ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ ଉଦଘାଟିତ

ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ ଉଦଘାଟିତ

ପ୍ରଦର୍ଶିତ ହେଲା ସ୍ମାରକୀର ନାଟକ “ଅର୍ଦ୍ଧବାକ୍ଯ” ଓ “ଜୟଯାତ୍ରା”

ଭବାନୀପାଟଣା, ୨୨।୧୨ () ‘ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ ଉଦଘାଟିତ ହୋଇଯାଇଛି। ଆଜିକାର ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଉମା ଶଙ୍କର କର, ସାରଳା ପୁରସ୍କାର ପ୍ରାପ୍ତ ତଥା ବିଶିଷ୍ଟ ସଂସ୍କୃତିବିତ୍ ଜୟନ୍ତ ବେହେରା, ଶିକ୍ଷାବିତ୍ ତଥା ବରିଷ୍ଠ ନାଟ୍ୟକାର ଉମେଶ ଚନ୍ଦ୍ର ଶତପଥୀ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମର ସଭାପତିତ୍ଵ କରିଥିଲେ ସ୍ମାରକୀ ନାଟ୍ୟ ସଂସ୍ଥାର ସଭାପତି ପ୍ରବୋଧ ରଥ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥଙ୍କ ପ୍ରତିମୂର୍ତ୍ତୀ ଠାରେ ପୁଷ୍ପମାଲ୍ୟ ଦେଇ ମହୋତ୍ସବର ଶୁଭାରମ୍ଭ କରାଯାଇଥିଲା। ଆଜି ପ୍ରଥମ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ପରିବେଷିତ ହୋଇଥିଲା ନାଟକ “ଅର୍ଦ୍ଧବାକ୍ୟ”। ସଭିଏଁ ଚାହାଁନ୍ତି ନିଜ ଇଚ୍ଛାକୁ ପୂର୍ଣ୍ଣ କରିବାକୁ। ସେହି ଇଛା ଗୁଡିକୁ ସାକାର କରିବା ପାଇଁ ମାୟା ନଗରୀରେ ବ୍ୟକ୍ତି ଜଣକ ସଂଘର୍ଷ କରିଛି। ତା ଭିତରେ ଜୀବନ ନଉକାରେ ଅନେକ ଢେଉ ଆସି ତାକୁ ବିବ୍ରତ କରିଛି। ଗୋଟିଏ ପଟେ ସମ୍ପର୍କର ଦ୍ଵନ୍ଦ ଅନ୍ୟ ପଟେ ନିଜ ଭିତରର ନାନା ପ୍ରଶ୍ନ। ଏହି ବ୍ୟତିବ୍ୟସ୍ତ ମଧ୍ୟରେ ତା ଜୀବନ ଗଳ୍ପର ଶେଷ ଧାଡ଼ିରେ କଲମ ମୂନ ଅଟକିଯାଇଛି। ଜୀବନରେ ଏମିତି କିଛି ହୃଦୟର କଥା ଯାହା ଅକୁହା ହୋଇ ରହିଯାଏ। ସେହି ଅକୁହା କଥା ମାନସାଙ୍କକୁ ନେଇ ପ୍ରଦର୍ଶିତ ହୋଇଛି ନାଟକ “ଅର୍ଦ୍ଧବାକ୍ୟ”। ଏହାକୁ ଅଭିନୟ, ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ ତଥାଗତ ମିଶ୍ର। ସେହିଭଳି ପ୍ରଥମ ସନ୍ଧ୍ୟାର ଦ୍ଵିତୀୟ ପର୍ଯ୍ୟାୟରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଜୟଯାତ୍ରା’। କ୍ଷମତାର ମାୟା ବନ୍ଧନରେ ଲିପ୍ତ ଶାସକ ଭ୍ରଷ୍ଟ ଶାସନ କରି ବିକାଶ ନା ରେ ସାଧାରଣ ଜନତା ଉପରେ କରିଚାଲିଥିବ ଶାସନ। ଜନ ବିଦ୍ରୋହୀ ଆରମ୍ଭ ହେବ ଏବଂ ଶାସନକୁ ଆସିବ ଜୟଶଙ୍କର ବିଦ୍ରୋହୀ। ଯିଏ କୁଶାସନକୁ ସୁଶାସନରେ ପରିବର୍ତ୍ତନ କରିବାର ଦ୍ୱାହି ଦେଇ ଶାସନ ଭାର ସମ୍ଭାଳିବ ହେଲେ କ୍ଷମତାର ମାୟାରେ ସେ ମଧ୍ଯ ପ୍ରତ୍ୟେକ ପ୍ରତିଶ୍ରୁତିକୁ ଭୁଲି ବିକାଶକୁ ସେମିତି ପଙ୍ଗୁ କରି ଛାଡିଦେବ। ଯୁଗଯୁଗ ଧରି କ୍ଷମତା ଥିଲା, ରହିଛି ଆଉ ରହିଥିବ ପ୍ରତ୍ୟେକ ଶାସକର ମୁକୁଟରେ କଳି ଭଳି। ଏହି ବାର୍ତ୍ତା ସହ ଆଜି ସ୍ମାରକୀ ନାଟ୍ୟ ସଂସ୍ଥା ଦ୍ଵାରା ପରିବେଷଣ ହୋଇଥିଲା ନାଟକ ‘ଜୟଯାତ୍ରା’। ଏହି ନାଟକକୁ ବରିଷ୍ଠ ନାଟ୍ୟକାର ମନୋଜ ରଥ ରଚନା କରିଥିବାବେଳେ ଯୁବ ନିର୍ଦ୍ଦେଶକ ସୌରଭ ମହାପାତ୍ର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ଶୁଭେନ୍ଦୁ ମହାପାତ୍ର, ସୌରଭ ମହାପାତ୍ର, ମାନସ ପଣ୍ଡା, ଅନିଲ କୁମାର ବୈଠାରୁ, ଅବିନାଶ ଅଗସ୍ତି, ପ୍ରିୟଙ୍କା ପଟ୍ଟନାୟକ, ଅମରେନ୍ଦ୍ର ମହାନ୍ତି, ଶିବଶକ୍ତି ପୁରୋହିତ, ଆର୍ଯ୍ୟା ନାୟକ, କେ ଗୋପୀଧର ନାୟର୍, ତ୍ରିନାଥଶ୍ଯାମ କୁମାର, ହେମନ୍ତ ଦଣ୍ଡସେନା, ଡିଲେଶ୍ଵର ରଣା ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁବାଷ ପଟ୍ଟନାୟକ। ଆଲୋକ ସଞ୍ଚାଳନ ତଥାଗତ ମିଶ୍ର କରିଥିବାବଳେ ମଞ୍ଚ ସଜ୍ଜା କରିଥିଲେ ପ୍ରତାପ ପଣ୍ଡା। ଉଭୟ ନାଟକଟି ବେଶ୍ ମନମୁଗ୍ଧକର ହେବାସହ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଟାଉନହଲରେ ଦର୍ଶକଙ୍କ ଭିଡ ଏବଂ ଅଜସ୍ର କରତାଳି ଅଭିନେତାଙ୍କୁ ଆହୁରି ଉତ୍ସାହିତ କରିଥିଲା। ଆଜିର କାର୍ଯ୍ୟକ୍ରମରେ ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଶୁଭେନ୍ଦୁ ମହାପାତ୍ର, ଧ୍ୟାନାନନ୍ଦ ପଣ୍ଡା, ଦେବୀ ପ୍ରସାଦ ରଥ, ରାଜେଶ ଦାଶ, ସୌରଭ ମହାପାତ୍ର, ଆଶୁତୋଷ ପୁରୋହିତ, ଆଲୋକ କୁମାର ସାହୁ, ରାମେଶ୍ଵର ତ୍ରିପାଠୀ, ଶୁଭମ୍ ବେହେରା, ଦୀପ୍ତିମୟୀ ସିଂ, ତଥାଗତ ମିଶ୍ର, ସୌମ୍ଯ ରଂଜନ ଜେନା, ଶିବଶକ୍ତି ପୁରୋହିତ, ଦୀପକ ଶର୍ମା, ବିକାଶ ରଞ୍ଜନ ମୁଣ୍ଡ, ଅମରେନ୍ଦ୍ର ମହାନ୍ତି, ଶୁଭାଶିଷ ମହାପାତ୍ର, ଆର୍ଯ୍ୟା ନାୟକ, ପ୍ରିୟଙ୍କା ପଟ୍ଟନାୟକ, ଶାଳିନୀ ମହାପାତ୍ର, ସୁଶୀଲ ଆଚାର୍ଯ୍ୟ, ଅବିନାଶ ଅଗସ୍ତି, ଦୀପକ ଶର୍ମା, ଗୋପିଧର ନାୟର, ପୁଷ୍ପାଞ୍ଜଳି ଦୀପ, ଲିପ୍ସା ମହାରଣା, ପ୍ରଜ୍ଞା ପରିମିତା ନାୟକ, ଲିପ୍ସାରାଣୀ ବାରିକ ପ୍ରମୁଖ ସହଯୋଗ କରିଥିଲେ।

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ଏପ୍ରିଲ ୭ ରେ ରୂପେଲି ପରଦାରେ  “ଡେଲିଭରୀ ବୟ”

Sunil Chandra Nayak

ନୂଆ ଓଡ଼ିଆ ଚଳଚ୍ଚିତ୍ର ଜୟ ହିନ୍ଦ୍ ର ଫାଷ୍ଟ ଲୁକ୍ ଉନ୍ମୋଚନ

masiha

ଶାୟରୀ ଶାୟରୀ ଚଳଚ୍ଚିତ୍ରର ମୁକ୍ତିଲାଭ ଆସନ୍ତା ଏପ୍ରିଲ୍ ୧୪ରେ

Sunil Chandra Nayak

Leave a Comment

error: Content is protected !!