ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଦର୍ଶନ ପୂଜାରୀଙ୍କ ପ୍ରଚେଷ୍ଟାରେ ନବୋଦୟ ଓ ଆଦର୍ଶ ପିଲାଙ୍କ ନିମନ୍ତେ ମାଗଣା କୋଚିଂ ବ୍ୟବସ୍ଥା 

ସୁଦର୍ଶନ ପୂଜାରୀଙ୍କ ପ୍ରଚେଷ୍ଟାରେ ନବୋଦୟ ଓ ଆଦର୍ଶ ପିଲାଙ୍କ ନିମନ୍ତେ ମାଗଣା କୋଚିଂ ବ୍ୟବସ୍ଥା 

ଡାବୁଗାଁ, ୨୨/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଅନ୍ତର୍ଗତ ଚାଟିଗୁଡା ଗ୍ରାମର ଜଣେ ସମାଜସେବୀ ସୁଦର୍ଶନ ପୂଜାରୀଙ୍କ ଉଦ୍ୟମରେ ମେଦନା ଅଞ୍ଚଳର ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଓ ନବୋଦୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଦିବାସୀ ଗରିବ ଛାତ୍ରୀଛାତ୍ର ମାନଙ୍କୁ ମାଗଣା ଶିକ୍ଷାଦାନ ର ବ୍ୟବସ୍ଥା କରାଯାଇଛି । ଏହି ଉଦ୍ୟମକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରୁଛନ୍ତି । ନିଜ ଝିଅ ପ୍ରିୟଦର୍ଶିନୀ ପୂଜାରୀ ଓଏଏସ ପରୀକ୍ଷାରେ ସଫଳତା ହାସଲ କରିବା ପରେ ଅଞ୍ଚଳର ଛାତ୍ରୀଛାତ୍ର ଙ୍କ ଭବିଷ୍ୟତ ଗଠନ କରିବା ପାଇଁ ସେ ଏକ ଛୋଟ ପ୍ରୟାସ କରିଥିବା ସେ ନିଜ ପ୍ରତିକ୍ରିୟାରେ ସମାଜସେବୀ ପୂଜାରୀ କହିଛନ୍ତି । ମେଦନା, ଅଞ୍ଚଳା, ରାମସା ପାଲିଆ ଆଦି ଅଞ୍ଚଳର ପାଖାପାଖି ୭୦ଜଣ ଛାତ୍ରୀ ଛାତ୍ର ମାନଙ୍କୁ ଚାଟିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକତ୍ରିତ କରି ୬ଜଣ ଶିକ୍ଷକ ସକାଳ ୧୦ଘଟିକା ରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ପାଠ ପଢ଼ାଉଛନ୍ତି । ଏହି କାର୍ଯ୍ୟକ୍ରମ ଡିସେମ୍ବର ୭ ତାରିଖ ଦିନ ଆରମ୍ଭ କରାଯାଇଛି | ପ୍ରତି ରବିବାର ଦିନ ସକାଳୁ ପିଲାଙ୍କ ପାଇଁ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ସେମାନଙ୍କ ପାଇଁ ମାଗଣା ବହି, ଖାତା, କଲମ, ରବର, ପେନସିଲ ଆଦିର ବ୍ୟବସ୍ଥା ସୁଦର୍ଶନ ନିଜେ ବହନ କରୁଛନ୍ତି । ଶିକ୍ଷକ ମାନଙ୍କ ମଧ୍ୟରେ ବେଣୁଧର ଭତରା, ତୁଳାରାମ ହରିଜନ, ଦୟାନିଧି ବଞ୍ଜରା, ପ୍ରଫୁଲ୍ଲ କୁମାର ମେହେର, ଧନୁର୍ଜୟ ସ୍ୱାଇଁ ପ୍ରମୁଖ ପ୍ରତି ରବିବାର ଦିନ ନିଜ ଅମୁଲ୍ୟ ସମୟ ପିଲାଙ୍କ ପ୍ରଶିକ୍ଷଣ ପାଇଁ ଦାନ କରୁଥିବା ସୂଚନା ମିଳିଛି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ” ମଣ୍ଡେଇ- ୨୦୨୪ “ପାଳନ ଉପଲକ୍ଷେ ମହିଳା ମାନଙ୍କ ମଧ୍ୟରେ ମେହେନ୍ଦି ପ୍ରତିଯୋଗିତା 

masiha

ସୁନ୍ଦରଗଡ଼ ଠାରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

masiha

ଦିଘାଠାରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବାବଦରେ  ତଦନ୍ତ ରିପୋର୍ଟ ପ୍ରଦାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

masiha

Leave a Comment

error: Content is protected !!