ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜମି ବନ୍ଧକକୁ କେନ୍ଦ୍ର କରି ଖୁର୍ସେଲ ଗୁଡାରେ ଯୁବକକୁ ହତ୍ୟା ,ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ

ଜମି ବନ୍ଧକକୁ କେନ୍ଦ୍ର କରି ଖୁର୍ସେଲ ଗୁଡାରେ ଯୁବକକୁ ହତ୍ୟା ,ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ 

ଜୁନାଗଡ଼ ୨୪/୧୨ (ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଗୌଡ଼ ଛେଣ୍ଡିଆ ପଞ୍ଚାୟତର ଖୁର୍ସେଲ ଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଥିବା ଜଣା ପଡ଼ିଛି ।ପ୍ରକାଶ ଥାଉକି ଖୁର୍ସେଲ ଗୁଡା ଗ୍ରାମର ତୋଫାନ କଟ।( ୪୨ ) ଓ ସେହି ଗ୍ରାମର ରାଜିନ୍ଦ୍ର କୁମାର ସା (୪୩ )ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା ।ସୂଚନା ମତେ ରାଜିନ୍ଦ୍ର କୁମାର ସା ଙ୍କ ପରିବାରକୁ ଯାଇ ତାଙ୍କ ନାମରେ ପରିବାର ପାଖରେ ଲୋକଙ୍କ ପାଖରେ ଜମି ବନ୍ଧକ ଦେଉଛି ବୋଲି କହିବାରୁ ତୋଫାନ କଟା ଏବଂ ରାଜିନ୍ଦ୍ର ସା ଙ୍କ ମଧ୍ୟରେ କ୍ଷେତରେ ବହୁ ଯୁକ୍ତି ତର୍କ ହୋଇଥିଲା । ଏଥିରେ ରାଜିନ୍ଦ୍ର ସା ରାଗି ଯାଇ ଏକ ମାଂସ କଟା କାଠ ଫାଳିଆରେ ତୋଫାନ ର ମୁଣ୍ଡରେ ପ୍ରହାର କରିଥିଲା ।ପରେ ମୁଣ୍ଡରେ ବହୁତ ରକ୍ତ ସ୍ରାବ ହୋଇ ଚେତାଶୂନ୍ୟ ପରେ ତୋଫାନ କୁ ପରିବାର ଲୋକେ ଏକ ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଡାକ୍ତର ଖାନାକୁ ନେଇଥିଲେ । ସେ ଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀ ପାଟଣା ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।ସେହି ଦିନ ଅପରାହ୍ନ ୩ ଟା ୪୫ ମିନିଟ ସମୟରେ ତୋଫାନ ଙ୍କର ଡାକ୍ତର ଖାନାରେ ମୃତ୍ୟୁ ହୋଇଥିଲା ।ଖବର ପାଇ ନିକଟସ୍ଥ ଚିଲିଗୁଡ଼ା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ଏବଂ କନେଷ୍ଟବଳ ଶଙ୍କର ଲାଲ ବାଗ ଖୁର୍ସେଲ ଗୁଡା ରେ ପହଞ୍ଚି ହତ୍ୟା କାରୀ ରାଜିନ୍ଦ୍ର କୁମାର ସା କୁ ଆଣି ଚିଲିଗୁଡ଼ା ଫାଣ୍ଡିରେ ଅଟକ ରଖି ଜୁନାଗଡ଼ ଥାନାକୁ ନେଇ ଆସିଥିଲେ । ମୃତ ତୋଫାନକର ସୋମବାର ଦିନ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗକୁ ହସ୍ତାନ୍ତର କରିଥିଲେ । ଏ ସଂକ୍ରାନ୍ତରେ ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ରାଜିନ୍ଦ୍ର କୁମାର ସା କୁ ଗିରଫ କରି କୋର୍ଟ ଚାଲାଣ କରି ଥିବା ତଦନ୍ତ ଅଧିକାରୀ ତପନ କାଲୋ ପ୍ରକାଶ କରିଛନ୍ତି ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ 

Sunil Chandra Nayak

ଆସିକା ମଙ୍ଗଳପୁର ଗ୍ରାମରେ ଠେଙ୍ଗା ମାଡରେ ବାପା, ମା ଓ ଦୁଇ ଭାଇ ଗୁରୁତର

ରାୟଗଡ ଜିଲ୍ଲା ଚାନ୍ଦିଲି ପୋଲିସ୍ ଦ୍ୱାରା ସଫଳତା

masiha

Leave a Comment

error: Content is protected !!