ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜିଲ୍ଲା ସ୍ବାସ୍ଥ୍ୟ ମିଶନର ସମୀକ୍ଷା ବୈଠକ 

ନବରଙ୍ଗପୁରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜିଲ୍ଲା ସ୍ବାସ୍ଥ୍ୟ ମିଶନର ସମୀକ୍ଷା ବୈଠକ 

ନବରଙ୍ଗପୁର:( ତା ୨୨.୧୨)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଯାଇଛି। ଏଥିରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କରମାଝୀ,ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରମେଶ ସାହୁ, ସି ଡିଓ,ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସି ଡି ଏମ ଓ ଡ ସନ୍ତୋଷ ପଣ୍ଡା ସମସ୍ତଙ୍କୁ ସ୍ଵାଗତ କରିବା ସହ ବୈଠକ ର ଉଦ୍ଦେଶ୍ୟ ସଂପର୍କ ରେ ସୁଚନା ଦେଇଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ସ୍ବାସ୍ଥ୍ୟ ମିଶନର ସହ ସଭାପତି ଡ ଶୁଭଂକର ମହାପାତ୍ର ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନାକୁ ପରିଚାଳନା କରିଥିଲେ।ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ସୁଶାନ୍ତ ପ୍ରହରାଜ ପୂର୍ବ ସମୀକ୍ଷା ବୈଠକର ବିବରଣୀ,ପଦକ୍ଷେପ ଓ ବର୍ତ୍ତମାନ ନିଆଯାଇଥିବା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଗୃହ ରେ ପି ପି ଟି ମାଧ୍ୟମ ରେ ଉପସ୍ଥାପନ କରିଥିଲେ। ଗୃହ ରେ ସୁଚନା ଅନୁସାରେ ଜିଲ୍ଲାରେ ଅନୁମୋଦିତ ୩୯୫ ଜଣ ଡାକ୍ତର ଙ୍କ ସ୍ଥାନରେ ବର୍ତ୍ତମାନ ୧୫୧ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଅନୁମୋଦିତ ୬୪୬ ନର୍ସିଂ ଅଫିସର ଙ୍କ ସ୍ଥାନରେ ୩୦୪ ଜଣ କାର୍ଯ୍ୟରତ ଅଛନ୍ତି।ସେଭଳି ୯ ଟି ବ୍ଲକ୍ ରେ ପିପିଟି ମୋଡରେ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଜି ଭି ଏସ, ରିଡ୍, କାରମ୍, ପିପୁଲ୍ସ ଫୋରମ୍ ଦ୍ବାରା ମା ଗୃହ ପରିଚାଳନା ହେଉଅଛି। ଡୁ ମୁରୀମୁଣ୍ଡା, ସାନଗୁମୁଡ଼ା, ଗୋନା ରେ ପି ପି ଟି ମାଧ୍ୟମରେ ପି ଏଚ ସି ପରିଚାଳିତ ହେଉଅଛି।ସଭାରେ ମନୋନୀତ ସମାଜସେବୀ ସଭ୍ୟ ନବରଙ୍ଗପୁର ମୁଖ୍ୟ ଡ଼ାକ୍ତରଖାନା ରେ ଶୌଚାଳୟ ବ୍ୟବସ୍ଥା,ପାଚେରୀ, ବିଶେଷଜ୍ଞ ଡାକ୍ତର ଅଭାବ,ପାର୍କିଂ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ କହିଥିଲେ।ବୈଠକରେ ଏ ଡି ପି ଏ ଚ ଓ (ଏଫ୍ ଡବ୍ଲୁ)ଡ ମଳୟ ତ୍ରିପାଠୀ, ଡି ପି ଏଚ ଓ ଡ ନବ କିଶୋର ବେହେରା, ଡି ଏସ ଡ ବ୍ଲ୍ୟୁ ଓ, ଡି ଇ ଓ, ଡି ଆଇ ପି ଆର୍ ଓ,ବିଭିନ୍ନ ବିଭାଗୀୟ ଅଧିକାରୀ,ସମସ୍ତ ବି ଡି ଓ, ଗୋଷ୍ଠି ଜନ ସ୍ଵାସ୍ଥ୍ୟ ଅଧିକାରୀ, ସି ଡି ପି ଓ, ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଭାଲୁ ଆକ୍ରଣରେ ବୃଦ୍ଧ ଗୁରୁତର

Sunil Chandra Nayak

ଆଧାର କାର୍ଡରେ ତ୍ରୁଟି ଯୋଗୁଁ ବାଧକ ଶିକ୍ଷା

Sunil Chandra Nayak

ଧର୍ମଗଡ଼ ରେ ଜୁନାଗଡ଼ ନଗରପାଳଙ୍କୁ ଅଣ୍ଡାମାଡ଼କୁ ବିରୋଧ କଲା କ୍ରିୟାନୁଷ୍ଠାନ କମିଟି

masiha

Leave a Comment

error: Content is protected !!