ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁ ଆଡମ୍ବରରେ 16’ତମ ଦ୍ରୌପଦୀ ଦେବୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ବହୁ ଆଡମ୍ବରରେ 16’ତମ ଦ୍ରୌପଦୀ ଦେବୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯୋଡ଼ା:-ବଡ଼ବିଲ ସହରରେ ବହୁ ଆଡମ୍ବରେ ଦ୍ରୌପଦୀ’ଦେବୀ ସଂସ୍କୃତିକ କାର୍ଯ୍ୟକ୍ରମ ସୀତାରାମ ରୁଙ୍ଗଟା ମୁନିସିପାଲ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି।ତେବେ ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଚମ୍ପୁଆ ଉପଜିଲ୍ଲାପାଳ ଶ୍ରୀ ଉମାକାନ୍ତ ପରିଡା,ସ୍ୱତନ୍ତ୍ର ଅତିଥି ଭାବରେ ଶ୍ରୀ କୃଷ୍ଣଚନ୍ଦ୍ର ଶତପଥୀ (ଅତିରିକ୍ତ ସଚିବ, ଓଡ଼ିଆ ସରକାର), ଶ୍ରୀମତୀ ନଳିନୀ ଅଗ୍ରୱାଲ(ଅଧ୍ୟକ୍ଷା), ବଡ଼ବିଲ ସେଣ୍ଟ ମେରୀ ବିଦ୍ୟାଳୟର ଶିକ୍ଷକ’ଶିକ୍ଷୟତ୍ରୀ ଏବଂ ବହୁ ମାନ୍ୟଗନ୍ୟ ଅତିଥିବୃନ୍ଦ ଓ ବଡ଼ବିଲ ସହରବାସୀଙ୍କୁ ଏକତ୍ରିତ ହୋଇଥିବାର ଦେଖିବାକୁ ମିଳିଥିଲା।ତେବେ ଚଳିତ ଦ୍ରୌପଦୀ ଦେବୀ ସାଂସ୍କୃତିକ କାର୍ଯ୍ୟକ୍ରମ ଷୋହଳତମ ସଂସ୍କରଣକୁ ସଫଳତାର ସହ ଅବତରଣ କରିଥିବା ବେଳେ ଏହି ଅନୁଷ୍ଠାନର ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଓଡିଶୀ,ନୃତ୍ୟ,ଓଡିଆ ଭଜନର ତାଳେ’ତାଳେ ନୃତ୍ୟ ପରିବେଷଣ ସହ କଳା’ସାହିତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ପରିବେଷଣରେ ସଭିଙ୍କୁ ମୋନମୁଗ୍ଧ କରିଥିଲା।ତେବେ ଏହି କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ନିର୍ମିତ ନାନାଦି ରଙ୍ଗ’ବେରଙ୍ଗର ବିଶ୍ୱ ପ୍ରସିଦ୍ଧ ପୁରୀ ଚାନ୍ଦୁଆ, ବାଉଁଶରେ ନିର୍ମିତ ଘରୋଇ କରଣ ସାମଗ୍ରୀ’ସୋଫା ସେଟ,ଜଗନ୍ନାଥ ସଂକୃତି ଫୋଟ ଚିତ୍ର’କଳା,ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ୀ,ନାନାଦି ରକମର ଓଡ଼ିଶାର ପ୍ରସିଦ୍ଧ ରସଗୋଲା ଏବଂ ମିଠା ପ୍ରଭୁତିର ଷ୍ଟଲ ମଧ୍ୟ ଦେଖିବାକୁ ମିଳିଥିଲା।ତେବେ ଅଞ୍ଚଳର ଏଭଳି ସୁନାମଜୈନ ଦ୍ରୌପଦୀ ଦେବୀ ଅନୁଷ୍ଠାନ କଳା’ସାହିତ୍ୟରେ ଭରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ଅଞ୍ଚଳର ଆଗାମୀ ପିଢ଼ିକୁ ନୂତନ ଉର୍ଜା ତଥା ଉତ୍ସାହ ଯୋଗାଇବା ବ୍ୟତୀତ ଆଗକୁ କଳା’ସାହିତ୍ୟକୁ ଦେଶ’ବିଦେଶରେ କ୍ଷାତି ଆଣିବାରେ ସହଯୋଗ ଆଣିବ ବୋଲି ଅତିଥିବୃନ୍ଦ ନିଜ ବକ୍ତବ୍ୟରେ କହିବା ସହ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ନଳିନୀ ଅଗ୍ରୱାଲଙ୍କୁ ଧନ୍ୟବାଦ ଜଣାଇବା ହୁଏ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ପୁଷ୍ଟି ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ତାଲିମ୍ କାର୍ଯ୍ୟକ୍ରମ 

Sunil Chandra Nayak

ଶିଶୁ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବିଡ଼ିଓ ଶ୍ରୀଧର ପଣ୍ଡାଙ୍କ ଦ୍ୱାରା ପ୍ର ଧାନମନ୍ତ୍ରୀ ଆବାସ ଗୃହର ଭୂମି ପୂଜନ

Sunil Chandra Nayak

Leave a Comment

error: Content is protected !!