ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଷାଗୁମୁଡା ବ୍ଲକ ରେ ବଡ଼ ଧୁମ ଧାମ ସହ ପାଳନ ହେଲା ଖ୍ରୀଷ୍ଟ ଜନ୍ମ ପର୍ବ। ଆଲୋକ ସାଜସଜା ସହ ଚର୍ଚ୍ଚ ରେ କାଟିଲେ ଖ୍ରୀଷ୍ଟମାସ କେକ

କୋଷାଗୁମୁଡା ବ୍ଲକ ରେ ବଡ଼ ଧୁମ ଧାମ ସହ ପାଳନ ହେଲା ଖ୍ରୀଷ୍ଟ ଜନ୍ମ ପର୍ବ। ଆଲୋକ ସାଜସଜା ସହ ଚର୍ଚ୍ଚ ରେ କାଟିଲେ ଖ୍ରୀଷ୍ଟମାସ କେକ

ନବରଙ୍ଗପୁର:(୨୫/୧୨)(ରବି ନାରାୟଣମହାନ୍ତି)) ଆଜି ସମଗ୍ର ବିଶ୍ୱ ରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ଦିନ ପାଳନ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ ମଧ୍ୟ ଖ୍ରୀଷ୍ଟ ଜନ୍ମ ପର୍ବ ବଡ଼ ଧୁମ ଧାମ ସହ ପାଳନ କରାଯାଇଛି। ବ୍ଲକ ର ୨୬ ଗୋଟି ପଂଚାୟତ ରେ ଵସବାସ କରୁଥିବା ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଙ୍କ ମଧ୍ୟରେ ଯୀଶୁ ଙ୍କ ଜନ୍ମ ଦିନ ପର୍ବ ବଡ଼ ହର୍ଷ ଉଲ୍ଲାସ ସହ ପାଳନ କରିଥିବା ଦେଖା ଦେଇଛି। ବ୍ଲକ ସଦର ମହକୁମା ସ୍ଥିତ ନିଉ ଲାଇଫ ଚର୍ଚ୍ଚ ଯେ.ଇ.ଏଲ ଚର୍ଚ୍ଚ ଆଦିବାସୀଗୁଡା ପେଣ୍ଟିକଷ୍ଟାଲ ଚର୍ଚ୍ଚ ଠାରେ ଡିସେମ୍ବର ମାସ ପ୍ରଥମ ତାରିଖ ଠାରୁ ହିଁ ପର୍ବ ପାଳନ ପ୍ରସ୍ତୁତି କରାଯାଇଥିଲା ଚର୍ଚ୍ଚ ଗୁଡିକ ରେ ବିଭିନ୍ନ ରକମ ର ଆଲୋକ ସୁସଜିତ ସାଙ୍ଗେ ତାରା ଟଙ୍ଗା ଯାଇଥିଲା। କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ ସମାଜ ସଭାପତି ହିମାଂଶୁ ଶେଖର ବାଘ, ସମ୍ପାଦକ ସୁନ୍ଦର ମୋହନ, ଶିଷକ ଉପଦେଷ୍ଟା ରୁବେନ କଛପ, ଉପସଭାପତି ବିଲିଅମ କଛପ ଙ୍କ ନେତୃତ୍ୱରେ ଚଳିତ ମାସ ୧୮ ତାରିଖ ରେ କୋଷାଗୁମୁଡା ସଦର ଠାରେ ବ୍ଲକ ରେ କାର୍ଯ୍ୟରତ ସମସ୍ତ ପାଳକ ମାନଙ୍କୁ ଡାକି ସାମୁହିକ ଭାବେ ପ୍ରି-ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଇଥିଲା ଏବଂ ପ୍ରାୟ ୨୦୦ ରୁ ଉର୍ଦ୍ଧ ପାଳକ ଙ୍କୁ ଖ୍ରୀଷ୍ଟମାସ ଉପହାର ପ୍ରଦାନ କରାଯାଇଛି। ପୁଣି ଚଳିତ ମାସ ୨୨ ତାରିଖ ରେ କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ ସମାଜ ତରଫରୁ ରାଜୋଡା ଠାରେ ଯୁବକ ଯୁବତୀଙ୍କ ପାଇଁ ଗୀତ କାର୍ଯ୍ୟକ୍ରମ କରାଯାଇ ଯୁବକ ଯୁବତୀ ମାନଙ୍କୁ ଖ୍ରୀଷ୍ଟମାସ ଉପହାର ପ୍ରଦାନ କରାଯାଇଥିଲା। ୨୪ ତାରିଖ ରାତିରେ ସମସ୍ତ ଚର୍ଚ୍ଚ ରେ ଖ୍ରୀଷ୍ଟ ଜନ୍ମ ପାଳନ ଅବସରରେ ଯୀଶୁଙ୍କ ବାର୍ତା ପାଳକ ମାନେ ବାଣ୍ଟି ଥିଲେ ଏବଂ ଆଜି ୨୫ ତାରିଖ ରେ ବଡ଼ ଦିନ ବା ଯୀଶୁଙ୍କ ଆଗମନ କୁ ନେଇ ବ୍ଲକ ର ସମସ୍ତ ଚର୍ଚ୍ଚ ଗୁଡିକରେ ଯୀଶୁଙ୍କ ଜନ୍ମ ଦିନ ପାଳନ କରାଯାଇଛି। ସମଗ୍ର ମାନବ ଜାତି ଙ୍କୁ ଉଦ୍ଧାର କରିବା ପାଇଁ ବିଶ୍ୱ ରେ ଶାନ୍ତି ଏବଂ ପ୍ରେମ ନେଇ ଯୀଶୁ ଜଗତ କୁ ଆସିଥିଲେ ବୋଲି ଚର୍ଚ୍ଚ ଠାରେ ଯୀଶୁଙ୍କ ବାର୍ତ୍ତା ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି। ପବିତ୍ର ବାଇବଲ ପଠନ ସହ ବିଶ୍ୱ ରେ ଶାନ୍ତି ଭାଇଚାରା ପ୍ରେମ ବଜାୟ ରହିବା ପାଇଁ ପ୍ରାର୍ଥନା କରାଯାଇଛି। ସମସ୍ତ ଚର୍ଚ୍ଚ ଠାରେ ଶାନ୍ତି ର ବାର୍ତ୍ତା ପ୍ରେମ ର ବାର୍ତ୍ତା ଏବଂ ପରସ୍ପର ମଧ୍ୟରେ ସଦଭାବନା ର ବାର୍ତ୍ତା ପାଳକ ମାନେ ନିଜ ନିଜ ଶିକ୍ଷା ରେ ପ୍ରଚାର କରିଛନ୍ତି। ଏହି ଅବସରରେ କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ ସମାଜ ସଭାପତି ହିମାଂଶୁ ଶେଖର ବାଘ ଶାନ୍ତି ପ୍ରେମ ଏବଂ ସମସ୍ତ ଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିବା ବୋଲି ବାର୍ତ୍ତା ଦେଇଥିବା ବେଳେ ସମ୍ପାଦକ ସୁନ୍ଦର ମୋହନ ଶିକ୍ଷକ ବ୍ଲକ ରେ ବସବାସ କରୁଥିବା ସମସ୍ତ ଖ୍ରୀଷ୍ଟ ଭାଇ ଭଉଣି ମାନଙ୍କୁ ଖ୍ରୀଷ୍ଟମାସ ପାଇଁ ଯୀଶୁଙ୍କ ଜିବନ କୁ ଅନୁସରଣ କରି ବଂଚିବାକୁ ପରାମର୍ଶ ପ୍ରଦାନ କରିଥିଲେ। ଯେ.ଇ.ଏଲ ଚର୍ଚ୍ଚ ପାଳକ ରେଭ ସୁରେନ୍ଦ୍ର ପଟନା ଆଦିବାସୀଗୁଡା ପେଣ୍ଟିକଷ୍ଟାଲ ଚର୍ଚ୍ଚ ପାଳକ ସୁବାଷ ଗମ୍ଭାରୀ ଏବଂ ନିଉ ଲାଇଫ ଚର୍ଚ୍ଚ ପାଳକ ରେଭ. ହିମାଂଶୁ ଶେଖର ବାଘ କୋଷାଗୁମୁଡା ସଦର ମହକୁମା ରେ ବସ ବାସ କରଥିବା ସମସ୍ତ ଙ୍କୁ ଖ୍ରୀଷ୍ଟମାସ ର ଶୁଭେଚ୍ଛା ପ୍ରଦାନ କରିଛନ୍ତି।

( ମ ନି ସ )

Related posts

ଉତ୍କଳ ଯାଦବ ମହାସଭାର ସଭାପତି ଭାବେ ଆଶୀର୍ବାଦ ବେହେରା ପୁନଃ ନିର୍ବାଚିତ 

masiha

ପ୍ରଜାପିତା ବ୍ରହ୍ମାକୁମାରୀଜ୍‌ଙ୍କ ପକ୍ଷରୁ ବଡବିଲ ଓ ଯୋଡାରେ ରକ୍ଷାବନ୍ଧନ ପାଳନ

Sunil Chandra Nayak

ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

masiha

Leave a Comment

error: Content is protected !!