ଚୋରା ବାଲି ଚାଲାଣ ଅଭିଯୋଗ, ୩ ହାଇୱା ଅଟକ
– ଛିଣ୍ଡିଲାନି ମୁଲଚାଲ, ପୋଲିସକୁ ଜିମା ଦେଇ ଫେରିଗଲେ ମାଇନ୍ସ ଅଧିକାରୀ
– ଅଜସ୍ର ରାଜସ୍ଵ ହାନିର ନଗ୍ନ ନମୁନା,
– ୩ଦିନ ପରେବି ଅଧିକାରୀ ଦେଉ ନାହାନ୍ତି ସବିଶେଷ ବିବରଣୀ
କଲମପୁର -୧୦/୧୧(ମସିହା) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମଧ୍ୟସ୍ଥଳରେ ପ୍ରବାହିତ ହାତୀ ନଦୀରୁ ଦୈନନ୍ଦିନ ବାଲି ଚୋରା ଚଲାଣ ହୋଇ ଆସୁଥିବା ଅଭିଯୋଗ ଦୀର୍ଘ ଦିନରୁ ହୋଇ ଆସୁଛି,ରାଜସ୍ଵ ବିଭାଗରୁ ଗଣି ଖାଦାନ ଦାୟିତ୍ୱ ଖଣି ବିଭାଗକୁ ଚାଲିଗଲା ପରେ ବାଲି ମାଫିଆଙ୍କ ବାଲି ଚୋରା କାରବାରର ପେଣ୍ଠସ୍ଥଳୀ ପାଲଟିଛି କଲମପୁର ବ୍ଲକ,ଖଣି ବିଭାଗ କର୍ମଚାରୀ ମାନଙ୍କ ଉପରେ ଆସ୍ଥା ହରାଇବା ପରେ ଏବେ ଲୋକେ ଚୋରା କାରବାର ପ୍ରମାଣିତ କରିବାକୁ ଧରପଗଡ ଦାୟିତ୍ୱ ଆପଣାଇ ଛନ୍ତି, ଏହାର ସତ୍ୟତା
ଦେଖିବାକୁ ମିଳିଛି ଏହି ଅଞ୍ଚଳରେ ଘଟିଥିବା ହାଇୱେ। ଗାଡି ଅଟକ ଘଟଣା,ତିନି ଦିନ ତଳେ ମଣ୍ଡଳ ଘାଟରୁ ବାଲି ବାଲି ଚୋରା ଚାଲାଣ ହେଉଥିବା ବେଳେ ତିନୋଟି ହାଇୱେ। ଗାଡ଼ିକୁ ଲୋକେ ଅଟକ ରଖି ପୋଲିସକୁ ସୂଚନା ଦେଇଥିଲେ,ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖଣି ବିଭାଗକୁ ସୂଚନା ଦେଇଥିଲେ,ଖଣି ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି କାଗଜପତ୍ର ତନଖି କରିଥିଲେ, କିଛି ନ ମିଳିବାରୁ ତିନୋଟି ହାଇୱେ। ଗାଡ଼ିକୁ ଥାନାକୁ ନେଇ ଜିମା ଦେଇ ଫେରିଯାଇଥିଲେ, ଘଟଣା ଘଟିବାର ତିନି ଦିନ ବିତିବା ପରେ ଆଜି ହାଇୱେ। ଗାଡି ମାଲିକ ସାଇନ୍ସ ଅଧିକାରୀ ଥାନାରେ ଆସି ପହଞ୍ଚିଥିଲେ, ମୁଲଚାଲ ହେଲା କିନ୍ତୁ ଛିଣ୍ଡି ପାରିଲା ନାହିଁ, ମାଇନ୍ସ ଅଧିକାରୀ ମୁରଲୀଧର ନାଏକ ଗୋଟିଏ ଗାଡ଼ିକୁ ୭୦ ହଜାର ଲେଖାଏଁ ଫାଇନ କାଟିଥିଲେ, ସଂପୃକ୍ତ ଗାଡି ମାଳିକ ଟଙ୍କା ପରିମାଣ କମ୍ କରିବାକୁ କହିଲେ, ସାଇନ୍ସ ଅଧିକାରୀ ଏହା ଜିଲ୍ଲାପାଳଙ୍କ ଜ୍ଞାତ ସାରରେ ଅଛି ଏଣୁ କମ୍ କରିବା ସମ୍ଭବ ନୁହେଁ ବୋଲି କହିଥିଲେ, ଗାଡି ମାଳିକ ଦେଇନପାରିବାରୁ ହାଇୱ। ଗୁଡ଼ିକ ଥାନାରେ ଅଟକ ରହିଛି, ସଂପୃକ୍ତ ଗାଡି ମାଳିକକୁ ତିନି ଦିନ ସମୟ ଦେବା ପଛର ରହସ୍ୟ ହିଁ ତଦନ୍ତ ସାପେକ୍ଷ, ତିନି ଦିନ ପରେ ବି ଗଣମାଧ୍ୟମକୁ ସବିଶେଷ ବିବରଣୀ ଦେଇ ପାରି ନ ଥିଲେ ସଂପୃକ୍ତ ମାଇନ୍ସ ଅଧିକାରୀ ଶ୍ରୀ ନାଏକ, ଅନ୍ୟପକ୍ଷେ ଏହି ବାଲି କାରବାରରେ ସରକାରଙ୍କ ବିପୁଳ ପରିମାଣର ରାଜସ୍ଵ କ୍ଷତି ଘଟି ଚାଲିଥିବା ବେଳେ ବାଲି ମାଫିଆ ମାନେ ବିପୁଳ ଅର୍ଥ ରୋଜଗାର କରି ଚାଲିଛନ୍ତି,କେବଳ ଗୋଟିଏ ନିଲାମ ନେଇଥିବା ଘାଟ ଚାଲୁଥିବା ବେଳେ ବେନିୟମ ଭାବେ ବଙ୍କାପଳା, ଦେପୁର, ଇଚ୍ଛାପୁର, ମଣ୍ଡଳ, ବିରିପୁର, ବଡକୁଟୃ,ପାତ୍ରବସା, ତେନ୍ତୁଳିଖୁଣ୍ଟି, ପରୁଆଗୁଡା,ଟେମରା ଆଦି ହାତି ନଦୀ ଘାଟରୁ ବାଲି ଚୋରା ଚାଲାଣ ହେବାରେ ଲାଗିଛି,ରାଜସ୍ଵ ନ ପୈଠ କରି କୋଟି ଟଙ୍କାର ଠିକା କାର୍ଯ୍ୟ ଏ ଭଳି ବେନିୟମ ବାଲିରେ ସଂପାଦିତ ହେଉଥିବା ବେଳେ ନିକଟସ୍ଥ ବ୍ଲକ ଥୁଆମୂଳ ରାମପୁର,କାଶିପୁର,ଜୟପାଟଣା ଅଞ୍ଚଳକୁ ଚୋରା ଚାଲାଣ ହେବାରେ ଲାଗିଛି, ଏପରିକି ଏଠାରୁ ଚୋରା ବାଲି ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାକୁ ଚୋରା ଚାଲାଣ ହେବାରେ ଲାଗିଛି, ଏପରିକି କିଛି ବାଲି ଆଜି ବି ବିଭିନ୍ନ ସ୍ଥାନରେ ଶହ ଶହ ଟ୍ରିପ ବାଲି ଗଚ୍ଛିତ ରଖି ଅନାୟାସରେ ବ୍ୟବସାୟ କରି ଚାଲିଛନ୍ତି, ଦୈନିକ ଶହ ଶହ ଟ୍ରିପ ବାଲି ବିଭିନ୍ନ ଯାନ ବାହାନରେ ଚୋରା ଚାଲାଣ ହେଉଥିବା ବେଳେ ମାଇନ୍ସ ଅଧିକାରୀ ମାନଙ୍କ ଆନ୍ତରିକତା ପରିଲକ୍ଷିତ ହେଉଥିବାରୁ ଏଭଳି କାରବାର ଉପରେ ଅଙ୍କୁଶ ଲଗାଯାଇ ପାରୁନଥିବା ଅଭିଯୋଗ ହେଉଛି।
କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍

