ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ନବରଙ୍ଗପୁର ପୌରାଞ୍ଚଳ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ନବରଙ୍ଗପୁର ପୌରାଞ୍ଚଳ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

ନବରଙ୍ଗପୁର: ତା ୧୦.୧୧.୨୦୨୪, ରବିବାର ଦିନ ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ନବରଙ୍ଗପୁର ଠାରେ ପ୍ରଜ୍ଞାନ ମିଶନ (ଗୀତା ସୁଗୀତା କର୍ତ୍ତବ୍ୟା) ଆନୁକୁଲ୍ୟରେ ନବରଙ୍ଗପୁର ପୌରାଞ୍ଚଳ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇ ଅଛି। ନବରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହେଶ୍ୱର ଚନ୍ଦ୍ର ନାୟକଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ପରେ ପ୍ରଜ୍ଞାନ ମିଶନର ସ୍ଥାନୀୟ ଉଦ୍ୟୋକ୍ତା କୁଞ୍ଜ ବିହାରି ଦାସ, ବିଭୁ ବ୍ରହ୍ମା, ମଧୁସୂଦନ ସାହୁ, ସୁଶ୍ରୀ ଝରଣା ପଟ୍ଟନାୟକ, ବିନୟ କୁମାର କର, ରବି ଶଙ୍କର ସାହୁ ତଥା ନବରଙ୍ଗପୁର ଜିଲ୍ଲାର ଅଭିଜ୍ଞ ସଂସ୍କୃତ ପଣ୍ଡିତମାନଙ୍କ ଉପସ୍ଥିତି ତଥା ପଣ୍ଡିତ ଅଶୋକ କୁମାର ତ୍ରିପାଠୀ, ପଣ୍ଡିତ ପବିତ୍ର କୁମାର ମିଶ୍ର, ପଣ୍ଡିତ ପ୍ରଭାକର ସାହୁ,ଡକ୍ଟର ଜଗନ୍ନାଥ ସ୍ୱାଇଁ ,ଡକ୍ଟର ପ୍ରକାଶ ଚନ୍ଦ୍ର ମିଶ୍ର, ପଣ୍ଡିତ ତୁଳସୀରାମ ମହାନ୍ତ, ସଂସ୍କୃତ ଶିକ୍ଷିକା ମୋନାଲିସା ମହାନ୍ତି ଲୋପାମୁଦ୍ରା ଦାସ ଏବଂ ରଶ୍ମିତା ସାହୁ ବିଚାରକ ଭାବେ ଦାୟିତ୍ଵ ନିର୍ବାହ କରିଛନ୍ତି। ଉକ୍ତ ପ୍ରତଯୋଗିତାରେ ପୌରାଞ୍ଚଳର ବିଭିନ୍ନ ବିଦ୍ୟାଳୟ ତଥା ମହା ବିଦ୍ୟାଳୟରୁ ୧୩୦ ଜଣ ପ୍ରତିଯୋଗୀ ଗୀତା ଆବୃତ୍ତି କରି ଥିଲେ। “କ” ବିଭାଗରେ ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିର, ନବରଙ୍ଗପୁରର ସ୍ୱାଗତିକା ମହାପାତ୍ର, “ଖ” ବିଭାଗରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନବରଙ୍ଗପୁରର ସୁରଜ ସିଂ, “ଗ” ବିଭାଗ ରେ ସ୍ଥାନୀୟ ଟେକ୍ନୋ ଗୁରୁ କୂଳ ମହା ବିଦ୍ୟାଳୟର ଦ୍ଵାଦଶ ଶ୍ରେଣୀ ଛାତ୍ର ଏମ୍. ସୂର୍ଯ୍ୟ ପ୍ରକାଶ ନାଇଡୁ ଏବଂ “ଘ” ବିଭାଗର ସ୍ଥାନୀୟ ବିନୋଦ ବିହାରୀ ମହା ବିଦ୍ୟାଳୟ, ନବରଙ୍ଗପୁରର ପ୍ରିୟଙ୍କା ନାୟକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଆଗାମୀ ଦିନରେ ଏମାନେ ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ ଭାଗ ଗ୍ରହଣ କରିବେ। ଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ପୁରସ୍କାର ପ୍ରଦାନ କରିଛନ୍ତି। “ପରିବର୍ତ୍ତନ ଶୀଳ ଜଗତରେ ଶ୍ରୀମଦ୍ ଭଗବଦ୍ ଗୀତା ହିଁ ବିପଥଗାମୀ ସମାଜକୁ ସତ୍ ପଥ ଦେଖାଇବ ଏଵଂ ଏହାର ପ୍ରଚାର ପ୍ରସାର କେବଳ ଶିଶୁମାନଙ୍କ ଦ୍ଵାରା ଉତ୍ତମ ଭାବରେ ହୋଇ ପାରିବ” ବୋଲି ମୁଖ୍ୟ ଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ମତ ବ୍ୟକ୍ତ କରିଛନ୍ତି। ସ୍ଥାନୀୟ ସରସ୍ଵତୀ ଜ୍ଞାନ ମନ୍ଦିରର ଗୁରୁଜୀ ଗୁରୁମା ତଥା ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ-ଶିକ୍ଷିକାମାନଙ୍କର ସକ୍ରିୟ ସହଯୋଗରେ କାର୍ଯକ୍ରମଟି ସଫଳ ଭାବେ ସମ୍ପନ୍ନ ହୋଇ ଯାଇ ଅଛି।

Related posts

ମାର୍ଚ୍ଚ 1ରୁ 13ତମ ବାର୍ଷିକ ରୂପସା ମହୋତ୍ସବ

masiha

ନୀଳାଚଳ ପରିଷଦର ସରସ୍ଵତୀ ପୂଜା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ 

masiha

ଆଇନଜୀବୀ ସଂଘ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!