ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପlଣି ପଞ୍ଚାୟତ ଜନସଚେତନତା ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ 

ପlଣି ପଞ୍ଚାୟତ ଜନସଚେତନତା ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ 

ରାୟଗଡ:-ତା.୨୨/୧୨- ଆଜି ପାଣି ପଂଚାୟତ ପକ୍ଷ ପାଳନ ନିମନ୍ତେ ସଚେତନତା ରଥ ଶୁଭାରମ୍ଭ କରିଛନ୍ତି ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ l

 ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ରଥ ଶୁଭାରମ୍ଭ କରି ଜିଲ୍ଲାପାଳ କହିଲେ ଯେ ସପ୍ତାହ ବ୍ୟାପି ଏହି ରଥ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ଜନସାଧାରଣ ଓ ଚାଷୀ ମାନଙ୍କ କଣ କର୍ତ୍ତବ୍ୟ ହେବା ଉଚିତ ସେ ଉପରେ ଜନ ସଚେତନତା କରିବ l ଆଜି ସ୍ଥାନୀୟ ଶିଳତିଗୁଡ଼l, ଜଙ୍ଗିଦି, ଚମ୍ପିକୋଟ, କୋଡେଶୁ ଏବଂ ବିଷ୍ଣୁଗୁଡା ଏମ.ଆଇ.ପି ବୁଲିବ l ଆସନ୍ତା ୨୩/୧୨/୨୦୨୪ରିଖରେ ତାଣ୍ଡିପୁର, ରିଭଲକୋଣl, ଶିକାରପାଇ, ହତିମୁଣ୍ଡା, ଓ ବିନିସ୍ପୁର ଏମ. ଆଇ. ପିରେ ପହଂଚିବ l ସେହିପରି ୨୪/୧୨/୨୦୨୪ରିଖରେ ବିସ୍ସମ୍ କଟକ ବ୍ଲକର ଉପରଗୋଦଗଦା, ଲୋର ଗୋଦଗଦା, କନିଯୋଡି, କାଙ୍କୁବାଡ଼ି ଇତ୍ୟାଦି ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରରେ ବୁଲିବ l ତା ୨୫/୧୨/୨୦୨୪ ରିଖରେ ମୁନିଗୁଡାର ଶକଟା, ବୈନବସl, ଭଗଡୁଙ୍ଗୁରି, ଜଗଦଳପୁର ଏମ.ଆଇ.ପି ଏବଂ ଉଠାଜଳସେଚନ ପ୍ରକଳ୍ପ ଗୁଡିକର କ୍ଷେତ୍ରରେ ଭୁଲିବ| ତା ୨୬/୧୨/୨୦୨୪ ରିଖରେ ବିଷମକଟକର ପୁଭୁଲଗୁଡା, କୁନ୍ଦନପଦର, ରମନଗୁଡ଼ାର ସନମୁଲିଗାଁ, ଏବଂ ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରରେ ବୁଲିବ ଓ ପ୍ରଚାର କରିବ l ତା ୨୭/୧୨/୨୦୨୪ରିଖରେ ରାମନାଗୁଡ଼ାର ବିଭିନ୍ନ ଉଠାଜଳ ସେଚନ ପ୍ରକଳ୍ପ ଏବଂ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ତଥା ଗାଡିଆଖାଳ, ପ୍ରଧାନିଗୁଡ଼ା, ନୂଆଗାଁ,ଏବଂ ଭୀମପୁର ଅଞ୍ଚଳ ବୁଲି ପ୍ରଚାର କରିବ l ସେହିପରି ଆସନ୍ତା ୨୮/୧୨/୨୦୨୪ରିଖରେ ବଦନାଲା ମଧ୍ୟମ ଜଳସେଚନ ପ୍ରକଳ୍ପ, ଅlଖୁସିଂ ଏବଂ ଇନ୍ଦୁପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଂଚଳରେ ବୁଲି ପାଣିପଂଚାୟତ ସଦସ୍ୟ ସଦସ୍ୟା ମାନଙ୍କୁ ପାଣିପଞ୍ଚାୟତର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ସଚେତନ କରିବl ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଗ, ଇଂ ଦି.ସୁଧାକର କୁମାର, ପ୍ରକଳ୍ପ ନିର୍ଦେଶକ ଜଳବିଭାଜିକା ମିଶନ, ଡ଼ଃ ଦୟାନିଧି ବାଗ, ଜିଲ୍ଲାମୁଖ୍ୟ କୃଷି ଅଧିକାରୀ, ବିଷ୍ଣୁ ପ୍ରସାଦ କର ଓ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ l ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୫ଜାନୁୟାରୀ ୨୦୨୫ ଯାଏଁ ପାଣିପଞ୍ଚାୟତ ପକ୍ଷ ଚାଲିବ l ସଚେତନତା କାର୍ଯ୍ୟକ୍ରମଙ୍କୁ ରଜ୍ୟସ୍ତରରେ ବ୍ୟାପକ କରିବାକୁ ବିଭାଜନ ସ୍ତରୀୟ, ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ l ଆସନ୍ତା ୨୯/୧୨/୨୦୨୪ରିଖରେ ଜିଲ୍ଲlସ୍ତରରେ କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣି ମଣ୍ଡପ ଠାରେ ଆୟୋଜନ କରାଯିବ l ବିଦ୍ୟାଳୟ ସ୍ତରରେ ୮ମ ରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍, ମଡେଲର ପ୍ରଦର୍ଶନୀ ପ୍ରତଯୋଗୀତା ଆୟୋଜନ କରାଯାଇ ବିଭାଜନସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ରେ ପୁରସ୍କୃତ କରାଯିବ l ଏହା ସହିତ ରାଜ୍ୟସ୍ତରରେ ସର୍ବ ଶ୍ରେଷ୍ଠ ଚାଷୀଙ୍କୁ ମଧ୍ୟ ସମ୍ମାନିତ କରାଯିବl 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗାଲପଡ଼ାଗ୍ରାମ ପାଇଁ ଗୌରବ ଆଣିଲେ ତପସ୍ଵିନୀ ନାଏକ

Sunil Chandra Nayak

ବନାଗ୍ନୀ ସଚେତନତା ସଭା

Sunil Chandra Nayak

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ହିନ୍ଦୀ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!