ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ନବରଙ୍ଗପୁର କୁ ହରାଇ ସେମିଫାଇନାଲ ରେ ବ୍ରହ୍ମପୁର। (ଦର୍ଶକ ପାଇଲେ 13000 ଟଙ୍କା )

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ନବରଙ୍ଗପୁର କୁ ହରାଇ ସେମିଫାଇନାଲ ରେ ବ୍ରହ୍ମପୁର। (ଦର୍ଶକ ପାଇଲେ 13000 ଟଙ୍କା )

ଜୁନାଗଡ଼୨୧/୧୨(ମ ନି ସ) -ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ କ୍ରିକେଟ ରେ ନବରଙ୍ଗପୁର ଟସ ଜିତି ବେଟିଙ୍ଗ ନିଷ୍ପତି ନେଇ ଥିଲେ l ନବରଙ୍ଗପୁର ବେଟିଙ୍ଗ କରି ସମସ୍ତ ଉଇକେଟ ହରାଇ ୨୮ଓଭର ରେ ୧୬୨ ରନ ସଂଗ୍ରହ କରିଥିଲେ l ଜବାବ ରେ ବ୍ରହ୍ମପୁର ୨୮ ଓଭର ୧ବଲ ରେ ଆଠ ଉଇକେଟ ହରାଇ ସମସ୍ତ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ l ମେନ ଅଫ ଦି ମ୍ୟାଚ ସୋମ୍ୟରଞ୍ଜନ ବିଶ୍ୱାଳ ପାଇ ଥିଲେ l ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ଅତିଥି ଭାବେ ବଣିକ ସଙ୍ଘ ସମ୍ପାଦକ ପ୍ରଭାତ କୁମାର ଦାସ,ଆଇନ ଯିବି ଚିତ୍ତରଞ୍ଜନ ନିଆଲ ଉପସ୍ଥିତ ଥିଲେ l ସନ୍ଧ୍ୟା ରେ ପାରିଷଦ ସଚିନ ଅନ୍ଧାନୀ, ଯୁବ ଇଞ୍ଜିନିଅର ସଞ୍ଜୟ ମଲ୍ଲିକ, ବିଶିଷ୍ଟ ବ୍ୟବସାୟୀ ସନ୍ତୋଷ ଅଗ୍ରୱାଲ, ସଜନ ଗୋଏଲ, ଅରବିନ୍ଦ ସାହୁ ସାମ୍ବାଦିକ ରାକେଶ ବେମାଲ ଯୋଗ ଦେଇ ଥିଲେ l ବିପ୍ଳବ ସିଂ ଓ ତେଜନ ଦୁର୍ଗା ଖେଳ ପରିଚାଳନା କରିଥିବା ବେଳେ ଧାରlବିବରଣି ନୀତିଶ ମହାପାତ୍ର ,ସନ୍ତୋଷ ପୃଷ୍ଟି ନେଇଥିଲେ l ମୁକେଶ ପୋଡ଼ ସ୍କୋରର ଦାୟିତ୍ୱ ନେଇଥିଲେ l ହାସୀମ ଖାନ ଅନଲାଇନ ସ୍କୋର ଦାଇତ୍ୱ ନେଇଥିଲେ l ୟୂ ଟ୍ୟୁବ ଲାଇଭ ରୀତିକ କରିଥିଲେ l ପଡିଆ ବାହାରେ ଗୋଟିଏ ହାତରେ ଦର୍ଶକ କେଚ ଧରିଲେ ୧୩ ହଜାର ଟଙ୍କା ଅରବିନ୍ଦ ସାହୁ ଙ୍କ ଦ୍ୱାରା ଘୋଷିତ ପୁରସ୍କାର ଦର୍ଶକ ରୁପମ ମହାରଣା (ବ୍ରହ୍ମପୁର )ଦୁଇଟି କେଚ ଧରି ପାଇଥିଲେ lଆଜିର ଖେଳ ରେ କ୍ଲବସଭାପତି ହିମାଂଶୁ ଶେଖର ବରାଡ଼, ଚିପ ଏକ୍ସଜିକୁଟିଭ ସମୀର ସାହୁ ଉପ ସଭାପତି ସରୋଜ କୁମାର ପଣ୍ଡା, ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଅର୍ଗାନlଇଜ ସମ୍ପାଦକ ମାନସ ସାହୁ ସହ ସମ୍ପାଦକ କଂନେଇ ରାହୁଲ, ସୁଶୀଲ ଠାକୁର, କୋଷାଧକ୍ଷ ଦିଲୀପ ପଣ୍ଡା, ଦୀପକ ସାହୁ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ lଆସନ୍ତା ୨୨ ତାରିଖ ବ୍ରହ୍ମପୁର ସହ କେସିଙ୍ଗା ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କ୍ଲବ ତରଫରୁ ସୂଚନା ଦିଆ ଯାଇଛି l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

ଧର୍ମଗଡ଼ ଏନ୍ଏସି ପକ୍ଷରୁ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ପ୍ରତିଯୋଗିତା କେନ୍ଦ୍ରୀୟ ବିଦ୍ୟାଳୟ ଏକାଦଶ ଚମ୍ପିୟାନ

masiha

ଟିଚର୍ସ ପ୍ରିମିୟମ ଲିଗ୍ ୨୦୨୪ ସିଜନ୍ ୧ ଉଦଘାଟିତ

masiha

ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ ଆନ୍ତଃଜିଲ୍ଲା ସିଏମ୍ ଟ୍ରଫି

Sunil Chandra Nayak

Leave a Comment

error: Content is protected !!