡି ଯୁବକ ମୃତ

masiha

ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା ଏବଂ ଜିଲ୍ଲା ଆରକ୍ଷୀ ନିଯୁକ୍ତି ନେଇ ରାଇରଙ୍ଗପୁର ଓକିଲ ସଂଘର ସଭାପତି ଅକ୍ଷୟ ମହାନ୍ତିଙ୍କ ଖବରଦାତା ସମ୍ମିଳନୀ

Leave a Comment

error: Content is protected !!