ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋଇସିଂହା ମାହେଶ୍ୱରୀ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଲୋଇସିଂହା ମାହେଶ୍ୱରୀ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଲୋଇସିଂହା, : ରାମକୃଷ୍ଣ କେୟାର ହସ୍ପିଟାଲ, ରାୟପୁର ଏବଂ ମାହେଶ୍ୱରୀ ସଂଗଠନ, ଲୋଇସିଂହାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡଃ. ମୁକେଶ ମହାଳିଙ୍ଗ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିବିରର ଶୁଭାରମ୍ଭ କରିଥିଲେ । ଲୋଇସିଂହା ସରପଞ୍ଚ ନବକିଶୋର ନାଏକ ଓ ଶିଶୁ ମନ୍ଦିର କୋଷାଧକ୍ଷ ପ୍ରଶାନ୍ତ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ରାୟପୁର ରାମକୃଷ୍ଣ ହସ୍ପିଟାଲର ୬ଟି ବିଭାଗରୁ ଡାକ୍ତରମାନେ ଆସି ସ୍ଥାନୀୟ ଅଞ୍ଚଳର ପ୍ରାୟ ୩୬୪ ଜଣ ରୋଗୀଙ୍କ ଚିକିତ୍ସା କରିଥିଲେ । ମାହେଶ୍ୱରୀ ସଂଗଠନ, ବଲାଙ୍ଗିର ଶାଖା ସଭାପତି ଅଙ୍କୁଶ ପାଣ୍ଡିଆ, ଆଗଲପୁର ସଭାପତି ପ୍ରମୋଦ କୁମାର ସାହୁ, ଲୋଇସିଂହା ସଭାପତି ଦେବାଶିଷ ବିଶୋଇ, ଲୋଇସିଂହା ସଂଯୋଜକ ସମୀର କୁମାର ପଧାନ, କର୍ମକର୍ତ୍ତା ମାଧବ ଭୋଇ, ମନୋଜ ମାହାଣା, ଆକାଶ ପଧାନ, ସିଲୁ ନାୟକ, ସିଲୁ ସେବକ, ନରେଶ ତ୍ରିପାଠୀ, ଫକୀର ନାୟକ, ଶମ୍ଭୁ ଧରୁଆ, ସୁନୀଲ ହାତୀ, ଯଶୋବନ୍ତ ମାହାଣ।, ନିମାଇଁ ଧରୁଆ, କରୁଣା କର୍ତ୍ତୀ, ଅଭିଳାଷ ବେହେରା, ରଜତକାନ୍ତ ରଣା, ହରିହର ସାହୁ, ସୁରଜ ସେଠ, ଶୋଭନ ସାହୁ, ରତନ ମାହାଣା ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଜାମିଆ ଅଲ ହବିବ ରେ ୮୦ ତମ ସ୍ୱାଧୀନତା ଦିବସ ପାଳନ !!  

Sunil Chandra Nayak

ମାଣିକ୍ୟପୁର ଉଚ୍ଚ ବିଦ୍ୟାଳୟ ର ଦଶମ ବାର୍ଷିକ ଉତ୍ସବ 

Sunil Chandra Nayak

ନବରଙ୍ଗପୁର ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!