ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି କାବେରି ବାଡ଼ି ପଞ୍ଚାୟତ ଠାରେ ୬ ଟି  ଅଭିଯୋଗ ଶୁଣାଣି ହୋଇଛି

ଆଜି କାବେରି ବାଡ଼ି ପଞ୍ଚାୟତ ଠାରେ ୬ ଟି  ଅଭିଯୋଗ ଶୁଣାଣି ହୋଇଛି 

ବନ୍ଧୁଗାଁ ତା, ୨୩/୧୨/୨୪ ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କାବେରି ବାଡ଼ି ପଞ୍ଚାୟତ ଠାରେ ବ୍ଲକ ବିଡ଼ିଓ ଙ୍କ ସଭାପତିତ୍ବରେ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାନୀ ହବାକୁଥିଲା I କିନ୍ତୁ ବ୍ଲକର କର୍ମୀଙ୍କ ଦୁର୍ଭାଗ୍ୟ କି ସୋରପୋଲି ଛକ ଠାରୁ କାବେରି ବାଡ଼ି ଦେଇ ଯାଉଥିବା ରାସ୍ତା କାମ ଚାଲୁ ରହିଥିବା ଯୋଗୁଁ ରାସ୍ତା ଭଲ ନ ଥାଇ ଚାରି ଚକିଆ ଯାନ ଯିବାପାଇଁ କଷ୍ଟ ହେଉଥିବା ହେତୁ ବ୍ଲକର କିଛି ଅଧିକାରୀ  ଅଭିଯୋଗ ଶୁଣାନୀ କୁ ଯାଇ ପାରି ନଥିବାର ଦେଖିବାକୁ ମିଳିଛି I ବ୍ଲକ ଅଧିକାରୀ ବିଡ଼ିଓ ଙ୍କ ଅନୁପସ୍ଥିତରେ ପଞ୍ଚାୟତର ନିର୍ବାହୀ ଅଧିକାରୀ ଶ୍ରୀ ବସନ୍ତ କୁମାର ନାୟକ ଙ୍କ ଦ୍ୱରା ଆଜିର ସଚେତନତା ଓ ଅଭିଯୋଗ ଶୁଣାନୀ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ I ଆଜିର ଅଭିଯୋଗ ଶୁଣାନୀରେ ମୁଖ୍ୟ ବକ୍ତା ଭାବରେ  ବନ୍ଧୁଗାଁ ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମୁଦୁଲି ବି. ଏସ. ଓ. ଶ୍ରୀ ଦୀପକ କୁମାର ବେଉରିଆ ଓ ସୋରପଞ୍ଚ ଶ୍ରୀମତି ସସ୍ମିତା ପିଡ଼ିକା,ଓ ବିଜୁଳି ବିଭାଗର କର୍ମୀ ଓ ପଞ୍ଚାୟତର ସମସ୍ତ ଅଙ୍ଗନ ବାଡ଼ି କାର୍ମୀ, ଜି.ଆର.ଏସ.ଓ କିଛି ୱାର୍ଡ ସଭ୍ୟଙ୍କ ଉପସ୍ଥିତରେ ଆଜି ପଞ୍ଚାୟତରେ ରହିଥିବା ସମସ୍ତ ଅଙ୍ଗନ ବାଡ଼ି କେନ୍ଦ୍ରର ମୋରାମତି, ଓ ଗ୍ରାମ ମାନଙ୍କରେ ରହିଥିବା ପୁରୁଣା ନଳ କୂଅ ଗୁଡିକ ତିଆରି କରିବାର ୮.୧୦ ଦିନ ପରେ ଫୁଣି ଖରାପ ହୋଉଥିବାରୁ ପାଣି ସମସ୍ୟା, ଓ ଗାଁ ମଧ୍ୟରେ ବର୍ଷା ପାଣି ଜମି ରହୁଥିବା ପାଣି ଜମି କାଦୁଅ ହେଉଥିବା ଯୋଗୁଁ ଗାଁ ଲୋକେସନ ସି.ସି. ରାସ୍ତା ପାଇଁ ଲିଖିତ ଭାବରେ ୬ ଟି ଅଭିଯୋଗ ହିଁ ମାତ୍ର ଆଜି ହୋଇଥିବାର ବିଶେଷ ସୂତ୍ରରୁ ମିଳିଛି I ଆଜିର ସଚେତନତା ଓ ଅଭିଯୋଗ ଜନ ଶୁଣାନୀ ରେ ଚାରି ପାଞ୍ଚ ବିଭାଗର କର୍ମଚାରିଙ୍କୁ ଛାଡିଦେଲେ କେହି ଉପସ୍ଥିତ ନଥିବାର ଦେଖିବାକୁ ମିଳିଛି I ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାନୀ କାର୍ଯ୍ୟକ୍ରମ ରଖା ଯାଉଛି କି ପଞ୍ଚାୟତରେ ରହିଥିବା ଉନ୍ନୟନ ମୂଳକ କାର୍ଜର ଅଭିଯୋଗ ପଞ୍ଚାୟତ ବାସି ଜଣେଇବା ପାଇଁ କିନ୍ତୁ ଏଥିରେ ସରକାରୀ ବାବୁ ମାନେ ହିଁ ଲୋକଙ୍କୁ ସଚେତନ କରିବା ସ୍ଥାନରେ ଅନୁପସ୍ଥିତ ରହୁଥିବାର ଦେଖିବାକୁ ମିଳିଛି I ଏଥିପ୍ରତି ଆଜିର କେଉଁ କେଉଁ ବିଭାଗର କର୍ମଚାରି ମାନେ ଅନୁପସ୍ଥିତ ରହିଥିଲେ ତାଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ କୋରାଯାଉ ବଲି ସାଧାରଣରେ ମତ ପ୍ରକାଶ ହୋଇଛି I 

    ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ରୋଟାରୀ କ୍ଲବ ଅଫ ବ୍ରହ୍ମପୁର ଇଷ୍ଟ ପକ୍ଷରୁ ବୃତ୍ତିଗତ ଉତ୍କର୍ଷ ସମ୍ମାନ 

Sunil Chandra Nayak

ପିଏମ୍ କିଷାନ ଯୋଜନାର ୨୩ତମ କିସ୍ତି ପାଇଁ ନବରଙ୍ଗପୁର ଜିଲ୍ଲାରେ ୧,୦୬,୪୬୪ ଚାଷୀ ହିତାଧିକାରୀଙ୍କୁ କିସ୍ତି ପ୍ରଦାନ 

Sunil Chandra Nayak

ସିନାପାଲି ବ୍ଲକରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!