ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିତା ନାଥ ସ୍ମାରକୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ବାର୍ଷିକୀ ଉତ୍ସବ

ସିତା ନାଥ ସ୍ମାରକୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ବାର୍ଷିକୀ ଉତ୍ସବ

ବସ୍ତା,୨୦/୧୨ ବାଲିଆପାଳ ବ୍ଲକ ଜାମକୁଣ୍ଡା ସିତା ନାଥ ସ୍ମାରକୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର୧୩ ତମ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ଦିଲ୍ଲୀପ କୁମାର ସି ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ଉତ୍କଳ ଶିକ୍ଷା ପରିଷଦର ସମ୍ପାଦକ ଯୋଗେନ୍ଦ୍ର ଦାସ ଅବସରପ୍ରାପ୍ତ ଶିକ୍ଷକ ଭରତ ଚନ୍ଦ୍ର ମହାନ୍ତି, ସିଆରସିସି ଅତୁଳ କୁମାର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକୁମାର ଜେନା, ଯୋଗଦେଇ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ପିଲାଙ୍କ ଭବିଷ୍ୟତ ଗଠନର ଶିକ୍ଷକ, ଛାତ୍ର ଅଭିଭାବକ ଙ୍କର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ଗୁରୁଜୀ ଦେବବ୍ରତ ବିଶ୍ୱାଳ ଅତିଥି ଙ୍କୁ ମଞ୍ଚ ଆହ୍ବାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ପରିଡ଼ା ବାର୍ଷିକୀ ବିବରଣୀ ପାଠ କରିଥିଲେ। ଏହି ଅବସରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଗୁରୁଜୀ ସମୀର କୁମାର ଗିରି ଧନ୍ୟବାଦ୍ ଅର୍ପଣ କରିଥିଲେ। ପୂଜ୍ୟପୂଜା ଅବସରରେ ମାତୃ ପୂଜନ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଗୁରୁଜୀ,ଗୁରୁମା ଏବଂ ପରିଚାଳନାରେ କମିଟି ର ସଦସ୍ୟ ମାନେ ପରିଚାଳନା କରିଥିଲେ। 

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଦିନିକିଆ ଗସ୍ତ ରେ ୫ ଟି ସଚିବ

ବିଭିନ୍ନ ସ୍ଥାନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

masiha

ସଂକ୍ରାନ୍ତି ପୁରୁଷ ଫକୀର ମୋହନଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!