ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରେଲର-କାର ଧକ୍କା: ୧ଗୁରୁତର

ଟ୍ରେଲର-କାର ଧକ୍କା: ୧ଗୁରୁତର

ବସ୍ତା ,୨୧।୧୨: ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥର ଭେଲୋରା ଛକସ୍ଥିତ ଶୈର-ଇ-ପଞ୍ଜାବ ହୋଟେଲ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଟ୍ରେଲର ଓ କାର ମଧ୍ୟରେ ମୁହାଁ ମୁହିଁ ଧକ୍କା ଘଟି ଜଣେ ଗୁରୁତର ହୋଇଥିବା ବେଳେ ୪ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି।ସୂଚନା ଅନୁସାରେ ବାଲେଶ୍ବରରୁ ଜଳେଶ୍ବର ଅଭିମୁଖେ ଯାଉଥିବା ଓଡ଼ି ୩୩ଏସି ୩୩୦୩ ନମ୍ବର ବିଶିଷ୍ଟ ଏକ କାର ତାରିଣୀ ଛକ ଡ଼ାଇଭର୍ସନ ପାରି ହେବା ପରେ ଏକକ ରାସ୍ତା ଦେଇ କିଛି ବାଟ ଯିବା ପରେ ହୋଟେଲ ଶୈର-ଇ-ପଞ୍ଜାବ ପୂର୍ବରୁ ଅନ୍ୟ ଏକ ଡ଼ାଇଭର୍ସନ ଥିବା ଜାଣି ନପାରି ଦ୍ରୁତଗତିରେ ସିଧା ମାଡ଼ିଯାଇଥିଲା। ଏହି ସମୟରେ ଜଳେଶ୍ବର ପଟୁ ଆସୁଥିବା ଟ୍ରେଲର ଡ଼ବ୍ୟୁବି ୩୧ଏ ୬୬୬୯କୁ ସାମନାପଟୁ ଧକ୍କା ଦେଇଥିଲା। ଫଳରେ ଟ୍ରେଲର ଚାଳକ ଜଣକ ଗୁରୁତର ହୋଇଥିବା ବେଳେ କାର ମଧ୍ୟରେ ଥିବା ୪ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ।ଖବର ପାଇ ଜାତୀୟ ରାଜପଥ ପହରା ପୁଲିସ ପହଞ୍ଚି ଚାଳକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ନିମନ୍ତେ ପଠାଇଥିଲେ। ଅମର୍ଦ୍ଦାରୋଡ଼ ଫାଣ୍ଡି ଅଧିକାରୀ ସନ୍ଦୀପ କୁଜୁର ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଡ଼ାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ

Sunil Chandra Nayak

ପାଢେଲ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ରେ ନିପୁଣ ଓଡ଼ିଶା ମେଳା କାର୍ଯ୍ୟକ୍ରମ

masiha

ନୂଆପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର: ୫୪ଟି ଅଭିଯୋଗର ଶୁଣାଣି, ତିନି ସ୍ୱଚ୍ଛ ଦୂତ ସମ୍ମାନିତ

Leave a Comment

error: Content is protected !!